ରାଜ୍ୟରେ ଆଜି ଆଉ ୦୪ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ୫୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ୫ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ୨୧ ଟି ଜିଲ୍ଲାରୁ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ୧୦,୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶରେ ୭ ଲକ୍ଷ କୁ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା ଓ କରୋନା ମୃତ୍ୟୁ ସଂଖ୍ୟା ୨୦,୦୦୦ କୁ ଟପିଲା ହୋଇଛି ।
୫୭୧ ନୂଆ କରୋନା ପଜିଟିଭ ମଧ୍ୟରୁ ୪୦୩ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୬୮ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ନୂଆ ୫୭୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୩,୫୫୭, ସୁସ୍ଥ ହୋଇଛନ୍ତି ୬,୪୮୬ ଓ ମୃତ ସଂଖ୍ୟା ୪୨ କୁ ପହଁଚିଛି ।
7. Gajapati: 56
8. Ganjam: 273
9. Jagatsingpur: 17
10. Jajpur: 16
11. Jharsuguda: 1
12. Kendrapada: 3
13. Keonjhar: 7
14. Khordha: 37
15. Mayurbhanj: 14
16.Nawarangapur: 7
17.Nayagarh: 1
18. Puri: 4
19. Rayagada: 10
20. Sambalpur: 6
21. Sundergarh: 51— I & PR Department, Odisha (@IPR_Odisha) July 7, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୫୭୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତି ଜିଲ୍ଲାରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ ଜିଲ୍ଲାରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୨୯ ଜଣ ଓ ବାଲେଶ୍ୱର ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ଜଗତସିଂହପୁର ଜିଲ୍ଲାରୁ ୧୭ ଜଣ ଓ ଯାଜପୁରରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରୁ ୧୪ ଜଣ ଓ ରାୟଗଡା ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ୦୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁର ଜିଲ୍ଲାରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ।
New Recoveries: 262
Cumulative Tested: 302780
Positive: 10097
Recovered: 6486
Active Cases: 3557— I & PR Department, Odisha (@IPR_Odisha) July 7, 2020
ବଲାଙ୍ଗୀର ଜିଲ୍ଲାରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଓ ପୁରୀ ଜିଲ୍ଲାରୁ ୦୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ, ଢେଙ୍କାନାଳ, ଝାରସୁଗୁଡା ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରନା ପଜିଟିଭ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯,୬୯୩ କରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭,୨୦,୪୭୩ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୬୦,୦୫୩, ସୁସ୍ଥ ହୋଇଛନ୍ତି ୪,୪୦,୧୫୦ ଓ ୨୦,୧୭୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୨୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।