ରାଜ୍ୟରେ ଆଜି ସର୍ବାଧିକ ୩୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୨ ଜଣ ମୃତ୍ୟୁ ।

ରାଜ୍ୟରେ ଆଜି ସର୍ବାଧିକ ୩୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୨ ଜଣ ମୃତ୍ୟୁ, 304 corona positive found & 2 death in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଜି ସର୍ବାଧିକ ୩୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଆଜି କରୋନା ପ୍ରଥମ ଥର ପାଇଁ ତ୍ରିଶତକ ମାରିଛି । ପ୍ରଥମ ଥର ପାଇଁ ରାଜ୍ୟରେ ୩୦୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ୫୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି ହୋଇଛି । ୨ ମୃତକ ମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ୪୯ ବର୍ଷୀୟ ପୁରୁଷ । ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୦୭ କୁ ବୃଦ୍ଧି ହେଲା ।

୩୦୪ ନୂଆ କରୋନା ପଜିଟିଭ ମଧ୍ୟରୁ ୨୭୨ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୩୨ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ନୂଆ ୩୦୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୬୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୬୦୭, ସୁସ୍ଥ ହୋଇଛନ୍ତି ୩,୫୩୪ ଓ ମୃତ ସଂଖ୍ୟା ୧୨ ।

ରାଜ୍ୟରେ ଆଉ ୪୨ ଜଣ ନୂଆ NDRF ଓ ଅଗ୍ନିଶମ କର୍ମଚାରୀ କରୋନା ଚିହ୍ନଟ । ପଶ୍ଚିମବଙ୍ଗ ଅମ୍ପନ ମୁକାବିଲା କରି ଫେରିଥିବା ୪୨ NDRF ଓ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୦୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୪୦ ଓ ଜଗତସିଂହପୁର ଜିଲ୍ଲାରୁ ୨୯ ଜଣ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡା ଜିଲ୍ଲାରୁ ୨୫ ଜଣ ଓ ଯାଜପୁର ଜିଲ୍ଲାରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଆଜି ସର୍ବାଧିକ ୩୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୨ ଜଣ ମୃତ୍ୟୁ, 304 corona positive found & 2 death in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଜି ସର୍ବାଧିକ ୩୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୨ ଜଣ ମୃତ୍ୟୁ ।

ବରଗଡ଼ ଜିଲ୍ଲାରୁ ୧୪, କଟକରୁ ୧୩ ଜଣ, କନ୍ଦମାଳରୁ ୧୨ ଓ ମୟୁରଭଞ୍ଜ ଜିଲ୍ଲାରୁ ୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଓ କେନ୍ଦ୍ରାପଡା ରୁ ୦୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ସୋନପୁର ଜିଲ୍ଲାରୁ ୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ ଓ ପୁରୀ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ମାଲକାନଗିରି ଓ ସମ୍ବଲପୁର ରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ, ସୁନ୍ଦରଗଡ ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ଆଜି କରୋନା ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପିଲା ଏବଂ କରୋନା ମୃତ୍ୟ ସଂଖ୍ୟା ୧୩ ହଜାର କୁ ଟପିଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪,୧୧,୭୩୩ କୁ ବୃଦ୍ଧି ହେଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୭୦,୨୨୫, ସୁସ୍ଥ ହୋଇଛନ୍ତି ୨,୨୮,୧୮୧ ଓ ୧୩,୨୭୭ ଜଣଙ୍କର ମୃତ୍ୟୁ ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *