ରାଜ୍ୟରେ ଆଉ ନୂଆ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ୧୯ ଜଣ ଗଞ୍ଜାମରୁ , ୫ ଜଣ କେନ୍ଦ୍ରାପଡାରୁ ଓ ୨ ଜଣ ଭଦ୍ରକ ଜିଲ୍ଲାରୁ ।
ନୂଆ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ୧୯ ଜଣ ଗଞ୍ଜାମରୁ , ୫ ଜଣ କେନ୍ଦ୍ରାପଡାରୁ ଓ ୨ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଚଛି ।
ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରେ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୭ ରେ ପହଁଚିଛି । ସେପଟେ କେନ୍ଦ୍ରାପଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଁଥିବା ବେଳେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରେ ପହଁଚିଛି ।
ଗଞ୍ଜାମ ଜିଲ୍ଲାର ୧୯ ଜଣ କରୋନା ପଜିଟିଭ ମଧ୍ୟ୍ୟରୁ ୧୮ ଜଣ ସୁରତ ଫେରନ୍ତା, ଜଣେ କେରଳ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ।
1st Health Update, 8th May.
19 Cases in Ganjam
All Male: 26, 45, 21, 38, 40, 33, 45, 31, 23, 47, 35,24, 30,18, 29, 57, 38, 31 & 58Two Cases in Bhadrak
21 & 41 MaleFive Cases in Kendrapara
All Male: 32, 33, 27 35 & 31All Surat returnees. Most are symptomatic.
Total: 245
— I & PR Department, Odisha (@IPR_Odisha) May 8, 2020
ଗଞ୍ଜାମ ଜିଲ୍ଲାର ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜଣ ପଡିଛି । ଗଞ୍ଜାମ ଜିଲ୍ଲାର ସମସ୍ତ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ: ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧ & ୫୮ ।
ସେପଟେ କେନ୍ଦ୍ରାପଡା ଜିଲ୍ଲା ଏବଂ ଭଦ୍ରକ ଜିଲ୍ଲାର ସମସ୍ତ ଆକ୍ରାନ୍ତ ପୁରୁଷ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ: ୩୨, ୩୩, ୨୭, ୩୫ ଓ ୩୧ ଥିବାବେଳେ ଭଦ୍ରକ ଜିଲ୍ଲାର ସମସ୍ତ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ: ୨୧ ଓ ୪୧ ଅଛି ।
ଓଡିଶାର କରୋନା ଖବର
ରାଜ୍ୟରେ ନୂଆ ୨୬ କୁ ମିଶାଇ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ ପହଁଚିଛି । ଗତ କଲି ଗୋଟିଏ ଦିନରେ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଅଧିକାଂଶ ସୁରତ ଫେରନ୍ତା ଥିଲେ । ବର୍ତମାନ ରାଜ୍ୟରେ ସୁରତ ଫେରନ୍ତାଙ୍କ ପାଇଁ କରୋନା ଅଙ୍କ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଚିନ୍ତାକୁ ବାଢ଼ିଦେଇଛନ୍ତି ସୁରତ ଫେରନ୍ତା । କେତେବେଳେ ଖାଇବା ଫୋପଡୁଛନ୍ତି ତ କେତେବେଳେ କ୍ଵାରେଣ୍ଟାଇନ୍ ରୁ ପଳାଉଛନ୍ତି ତ କେତେବେଳେ ବସ୍ ରୁ ଅଧା ରାସ୍ତା ରୁ ପଳାଉଛନ୍ତି ଆଉ ଏବେ କରୋନା ଅଙ୍କ୍ରାନ୍ତ ।

ଉଚ୍ଚ ନୟାଳୟଙ୍କ ଆଦେଶ ଅନୁସାରେ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରୁ ଆଣିବା ପୂର୍ବରୁ ପ୍ରଥମେ କରୋନା ଯାଞ୍ଚ କରାଯିବ ଯଦି ନେଗେଟିଭ ଆସିବା ତାହାଲେ ସେ ରେଳରେ ଆସିବେ । ବସ୍ ରେ ଆଣିବାପାଇଁ ରାଜ୍ୟ ସରକାର ମନା କରିଛନ୍ତି ।
ରାଜ୍ୟରେ ସ୍ତିତି କିଛି ମାତ୍ରରେ ଭଲ ଥିଲା ହେଲେ ଏବେ ସୁରତ ଫେରନ୍ତାଙ୍କ ପାଇଁ ସ୍ତିତି ବହୁତ ଖରାପ ହେବାକୁ ଗଲାଣି । ବର୍ତମାନ ହଜାର ହଜାର ଓଡ଼ିଆ ପ୍ରବାସୀ ସୁରତରୁ ଓଡିଶା ଆସୁଛନ୍ତି ଆଉ ସେଥିରୁ କରୋନା ପଜିଟିଭ ବାହାରୁଛି । ଆସିଲାପରେ ସରକାର ତାଙ୍କୁ କୁଆଁରାଣ୍ଟିନ୍ ରେ ରଖୁଛନ୍ତି ହେଲେ ସେମାନେ ସରକାରର ନିଅମକୁ ପାଳନ କରୁ ନାଁହାନ୍ତି । ସଙ୍ଗ ରୋଧ କୋଠରୀ ରେ କେତେବେଳେ ଟିକ୍ ଟକ୍ ବନାଉଛନ୍ତି ତ କେତେଳେବେ ଲୋକଙ୍କ ସହିତ ଲଢେଇ କରୁଛନ୍ତି । ସେମାନେ ସେଠି ସାମାଜିକ ଦୂରତାକୁ ପାଳନ କରୁ ନାଁହାନ୍ତି, ସେଥି ପାଇଁ ଏବେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଛି ।
ରାଜ୍ୟରେ ଏବେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୪୫ ଥିବାବେଳେ ୧୮୧ ଜଣ ଚିକିତ୍ସାଧୀନ ରେ ଅଛନ୍ତି । ୬୨ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।