ରାଜ୍ୟ ରେ ଆଉ ୨୫ ଜଣ କରୋନା ପଜିଟିଭ ଚିହ୍ନଟ, ଗଞ୍ଜାମ ଜିଲ୍ଲାରେ କରୋନା ଆତଙ୍କ । ପୁଣି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ।
ନୂଆ ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୨୪ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲା ରୁ ଏବଂ ଜଣେ ଖୋର୍ଦ୍ଧା ଜିଲ୍ଲାରୁ ବୋଲି ଜଣାପଡିଛି ।
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୭୧ କୁ ପହଁସାରିଛି । ଖୋର୍ଦ୍ଧା ଜିଲ୍ଲା ରେ ବର୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୧ ରେ ପହଁଚିଲାଣି । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲା ରୁ ୪୩ ଜଣ ଚିହ୍ନଟ ହେଇସାରିଲେଣି ।
ଗଞ୍ଜାମ ଜିଲ୍ଲା ର ସମସ୍ତ କରୋନା ପଜିଟିଭ ଚିହ୍ନଟ ସୁରତ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଦେଇଛି ।
4th Health Update, 8th May
24 New Positive Cases in Ganjam
(All Surat returnees)
Contact tracing and follow-up action is being done.— I & PR Department, Odisha (@IPR_Odisha) May 8, 2020
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ କୁ ପହଁଚିଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୫୨ ଜଣ କରୋନା ଚିହ୍ନଟ ହେଲେଣି ।
ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳ ବେଳ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହେଇଥିଲେ । ଗଞ୍ଜାମ ଜିଲ୍ଲା ରେ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସେପଟେ ରାଜ୍ୟ କୁ ସୁରତରୁ ହଜାର ହଜାର ଲୋକ ଆସୁଥିବାବେଳେ, ସୁରତ ଫେରନ୍ତାଙ୍କ ପାଇଁ ଚିନ୍ତା ବଢ଼ିଛି ରାଜ୍ୟ ସରକାରଙ୍କୁ ।
ସୁରତ ଫେରନ୍ତାଙ୍କ ଠାରୁ ଅଧିକ କରୋନା ପଜିଟିଭ ବାହାରୁଛି, ତେଣୁ କଣ କରାଯିବ ଏବେ ବଡ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ସମସ୍ତେ ଲଢେଇ କରୁଥିବା ବେଳେ ଏବେ କରୋନା ଆତଙ୍କ ବଢିଚାଲିଛି ।

ଓଡିଶାର କରୋନା ଖବର
ରାଜ୍ୟରେ ନୂଆ ୨୫ କୁ ମିଶାଇ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୭୧ ରେ ପହଁଚିଛି । ଗତ କଲି ଗୋଟିଏ ଦିନରେ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଅଧିକାଂଶ ସୁରତ ଫେରନ୍ତା ଥିଲେ । ବର୍ତମାନ ରାଜ୍ୟରେ ସୁରତ ଫେରନ୍ତାଙ୍କ ପାଇଁ କରୋନା ଅଙ୍କ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଚିନ୍ତାକୁ ବାଢ଼ିଦେଇଛନ୍ତି ସୁରତ ଫେରନ୍ତା । କେତେବେଳେ ଖାଇବା ଫୋପଡୁଛନ୍ତି ତ କେତେବେଳେ କ୍ଵାରେଣ୍ଟାଇନ୍ ରୁ ପଳାଉଛନ୍ତି ତ କେତେବେଳେ ବସ୍ ରୁ ଅଧା ରାସ୍ତା ରୁ ପଳାଉଛନ୍ତି ଆଉ ଏବେ କରୋନା ଅଙ୍କ୍ରାନ୍ତ ।