ରାଜ୍ୟରେ ଆଉ ୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଉ ୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।, New 96 corona positive case found in odisha today, Nitidina, Odisha, Stay home Stay safe, Corona, Covid-19, News

ରାଜ୍ୟରେ ଆଉ ୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

୯୬ କରୋନା ପଜିଟିଭ ରୁ ସମସ୍ତେ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ୧୮ ଟି ଜିଲ୍ଲାରୁ ୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।

ନୂଆ ୯୬ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରେ ସର୍ବାଧିକ ୧୦ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡ ରୁ ୭ ଜଣ ଲେଖାଏଁ ଚିହ୍ନଟ । ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁର ଜିଲ୍ଲାରୁ ୦୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡି ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ ବାଲେଶ୍ୱର, ଦେବଗଡ ଓ ନୂଆପଡା ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୨ ଜଣ, କେନ୍ଦୁଝର ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ଓଡିଶାର କରୋନା ଖବର:
ରାଜ୍ୟରେ ଆଉ ୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।
ରାଜ୍ୟରେ ଆଉ ୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ଆଜି ନୂଆ ୯୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୯ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୩୩ ସୁସ୍ଥ ହୋଇଛନ୍ତି ୯୭୭ ଓ ମୃତ ସଂଖ୍ୟା ୭ ।

ଗଞ୍ଜାମ ଜିଲ୍ଲାରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାରେ ମୋଟ୍ ୪୦୪ କୁ ବୃଦ୍ଧି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ମୋଟ୍ ୨୫୯ କରୋନା ଆକ୍ରାନ୍ତ ଚିହ୍ନଟ ।

ଜଗତସିଂହପୁର ଜିଲ୍ଲାରେ ୬୬ କୁ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀର ଜିଲ୍ଲାରେ ମୋଟ୍ ୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରେ ୬୫ କୁ ବୃଦ୍ଧି ହୋଇଛି କରୋନା ଆକ୍ରାନ୍ତ ସଂଖ୍ୟା ।

କେନ୍ଦୁଝର ଜିଲ୍ଲାରେ ୨୨ କୁ ବୃଦ୍ଧି ହୋଇଛନ୍ତି କରୋନା ଆକ୍ରାନ୍ତ ସଂଖ୍ୟା । କେନ୍ଦ୍ରାପଡା ରେ ୭୧ ଓ ଗଜପତି ଜିଲ୍ଲାରେ ୨୦ କୁ ବୃଦ୍ଧି କରୋନା ପଜିଟିଭ ଚିହ୍ନଟ । ଭଦ୍ରକ ଜିଲ୍ଲାରେ ୧୩୩ କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ ଜିଲ୍ଲାରେ ମୋଟ୍ ୪୮ କରୋନା ପଜିଟିଭ ଚିହ୍ନଟ । କଟକରେ ମୋଟ୍ ୯୫ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡି ଜିଲ୍ଲାରେ 20 କୁ ହୋଇଥିବା ବେଳେ ବାଲେଶ୍ୱର ରେ ୧୪୬, ଦେବଗଡ ରେ ୨୮ ଓ ନୂଆପଡା ଜିଲ୍ଲାରେ ୧୮ ମୋଟ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରେ ମୋଟ୍ ୧୮, କେନ୍ଦୁଝର ରେ ୨୨ ମୋଟ୍ କରୋନା ଆକ୍ରାନ୍ତ ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୭୩,୪୯୧ ରେ ପହଁଚିଲା । ୮୫,୮୭୩ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୮୨,୬୨୭ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪,୯୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *