ରାଜ୍ୟରେ ଆଜି ୧୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, 179 corona positive found in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଜି ୧୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ପୁରୀ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ । କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି ହୋଇଛି । ଦେଶରେ ୨୪ ଘଣ୍ଟାରେ ୧୪,୫୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ ଜଣଙ୍କର ମୃତ୍ୟୁ ହୋଇଛି ।

୧୭୯ ନୂଆ କରୋନା ପଜିଟିଭ ମଧ୍ୟରୁ ୧୫୦ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୨୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ନୂଆ ୧୭୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୫୪୩, ସୁସ୍ଥ ହୋଇଛନ୍ତି ୩,୨୯୭ ଓ ମୃତ ସଂଖ୍ୟା ୧୨ ।

ରାଜ୍ୟରେ ଆଉ ୧୮ ଜଣ ନୂଆ NDRF ଓ ଅଗ୍ନିଶମ କର୍ମଚାରୀ କରୋନା ଚିହ୍ନଟ । ପଶ୍ଚିମବଙ୍ଗ ଅମ୍ପନ ମୁକାବିଲା କରି ଫେରିଥିବା ୧୮ NDRF ଓ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୭୯ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୭ ଓ କେନ୍ଦୁଝର ଜିଲ୍ଲାରୁ ୧୮ ଜଣ କରୋନା ପଜିଟିଭ ଚିହ୍ନଟ । କଟକ ଜିଲ୍ଲାରୁ ୧୫ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଭଦ୍ରକ, ରାୟଗଡା ଓ କେନ୍ଦ୍ରାପଡା ଜିଲ୍ଲାରୁ ୦୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର ରୁ ୦୪ ଜଣ ଓ ଯାଜପୁର ଜିଲ୍ଲାରୁ ୦୩ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରି ଓ ବରଗଡ଼ ଜିଲ୍ଲାରୁ ୦୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩,୯୫,୮୪୧ କୁ ବୃଦ୍ଧି ହେଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୬୮,୬୧୨, ସୁସ୍ଥ ହୋଇଛନ୍ତି ୨,୧୪,୨୦୯ ଓ ୧୨,୯୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *