ସୁଶାନ୍ତଙ୍କ ମାମଲାରେ ସିବିଆଇ ବହୁତ ବଡ଼ ବଡ଼ ଡ୍ରଗ୍ସ ପାଡେଲରଙ୍କୁ ଗିରଫ କରିସାରିଛି । ଏହା ପୂର୍ବରୁ ହିଁ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି ଓ ସେ କୋର୍ଟରେ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି । ହେଲେ କୋର୍ଟ ୧୧ ସେପ୍ଟେମ୍ବରରେ ରିୟାଙ୍କ ଜାମିନକୁ ଖାରଚ କରିଦେଇଛନ୍ତି । ଏହି ମାମଲାରେ ଏନସିବି ମଧ୍ୟ ତନାଘନା କରୁଛି ।

ରିୟା ଚକ୍ରବର୍ତ୍ତୀ ପଚରାଉଚରା ଦ୍ଵାରା ୨୫ ବଲିଉଡର କଳାକାରଙ୍କ ନାମ ନେଇଥିବା ଜଣାପଡିଛି । ଯେଉଁଥିରେ ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଡ୍ରଗ୍ସ ପ୍ୟାଡେଲରଙ୍କ କଥା ଜଣାପଡିଛି ହେଲେ ଏନସିବି ଏବେ ଯାଏ ମଧ୍ୟ ୨୫ ଜଣଙ୍କ ବିଷୟରେ ତନାଘନା କରୁଛି ।
ମୁମ୍ବାଇର ଲୋନାଭାଲା ସ୍ଥିତ ଏକ ଫାର୍ମ ହାଉସ, ଯେଉଁଠି ହେଉଥିଲା ଡ୍ରଗ୍ସ ପାର୍ଟି:
ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁଠି ରିୟା, ସାରା ଅଲ୍ଲୀ ଖାନ,ଓ ରକୁଲ ପ୍ରୀତ ଡ୍ରଗ୍ସ ପାର୍ଟି କରୁଥିଲେ, ଏନସିବିର ଲଗାତାର ତନାଘନା ପରେ ଏହା ଏବେ ସାମ୍ନାକୁ ଆସିଛି । ଏହି ଫାର୍ମ ହାଉସ ମୁମ୍ବାଇର ଲୋନାୱାଲାରେ ରହିଛି । ଏହା ମୁମ୍ବାଇ ଠାରୁ ୧୦୦ କିମି ଦୂରରେ ଅବସ୍ଥିତ । ଏହା ହଉଛି ସେହି ଫାର୍ମ ହାଉସ ଯେଉଁଠି ରିୟା ଓ ତାଙ୍କ ଭାଇ ସୌଭିକ ତଥା ତାଙ୍କ ସାଙ୍ଗମାନେ ଡ୍ରଗ୍ସ ପାର୍ଟି କରୁଥିଲେ ।

ଫାର୍ମ ହାଉସରେ ପହଞ୍ଚି ଏନସିବି ସମସ୍ତଙ୍କୁ ପଚରାଉଚରା କରିଛି । ସେଠାରେ ଏକ କର୍ମଚାରୀ କହିଛନ୍ତି କି “ଏଠାକୁ ସୁଶାନ୍ତ ଓ ସାରା ଅଲ୍ଲୀ ଖାନ ଆସନ୍ତି । କିଛି ଦିନ ପରେ ସୁଶାନ୍ତ, ରିୟା, ସୌଭିକ ଓ ସାମୁଏଲ ମିରାଣ୍ଡା ମଧ୍ୟ ଆସନ୍ତି ଓ ବହୁତ ରାତି ପର୍ଯ୍ୟନ୍ତ ଡ୍ରଗ୍ସ ପାର୍ଟି କରନ୍ତି ।”
ଏହି କଥା ଜାଣିବାପରେ ଏନସିବି ଆହୁରି ତନାଘନା କରୁଛି । ଏହାଛଡା ସୁଶାନ୍ତଙ୍କ ମାମଲାରେ ଜୟା ସାହା ଓ ଶ୍ରୁତି ମୋଦିଙ୍କୁ ମଧ୍ୟ ପଚାରିବେ ।
କାହିଁକି ମିଳିଲାନି ରିୟାଙ୍କୁ ଜାମିନ:
ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ମୁମ୍ବାଇ କୋର୍ଟ ଖାରଜ କରିଦେଇଛନ୍ତି । କୁହାଯାଉଛି କି “ରିୟାଙ୍କ ଓକିଲ ନିଜ ଦଲିଲ ମାଧ୍ୟମରେ କୋର୍ଟକୁ ସନ୍ତୁଷ୍ଟ କରିପାରିଲେ ନାହିଁ, ଏବେ ଯାଏ ବି କୋର୍ଟ ସନ୍ଦେହରେ ଅଛି । ସେଥିପାଇଁ ରିୟାଙ୍କୁ ଜାମିନ ମିଳିନାହିଁ” । “ଯଦି ରିୟାଙ୍କୁ ଜାମିନ କରାଗଲା ତେବେ ସେ ଡ୍ରଗ୍ସ ପ୍ୟାଡଲରଙ୍କୁ ସତର୍କ କରେଇଦେବେ । ଯାହାଦ୍ଵାରା ସବୁ ପ୍ରମାଣ ମଧ୍ୟ ନଷ୍ଟ ହୋଇଯିବ” ।

କହିରଖୁଛୁ ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଓ ତାଙ୍କର ସାଙ୍ଗ ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତ ସଙ୍ଗେ ମିଶି ସୁଶାନ୍ତଙ୍କ ଘରକୁ ଡ୍ରଗ୍ସ ଆଣୁଥିଲେ । ଆଉ ଗୁଗୁଲ ପେ ମାଧ୍ୟମରେ ପଇସା ଦେଉଥିଲେ ।
ରିୟା ନିଜ ମାଙ୍କ ଫୋନରୁ କେଉଁ ଡ୍ରଗ୍ସ ଆଣିବାର ଅଛି କଥା ହଉଥିଲେ, କେତେ ବାକି ଅଛି ଓ କେତେ ଆଣିବାର ଅଛି । ଏହି କଥା ଯେତେବେଳେ କୋର୍ଟରେ ଜଣାପଡିଲା ସେ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।