ନୂଆ ଉପାୟରେ ବନାନ୍ତୁ ଗୋଟା ଭେଣ୍ତି ମସଲା ଭଜା, ଜଣନ୍ତୁ କେମିତି କରିବେ

ନୂଆ ଉପାୟରେ ବନାନ୍ତୁ ଗୋଟା ଭେଣ୍ତି ମସଲା ଭଜା, Nitidina

ନୂଆ ଉପାୟରେ ବନାନ୍ତୁ ଗୋଟା ଭେଣ୍ତି ମସଲା ଭଜା, ଜଣନ୍ତୁ କେମିତି କରିବେ।

କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୨୧ ଦିନିଆ ‘ଲକ୍‌ଡାଉନ୍‌’। ୨୧ ଦିନ ଯାଏଁ କେହି ଘରୁ ନବାହାରିବା ପାଇଁ କୁହା ଯାଇଛି। ଏହି ସମୟରେ ଆପଣ କିଛି ନୂଆ ନୂଆ ଆଉ ସ୍ୱାସ୍ଥ୍ୟକର ଖାଦ୍ୟ ବନେଇକି ପରିବାର ସହିତ ଖାଇପାରିବେ।

ଆସନ୍ତୁ ମୁ ଏବେ ଆପଣ ଙ୍କୁ ନୂଆ ଉପାୟରେ ଗୋଟା ଭେଣ୍ଡି ମସଲା ଭଜା କେମିତି କରିବେ ସେ ବିଷୟରେ ଜଣେଇବି।

ଗୋଟା ଭେଣ୍ଡି ମସଲା ଭଜା ପାଇଁ ଦରକାରୀ ସାମଗ୍ରୀ:

୧. ଆବଶ୍ୟକ ଅନୁସାରେ ଗୋଟା ଭେଣ୍ଡି                                     ୨. ଲୁଣ

୩. ୪/୫ ଟା ସିଝା ଆଳୁ                                                               ୪. ଲଙ୍କା ଗୁଣ୍ଡ

୫. ପିଆଜ                                                                                     ୬. ଧନିଆ ଗୁଣ୍ଡ

୭. ଜିରା ଗୁଣ୍ଡ                                                                                ୮. ହଳଦୀ ଗୁଣ୍ଡ

୯. ଗରମ ମସଲା ଗୁଣ୍ଡ                                                                ୧୦. ହେଙ୍ଗୁ

୧୧. ବେସନ                                                                                  ୧୨. ଆବଶ୍ୟକ ଅନୁଯାଇ ତେଲ

ନୂଆ ଉପାୟରେ ବନାନ୍ତୁ ଗୋଟା ଭେଣ୍ତି ମସଲା ଭଜା – ପ୍ରଣାଳୀ

ଏବେ ପ୍ରଥମେ ବେସନ କୁ ବିନା ତେଲ ରେ କଡେଇ ଟିକେ କଲର ଚେଞ୍ଜ ହେବା ଯାଏ ଆଉ କଞ୍ଚା ବାସ୍ନା ଯିବା ଯାଏ ଭାଜି ଦିଅନ୍ତୁ।

ଭେଣ୍ଡି କୁ ପାଣି ରେ ଭଲ ଭାବରେ ଧୋଇଦିଅନ୍ତୁ, ଆଉ ସେଥିରୁ ପାଣି କୁ ଭଲ ଭାବରେ ପୋଛି ଦିଅନ୍ତୁ। ଏବେ ଭେଣ୍ଡିର ଉପର ଆଉ ତଳ ଭାଗକୁ କୁ କାଟି ଦିଅନ୍ତୁ, ଭେଣ୍ଡି କୁ ଗୋଟା ରଖିବେ। ତାପରେ ଭେଣ୍ଡିର ଗୋଟେ ସାଇଡ କୁ ଉପରୁ ତଳକୁ ସିଧା କାଟନ୍ତୁ ଯେମିତି ତଳ ସାଇଡ ଲାଗିକି ରହିବ। ଆଉ ଭେଣ୍ଡି କୁ ଟିକେ ଖୋଲି ଦେବେ। ପିଆଜ କୁ ମଧ୍ୟ୍ୟ ଛୋଟ ଛୋଟ କରି କାଟିଦିଅନ୍ତୁ।

ତଳେ ଫୋଟୋରେ ଦେଖିପାରିବେ କେମିତି ଭେଣ୍ଡି କୁ କାଟିବେ।

ନୂଆ ଉପାୟରେ ବନାନ୍ତୁ ଗୋଟା ଭେଣ୍ତି ମସଲା ଭଜା, Nitidina

ଏବେ ଏକ ପାତ୍ରରେ ସିଝା ଆଳୁ ରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ, ସେଥିରେ କଟା ପିଆଜ କୁ ପକାନ୍ତୁ। ଆବଶ୍ୟକ ଅନୁଯାଇ ଲଙ୍କା ଗୁଣ୍ଡ ପକାନ୍ତୁ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ ଆଉ ଅଧା ଚାମଚ ହେଙ୍ଗୁ ପକେଇ ତାକୁ ଭଲ ଭାବରେ ଚକଟିଦିଅନ୍ତୁ। ହେଙ୍ଗୁ ପକେଇବା ଦ୍ଵାରା ବହୁତ ଭଲ ଫ୍ଲେବର ଆସିବ।

ଏବେ ସେଥିରେ ଭଜା ବେସନ କୁ ମିଶାନ୍ତୁ। ମସଲା ରେ ବେସନ ଦେବା ଦ୍ଵାରା ଭେଣ୍ଡି ଭିତରୁ କିଛି ମସଲା ବାହାରକୁ ବାହାରିବନି।

ବର୍ତ୍ତମାନ ସବୁ ମସଲା କୁ ଭେଣ୍ଡି ଭିତରେ ଭଲ ଭାବରେ ଭରିଦେବା।

ଏବେ କଡେଇରେ ଆବଶ୍ୟକ ଅନୁସାରେ ତେଲ ପକାନ୍ତୁ ଆଉ ତାକୁ ଗରମ କରନ୍ତୁ। ସେଥିରେ କିଛି ସୋରିଷ ପକାନ୍ତୁ ଆଉ ତାକୁ ଫୁଟିବାକୁ ଦିଅନ୍ତୁ।

ବର୍ତ୍ତମାନ କିଛି ଭେଣ୍ଡି କୁ କଡେଇରେ ରେ ପକାନ୍ତୁ ଆଉ ତାକୁ ଘୋଡେଇ ଦିଅନ୍ତୁ। ମଧ୍ୟମ ଆଞ୍ଚ ରେ ତାକୁ ୩ ରୁ ୪ ମିନିଟ ସମୟ ହେବାକୁ ଦିଅନ୍ତୁ।

୩ କି ୪ ମିନିଟ ପରେ ଏବେ ଭେଣ୍ଡି ଓଲଟାଇଦିଅନ୍ତୁ, ଦେଖନ୍ତୁ ଏବେ ଆପଣଙ୍କ ଭେଣ୍ଡି ଟିକେ କ୍ରିପସି ହୋଇ ଗଲାଣି। ପୁଣି ତାକୁ ମଧ୍ୟମ ଆଞ୍ଚ ରେ ତାକୁ ୩ ରୁ ୪ ମିନିଟ ସମୟ ହେବାକୁ ଦିଅନ୍ତୁ।

୩ କି ୪ ମିନିଟ ପରେ ଏବେ ଦେଖନ୍ତୁ ଭେଣ୍ଡି ଦୁଇପଟ ଯାକ କ୍ରିପସି ହେଇଗଲାଣି। ଆପଣଙ୍କ ଗୋଟା ଭେଣ୍ଡି ଭଜା ହେଇଯାଇଛି। ଏବେ ଭେଣ୍ଡି କୁ ବାହାର କରିଦିଅନ୍ତୁ ଆଉ ବାକି ଥିବା ଭେଣ୍ଡି କୁ ସେମିତି ଭାଜି ଦିଅନ୍ତୁ।

ନୂଆ ଉପାୟରେ ବନାନ୍ତୁ ଗୋଟା ଭେଣ୍ତି ମସଲା ଭଜା, Nitidina

ଏବେ ଗୋଟା ଭେଣ୍ଡି ଭଜା ର ମଜା ନିଅନ୍ତୁ। କେମିତି ଲାଗିଲା ଦୟାକରି କମେଣ୍ଟ ରେ ଜଣେଇବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *