ରାଜ୍ୟରେ ଆଜି ୫୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଆଉ ୦୩ ଜଣଙ୍କର ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୫୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଆଉ ୦୩ ଜଣଙ୍କର ମୁଣ୍ଡ ନେଲା କରୋନା, corona update, 595 tested new corona positive and 03 death in odisha. Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0

ରାଜ୍ୟରେ ପୁଣି ଆଜି ୦୩ ଜଣଙ୍କର ମୁଣ୍ଡ ନେଲା କରୋନା ଓ ଆଜି ୫୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩,୦୦୦ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି ।

ସମସ୍ତେ କରୋନା ମୃତକ ଗଞ୍ଜାମ ଜିଲ୍ଲାରୁ । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩୯ କୁ ବୃଦ୍ଧି ହୋଇସାରିଲାଣି ।

ଆଜି ୨୧ ଟି ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୫୯୫ କରୋନା ପଜିଟିଭ ମଧ୍ୟରୁ ୩୯୪ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୨୦୧ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ଅଧିକ ଚିନ୍ତାର କାରଣ ହୋଇଛି ।

ଆଜିର ନୂଆ ୫୯୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୬୭୭, ସୁସ୍ଥ ହୋଇଛନ୍ତି ୮,୩୬୦ ଓ ମୃତ ସଂଖ୍ୟା ୬୪ କୁ ପହଁଚିଛି । କାଲି ରାଜ୍ୟରେ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୫୯୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୯୭, ଖୋର୍ଦ୍ଧାରୁ ୭୬ ଓ କୋରାପୁଟରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୩୬ ଜଣ, ଗଜପତିରୁ ୨୦ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱର, ଭଦ୍ରକ ଓ କଟକ ଜିଲ୍ଲାରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ପୁରୀ ଜିଲ୍ଲାରୁ ୧୦ ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୦୮ ଜଣ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁର ଓ ନୟାଗଡ ଜିଲ୍ଲାରୁ ୦୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡିରୁ ୦୪ ଓ ବରଗଡରୁ ୦୩ ଜଣ କରୋନା ପଜିଟିଭ ଚିହ୍ନଟ ।

ରାୟଗଡା,ସମ୍ବଲପୁର ଓ କେନ୍ଦ୍ରାପଡା ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯,୭୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୪୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮,୪୯,୯୯୭ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୯୦,୬୯୬, ସୁସ୍ଥ ହୋଇଛନ୍ତି ୫,୩୬,୨୩୨ ଓ ୨୨,୬୮୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୨୮ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *