ରାଜ୍ୟରେ ଆଉ ୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।
ନୂଆ ଜିଲ୍ଲା ଭାବରେ ବରଗଡ଼ ଜିଲ୍ଲାକୁ କରୋନା ଛୁଇଁଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ବରଗଡ଼ ଜିଲ୍ଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭ କୁ ବୃଦ୍ଧି । କରୋନା ଆତଙ୍କ ରାଜ୍ୟରେ ଧୀରେ ଧୀରେ ସବୁ ଜିଲ୍ଲାକୁ ମାଡି ଚାଲିଛି ।
ଆଜି ରାଜ୍ୟରେ ନୂଆ ୧୨ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ୭ ଜଣ ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏଁ ଚିହ୍ନଟ । ଲୋଇସିଂହା, ବଙ୍ଗମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ୭ ଜଣ ସମସ୍ତେ ପୁରୁଷ ଓ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସମସ୍ତେ କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ । ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬ କୁ ବୃଦ୍ଧି ହୋଇଛି ।
ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ ଜଣ ଆକ୍ରାନ୍ତ ବିଶ୍ରା ଓ ଲାଠିକଟା ବ୍ଲକ ବୋଲି ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ଜଣେ ମହିଳା ଓ ୩ ଜଣ ପୁରୁଷ ବୋଲି ସୂଚନା ମିଳିଛି । ୪ ଜଣ ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୨ ମହାରାଷ୍ଟ୍ରରୁ ଓ ୨ ଚେନ୍ନାଇ ଫେରନ୍ତା ଥିଲେ । ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୭ କୁ ବୃଦ୍ଧି ହୋଇଛି ।
ବରଗଡ଼ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ । ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । ଆକ୍ରାନ୍ତ କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ।
ଓଡିଶାର କରୋନା ଖବର:
ଆଜି ନୂଆ ୧୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧ ରେ ପହଁଚିଲା । ୧୨ ନୂଆ କରୋନା ପଜିଟିଭ ମଧ୍ୟ୍ୟରୁ ଅଧିକାଂଶ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ସୂଚନା ମିଳିଛି ।
ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ତା ପଛକୁ ଯାଜପୁର ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ଅଛନ୍ତି । ଆଗକୁ ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି କୁହା ଯାଉଛି । ଅଧିକ ପରୀକ୍ଷା କରାଗଲେ ଅଧିକ କରୋନା ପଜିଟିଭ ବାହାରିବେ ସେଥିପାଇଁ କୌଣସି ଚିନ୍ତା କରିବା ଦରକାର ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଦେଶର କରୋନା ଖବର:
ବଲିଉଡ ଅଭିନେତା କିରଣ କୁମାର କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ମିଳିଛି ।

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୩୧,୪୧୨ ରେ ପହଁଚିଛି । ୭୩,୧୬୧ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୫୪,୩୮୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୮୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।