ରାଜ୍ୟରେ ଆଜି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ।

ଆଜି ନୂଆ ୪୮ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ଗଞ୍ଜାମ ଜିଲ୍ଲାରୁ ୧୨, ବାଲେଶ୍ୱର ଜିଲ୍ଲାରୁ ୧୨, ପୁରୀ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇ ଥିବାଳେବେ ନୟାଗଡରୁ ୩, ଯାଜପୁରରୁ ୨ ଏବଂ କଟକ, ସୁନ୍ଦରଗଡ଼ ଓ ଦେବଗଡ ଜିଲ୍ଲାରୁ ଜଣେ ଲେଖାଏଁ ବୋଲି ଜଣ ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ରେ ପହଁଚିଲା ।

ରାଜ୍ୟରେ ଆଜି ପୁଣି ୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ପଜିଟିଭ ।
ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୨୬୪ ରେ ପହଞ୍ଚିସାରିଛି । ବାଲେଶ୍ୱର ଜିଲ୍ଲାରେ ୧୦୨ ରେ ପହଞ୍ଚିସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଯାଜପୁରରେ ୯୦ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ଭଦ୍ରକ ଜିଲ୍ଲାରେ ୪୬ ରେ ପହଁଚିଲା କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ।

ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇ ୨୬ ରେ ପହଞ୍ଚିସାରିଲାଣି । ପୁରୀ ଜିଲ୍ଲାରେ ୧୪ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ନୟାଗଡ ଜିଲ୍ଲାରେ ୪ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଆସିଛି କରୋନା ଆକ୍ରାନ୍ତ, ଏବେ କଟକ ରେ ୪ କୁ ପହଁଚିଛି । ଦେବଗଡ ରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ଆଜି, ଏବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨ ହୋଇଛି ।

ଓଡିଶାର କରୋନା ଖବର:

ରାଜ୍ୟରେ ଆଜି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Odisha corona news 48 new corona positive found today morning
ରାଜ୍ୟରେ ଆଜି ଆଉ ୪୮ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଲେ ପ୍ରବାସୀ ଓଡ଼ିଆ, ସୁରତ ଫେରନ୍ତା କରୋନା ଆକ୍ରାନ୍ତ ସଂଖ୍ୟା କୁ ହୁ ହୁ ବଢ଼େଇ ଚାଲିଛନ୍ତି । ସେଥିପାଇଁ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, କମିବାର ନା ନେଉନି ।

କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି । ଏବେ ଓଡିଶା ୩ୟ ଷ୍ଟେଜ ଆଡକୁ ଗତି କରୁଥିବା ଆଲୋଚନା ହଉଛି ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୭୨ ରେ ପହଁଚିଛି । ୫୧୧ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧୫୮ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮୨,୦୯୬ ରେ ପହଁଚିଛି । ୫୧,୪୬୫ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୨୭,୯୭୭ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୨,୬୪୯ ଜଣଙ୍କର ମୃତ୍ୟୁ ହୋଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *