ରାଜ୍ୟରେ ଆଜି ନୂଆ ୧୮୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ଏକ କରୋନା ପାଇଁ ମୃତ୍ୟୁ । ମୃତକ ୫୦ ବର୍ଷୀୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା । ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୦୬ କୁ ବୃଦ୍ଧି ଓ ରାଜ୍ୟରେ ୧୧ କୁ ବୃଦ୍ଧି ହେଲା କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଦେଶରେ କରୋନା ପାଇଁ ମୃତ୍ୟୁ ସଂଖ୍ୟା ୯ ହଜାର ଟପି ସାରିଲାଣି । ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୯,୧୯୯ କୁ ବୃଦ୍ଧି ହୋଇଛି ।
6. Cuttack:12
7. Jagatsinghpur: 11
8. Angul: 1
9. Dhenkanal: 2
10. Bhadrak: 1
11. Gajapati: 15
12. Bargarh: 16
13. Kandhamal: 22
14. Kalahandi: 16
15. Ganjam: 4
16. Puri: 7
17. Sundargarh: 3
18. Bolangir: 2
19. Mayurbhanj: 13
20. Kendrapada:1— I & PR Department, Odisha (@IPR_Odisha) June 14, 2020
୧୮୬ କରୋନା ପଜିଟିଭ ମଧ୍ୟରୁ ୧୭୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ନୂଆ ୧୮୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୩୦୧, ସୁସ୍ଥ ହୋଇଛନ୍ତି ୨,୫୯୪ ଓ ମୃତ ସଂଖ୍ୟା ୧୧ । ୨୦ ଜିଲ୍ଲାରୁ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

କେଉଁ ଜିଲାରୁ କେତେ ଚିହ୍ନଟ:
କନ୍ଧମାଳରୁ ଜିଲ୍ଲାରୁ ସର୍ବାଧିକ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୧୫ ଜଣ, କଟକ ଓ ଯାଜପୁର ଜିଲ୍ଲାରୁ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
କେନ୍ଦୁଝର ଓ ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ପୁରୀ ଜିଲ୍ଲାରୁ ୦୭, ଗଞ୍ଜାମ ଜିଲ୍ଲାରୁ ୦୪ ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ବଲାଙ୍ଗିର ଓ ଝାରସୁଗୁଡା ଜିଲ୍ଲାରୁ ୦୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲକାନଗିରି, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩,୨୧,୬୪୬ କୁ ବୃଦ୍ଧି ହେଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୫୦,୦୬୫, ସୁସ୍ଥ ହୋଇଛନ୍ତି ୧,୬୨,୩୪୫ ଓ ୯,୧୯୯ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।