ରାଜ୍ୟ ରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟ ରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 17 corona positive case in odisha

ରାଜ୍ୟ ରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ
ନୂଆ ୧୭ ଆକ୍ରାନ୍ତ ମଧ୍ୟ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାରୁ, ୩ ଜଣ ମୟୁରଭଞ୍ଜ ଜିଲ୍ଲାରୁ ଓ ଜଣେ ଲେଖାଏଁ ସୁନ୍ଦରଗଡ଼ ଆଉ ଭଦ୍ରକ ଜିଲ୍ଲାରୁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୮୩ ରେ ପହଁଚିସାରିଛି । ସେପଟେ ଭଦ୍ରକ ଜିଲ୍ଲାରେ ୨୫ ରେ ପହଁଚି ସାରିଲାଣି ଆଉ ସୁନ୍ଦରଗଡ଼ ଜିଲ୍ଲାରେ ୧୩ ଓ ମୟୁରଭଞ୍ଜଜିଲ୍ଲାରେ ୭ କୁ ପହଁଚିଛି ।

ନୂଆ ୧୭ ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୧୬ ଜଣ ସୁରତ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ । ଜଣକୁ ଛାଡି ଦେଲେ ଆଉ ସବୁ ସୁରତ ଫେରନ୍ତା । ସମସ୍ତେ ପୁରୁଷ ଥିବା ଜଣାପଡିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଙ୍କ ୨୮୭ କୁ ପହଞ୍ଚିସାରିଲାଣି । ଏବେ ରାଜ୍ୟ କରୋନା ଆତଙ୍କ ବଢିଚାଲିଛି ।

ସୁରତ ଫେରନ୍ତା ଲୋକେ ମାନୁ ନାଁହାନ୍ତି କୌଣସି ନିୟମ କୁ, ଘରଲୋକ ଆସି ଭେଟୁଛନ୍ତି ଆଉ ଦେଉଛନ୍ତି ପାନ, ଗୁଟୁକା । ଏଠି ପ୍ରଶ୍ନ ଉଠିଛି ବାହାରୁ କିଏ ଏମାନଙ୍କୁ ଭେଟିଲେ ଯଦି କିଏ ସଂକ୍ରମ ଥିବା ତାହାଲେ ବାହାର ଲୋକ ଙ୍କୁ ସଂକ୍ରମ ହେବ । ଏକଥା ସେମାନଙ୍କୁ ବୁଝିବା ଦରକାର ।

ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରେ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସେପଟେ ରାଜ୍ୟ କୁ ସୁରତରୁ ହଜାର ହଜାର ଲୋକ ଆସୁଥିବାବେଳେ, ସୁରତ ଫେରନ୍ତାଙ୍କ ପାଇଁ ଚିନ୍ତା ବଢ଼ିଛି ରାଜ୍ୟ ସରକାରଙ୍କୁ । ଏବେ ବସ୍ ଆଣିବା ପାଇଁ ମନା କରି ଦେଇଛନ୍ତି ରାଜ୍ୟ ସରକାର, କେବେଳ ରେଳ ଯୋଗେ ଅଣାଯିବ ଓଡ଼ିଆ ପ୍ରବାସୀଙ୍କୁ ।

ଏବେ ଗଞ୍ଜାମ ଜିଲ୍ଲା କରୋନା ଆତଙ୍କ ବଢିଚାଲିଛି । ସୁରତ ଫେରନ୍ତାଙ୍କ ଠାରୁ ଅଧିକ କରୋନା ପଜିଟିଭ ବାହାରୁଛି, ତେଣୁ କଣ କରାଯିବ ଏବେ ବଡ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ସମସ୍ତେ ଲଢେଇ କରୁଥିବା ବେଳେ ଏବେ କରୋନା ଆତଙ୍କ ବଢିଚାଲିଛି । ସେଥିପାଇଁ ରାଜ୍ୟ ସରକାର ଏବେ କ୍ଵାରେଣ୍ଟାଇନ୍ କୁ ୧୪ ଦିନ ବଦଳରେ ୨୮ ଦିନ କୁ ବଢ଼ାଇ ଦେଇଛନ୍ତି । ୨୧ ଦିନ ସରକାରୀ କ୍ଵାରେଣ୍ଟାଇନ୍ ରେ ରହିବାକୁ ପଡିବ ଆଉ ୭ ଦିନ ଘରେ ହୋମ୍ କ୍ଵାରେଣ୍ଟାଇନ୍ ରେ ରହିବେ ।

ରାଜ୍ୟ ରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 17 corona positive case in odisha
ରାଜ୍ୟ ରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ

ଓଡିଶାର କରୋନା ଖବର

ରାଜ୍ୟରେ ନୂଆ ୧୭ କୁ ମିଶାଇ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୮୭ ରେ ପହଁଚିଛି । ୨୨୨ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୩ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ସୁରତ ଫେରନ୍ତା ଥିଲେ ବୋଲି ଜଣା ପଡିଥିଲା । ବର୍ତମାନ ରାଜ୍ୟରେ ସୁରତ ଫେରନ୍ତାଙ୍କ ପାଇଁ କରୋନା ଅଙ୍କ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଚିନ୍ତାକୁ ବାଢ଼ିଦେଇଛନ୍ତି ସୁରତ ଫେରନ୍ତା । କେତେବେଳେ ଖାଇବା ଫୋପଡୁଛନ୍ତି ତ କେତେବେଳେ କ୍ଵାରେଣ୍ଟାଇନ୍‌ ରୁ ପଳାଉଛନ୍ତି ତ କେତେବେଳେ ବସ୍ ରୁ ଅଧା ରାସ୍ତା ରୁ ପଳାଉଛନ୍ତି ଆଉ ଏବେ କରୋନା ଅଙ୍କ୍ରାନ୍ତ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *