ରାଜ୍ୟରେ ଆଜି ସର୍ବାଧିକ ୧୭୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ଗୋଟିଏ ଦିନରେ ଆଜି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ।
୧୭୩ କରୋନା ପଜିଟିଭ ମଧ୍ୟରୁ ୧୫୦ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୩ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ୧୪ ଟି ଜିଲ୍ଲାରୁ ୧୭୩ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
8. Kalahandi: 2
9. Ganjam: 64
10. Gajapati: 10
11. Bolangir: 11
12. Balasore: 11
13. Puri: 1
14. Nuapada: 8
Total- 173New recoveries: 123
Cumulative tested: 172621
Positive: 2781
Recovered: 1604
Active cases: 1167— I & PR Department, Odisha (@IPR_Odisha) June 6, 2020
ନୂଆ ୧୭୩ କରୋନା ଆକ୍ରାନ୍ତ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୧୯ ଜଣ ଚିହ୍ନଟ । କଟକ ଓ ମୟୁରଭଞ୍ଜ ଜିଲ୍ଲାରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତି ଜିଲ୍ଲାରୁ ୧୦ ଜଣ ଚିହ୍ନଟ । ନୂଆପଡାରୁ ୦୮ ଜଣ, ନୟାଗଡ ରୁ ୦୭ ଜଣ ଓ ଭଦ୍ରକ ରୁ ୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କଳାହାଣ୍ଡି ଜିଲ୍ଲାରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଝାରସୁଗୁଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ଆଜି ନୂଆ ୧୭୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୧୬୭ ସୁସ୍ଥ ହୋଇଛନ୍ତି ୧,୬୦୪ ଓ ମୃତ ସଂଖ୍ୟା ୮ ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨,୩୬,୯୫୪ କୁ ବୃଦ୍ଧି ହେଇଛି । ୧,୧୭,୦୬୦ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧,୧୩,୨୩୩ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୬,୬୪୯ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।