ରାଜ୍ୟରେ ଆଉ ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଉ ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, new 103 corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଉ ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ପୁଣି ଏକ ନୂଆ ଜିଲ୍ଲାକୁ ଛୁଇଁଲା କରୋନା । ସୋନପୁର ଜିଲ୍ଲାକୁ ଛୁଇଁଲା କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାକୁ ଛାଡି ଆଉ ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୯ କୁ ବୃଦ୍ଧି ହେଲା ।

ନୂଆ ୭୯ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଓ ବଲାଙ୍ଗିର ଜିଲ୍ଲାରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୮, କନ୍ଧମାଳରୁ ୭ଜଣ, କେନ୍ଦ୍ରାପଡାରୁ ୬ ଜଣ ଓ ଗଞ୍ଜାମରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା, ପୁରୀ ଓ ବାଲେଶ୍ୱର ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ ୨ ଜଣ, ଅନୁଗୁଳ, ଝରାସୁଗୁଡା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ଓଡିଶାର କରୋନା ଖବର:

ଆଜି ନୂଆ ୭୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୬୧ ସୁସ୍ଥ ହୋଇଛନ୍ତି ୬୪୯ ଓ ମୃତ ସଂଖ୍ୟା ୭ ।

୭୯ କରୋନା ପଜିଟିଭ ମଧ୍ୟ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଉ ୮ ଜଣ ଲୋକାଲ କେସ ।

ରାଜ୍ୟରେ ଆଉ ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, new 103 corona positive case fund in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଉ ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ଗଞ୍ଜାମ ଜିଲ୍ଲାରେ ମୋଟ୍ ୩୫୩ କୁ ବୃଦ୍ଧି ହୋଇଛି । ଯାଜପୁର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୪୨ ରେ ପହଁଚିଲା । କେନ୍ଦୁଝରରେ ୨୦ ଓ କନ୍ଧମାଳ ଜିଲ୍ଲାରେ ୧୩ କୁ ବୃଦ୍ଧି ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ବଲାଙ୍ଗୀର ଜିଲ୍ଲାରେ ୩୮ କୁ ବୃଦ୍ଧି ହୋଇଛି କରୋନା ଅଙ୍କ୍ରାନ୍ତ ସଂଖ୍ୟା । ଖୋର୍ଦ୍ଧା ରେ କରୋନା ଆକ୍ରାନ୍ତ ସଂଖ୍ୟା ୮୬ ରେ ପହଁଚି ସାରିଲାଣି । ବାଲେଶ୍ୱର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ୧୩୭ କୁ ବୃଦ୍ଧି ହେଲା । ଢେଙ୍କାନାଳରେ ମୋଟ୍ ୭ କରୋନା ପଜିଟିଭ ଚିହ୍ନଟ ।

କଟକ ଜିଲ୍ଲାରେ ୭୫ କୁ ପହଁଚିଥିବା ବେଳେ କେନ୍ଦୁଝରରେ ୨୦ କୁ ବୃଦ୍ଧି କରୋନା ଆକ୍ରାନ୍ତ । କନ୍ଧମାଳରେ ୧୩ କୁ ବୃଦ୍ଧି, କେନ୍ଦ୍ରାପଡାରେ ୬୧ କୁ ବୃଦ୍ଧି ଓ ପୁରୀ ରେ ୮୫ କୁ ବୃଦ୍ଧି ହେଇଛି । ନୟାଗଡ ଜିଲ୍ଲାରେ ୪୮ କୁ ବୃଦ୍ଧି ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ୭ କୁ ପଂହଁଚିଛି ଆକ୍ରାନ୍ତ ସଂଖ୍ୟା । ଅନୁଗୁଳ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୫ ବୃଦ୍ଧି, ଝରାସୁଗୁଡା ରେ ୬ କି ବୃଦ୍ଧି ଓ ସୋନପୁର ରେ ଜଣେ ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୫୪ ରେ ପହଁଚିଲା । ୮୦,୪୬୩ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୦,୭୦୬ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪,୧୭୪ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *