ରାଜ୍ୟରେ ଆଜି ସର୍ବାଧିକ ୧୨୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ପୁଣି ମାରିଲା ଶତକ ।
୧୨୯ କରୋନା ପଜିଟିଭ ମଧ୍ୟରୁ ୧୧୯ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୦ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ୧୯ ଟି ଜିଲ୍ଲାରୁ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୧୬ ଜଣ, ନୂଆପଡା ଜିଲ୍ଲାରୁ ୧୨ ଜଣ, ବଲାଙ୍ଗିରରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର, ସୁନ୍ଦରଗଡ, ମୟୁରଭଞ୍ଜ ଓ ବରଗଡ଼ ଜିଲ୍ଲାରୁ ୦୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ ପୁରୀ ଓ ଦେବଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରେ 3 ଆକ୍ରାନ୍ତ ଚିହ୍ନଟ, ଜଗତସିଂହପୁର ୨ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରି, ଢେଙ୍କାନାଳ ଓ ସମ୍ବଲପୁର ରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ।

ଓଡିଶାର କରୋନା ଖବର:
ଆଜି ନୂଆ ୧୨୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୮୯ ସୁସ୍ଥ ହୋଇଛନ୍ତି ୧୦୫୦ ଓ ମୃତ ସଂଖ୍ୟା ୭ ।
ଜିଲ୍ଲା ଅନୁସାରେ କରୋନା ଖବର: | |
ଜିଲ୍ଲା | କରୋନା ଆକ୍ରାନ୍ତ ସଂଖ୍ୟା |
ଗଞ୍ଜାମ | ୪୧୪ |
ଯାଜପୁର | ୨୬୯ |
ବାଲେଶ୍ୱର | ୧୫୨ |
ଖୋର୍ଦ୍ଧା | ୧୩୮ |
ଭଦ୍ରକ | ୧୧୩ |
କଟକ | ୧୦୦ |
ପୁରୀ | ୯୧ |
କେନ୍ଦ୍ରାପଡ଼ା | 89 |
ବଲାଙ୍ଗିର | ୮୦ |
ଜଗତସିଂହପୁର | ୬୮ |
ନୟାଗଡ | ୬୫ |
ସୁନ୍ଦରଗଡ | ୫୪ |
ଗଜପତି | ୩୬ |
ବୌଦ୍ଧ | ୩୩ |
ଦେଓଗଡ | ୩୨ |
ନୂଆପଡା | ୩୦ |
କେନ୍ଦୁଝର | ୨୫ |
ଅନୁଗୁଳ | ୨୫ |
ମୟୁରଭଞ୍ଜ | ୨୩ |
ମାଲକାନଗିରି | ୨୦ |
କଳାହାଣ୍ଡି | ୨୦ |
ଢେଙ୍କାନାଳ | 19 |
କନ୍ଧମାଳ | ୧୩ |
ସମ୍ବଲପୁର | ୯ |
କୋରାପୁଟ | ୮ |
ବରଗଡ | ୮ |
ଝାରସୁଗୁଡା | ୭ |
ସୋନପୁର | ୫ |
ନବରଙ୍ଗପୁର | ୨ |
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୮୧,୭୯୬ ରେ ପହଁଚିଲା । ୮୯,୭୦୪ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୮୬,୮୯୬ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୫,୧୮୫ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।