ରାଜ୍ୟରେ ଆଉ ୭୪ ଜଣ କରୋନା ପଜିଟିଭ ଚିହ୍ନଟ । ୧୦୦୦ ପାର ହେଲା କରୋନା ଆକ୍ରାନ୍ତ ।
ରାଜ୍ୟରେ ଆଜି ନୂଆ ୭୪ ଜଣ ଆକ୍ରନ୍ତଙ୍କ ଚିହ୍ନଟ ହୋଇଛନ୍ତି ଏବଂ ପୁଣି ଆଉ ଜଣେ କରୋନା ଅଙ୍କ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷୀୟ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ।
Total Positive Cases till 9 am: 1052
Active Cases: 739
New Cases: 7402 cases in Kendrapara
(All in quarantine centres. 1 WB & 1 Telengana returnees)11 cases in Puri
(All in quarantine centres. 1 AP, 1 TN, 1 Karnataka and 8 Gujarat returnees)— I & PR Department, Odisha (@IPR_Odisha) May 20, 2020
ମାଲକାନଗିରି ଜିଲ୍ଲାକୁ ଛୁଇଁଲା କରୋନା । ୨୪ ନମ୍ବର ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାକୁ ଛୁଇଁଲା କରୋନା । ରାଜ୍ୟରେ ଆଜି ନୂଆ ୭୪ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ । ପୁରୀ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୦୯ ଜଣ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୦୭ ଜଣ, ଗଂଜାମ ଜିଲ୍ଲାରୁ ୦୬ ଜଣ ଏବଂ ଯାଜପୁର ଜିଲ୍ଲାରୁ ୦୬ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି ।
06 cases in Jajpur
( All in quarantine centres. 3 WB, 1 Maharashtra & 2 Gujarat returnees)01 case in Dhenkanal
( In quarantine centre. TN returnee)01 case in Kandhamal
(In quarantine centre. Kerala returnee)— I & PR Department, Odisha (@IPR_Odisha) May 20, 2020
କେନ୍ଦ୍ରାପଡା ଓ ମାଲକାନଗିରି ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ବାଲେଶ୍ୱର ଜିଲ୍ଲାରୁ ୦୧, ଢେଙ୍କାନାଳରୁ ୦୧ ଓ କନ୍ଧମାଳ ଜିଲ୍ଲାରୁ ୦୧ କରୋନା ପଜିଟିଭ ଚିହ୍ନଟ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।
ଆଜି ନୂଆ ୭୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ରେ ପହଁଚିଲା । କରୋନାରେ ରେକର୍ଡ କଲେ ଉଭୟ ଭାରତ ଏବଂ ଓଡିଶା । ଗୋଟିଏ ଦିନରେ କାଲି ସର୍ବାଧିକ ପଜିଟିଭ ଚିହ୍ନଟ । ଗତ କାଲି ସର୍ବାଧିକ ୫୬୧୧ ଜଣ ପଜିଟିଭ ଚିହ୍ନଟ । କାଲି ଦେଶରେ ଗୋଟିଏ ଦିନରେ ୧୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଆଜି ହଜାରେ କୁ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
07 cases in Khurdha
( All in quarantine centres. 5 Gujarat & 1 WB returnees. 1 local case)09 cases in Cuttack
(All in quarantine centres. 2 M'rashtra, 1 Tamilnadu & 6 Surat returnees)06 cases in Ganjam
(5 in quarantine centres. 3 M'rashtra & 2 Gujarat returnees. 1 local case)— I & PR Department, Odisha (@IPR_Odisha) May 20, 2020
୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୭୨ କ୍ଵାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି ବୋଲି ଜଣା ପଡିଛି । ଅନ୍ୟ ୨ ଜଣ କରୋନା ପଜିଟିଭ ଲୋକାଲ କେସ୍ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।
ଓଡିଶାର କରୋନା ଖବର:
ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୧୩ ରେ ପହଞ୍ଚିସାରିଛି ।
ଯାଜପୁର ଜିଲ୍ଲାରେ ଆଜି ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୧୭୪ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ବାଲେଶ୍ୱର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୨୨ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୭୧ ରେ ପହଞ୍ଚିସାରିଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରାପଡାରେ ଜିଲ୍ଲାରେ ଆକ୍ରାନ୍ତ ବୃଦ୍ଧି ହୋଇ ୪୦ ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା । ପୁରୀ ଜିଲ୍ଲାରେ ୪୪ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୩୬ କୁ ବୃଦ୍ଧି ।
ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରେ ପହଁଚିଲା । ମାଲକାନଗିରି ଜିଲ୍ଲାରେ ମୋଟ୍ ୦୨ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରି ଜିଲ୍ଲା ନୂଆ ଜିଲ୍ଲା ଭାବରେ କରୋନା ଆକ୍ରାନ୍ତ ଚିହ୍ନଟ । ବହୁତ ଦିନ ପରେ ପୁଣି ଢେଙ୍କାନାଳକୁ ଫେରିଲା କରୋନା ଆଜି ଜଣେ ପଜିଟିଭ ଚିହ୍ନଟ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୦୨ ରେ ପହଁଚିଲା । କନ୍ଧମାଳ ଜିଲ୍ଲାରୁ ଜଣେ ପଜିଟିଭ ହୋଇ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୦୩ ରେ ପହଁଚିଲା । ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ଏବେ ଲକ୍ଡାଉନ୍ ୪.୦ ରେ ନୂଆ ଗାଇଡ଼ଲାଇନ ଲାଗୁ ହୋଇଥିବା ବେଳେ କିଛି ମାତ୍ରରେ କୋହଳ ହେଇଛି ରାଜ୍ୟରେ । କାଲି ପୁଣି କେନ୍ଦ୍ର ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଉ ୨୦୦ ନନ୍-ଏସି ଟ୍ରେନ୍ ଚାଲିବ । ଯେତେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସମସ୍ତେ କ୍ଵାରେଣ୍ଟାଇନ୍ ଥିବା ଲୋକ ବୋଲି ଜଣା ପଡିଛି । ଏବେ ଲକ୍ଡାଉନ୍ ୪.୦ ରେ ନୂଆ ଗାଇଡ଼ଲାଇନରେ କେମିତି ହବ କରୋନା ପ୍ରଭାବ ତାକୁ ନେଇ ଚିନ୍ତା ବଢିଛି । ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଲୋକାଲ ଲୋକଙ୍କ ଠୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ।
କରୋନା ଆତଙ୍କ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।
ଦେଶର କରୋନା ଖବର:
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୦୫୨ ରେ ପହଁଚିଛି । ୭୩୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୦୭ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କାଲି ଲକ୍ଷେ କୁ ଟପିଲା । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୦୬,୮୭୮ ରେ ପହଁଚିଛି । ୬୧,୨୪୪ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୪୨,୩୨୬ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୩୦୨ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।