ଗୃହ ମନ୍ତ୍ରାଳୟ କରୋନା ଭାଇରସ ସଂକ୍ରମଣକୁ ଦେଖି ନୂଆ ନିର୍ଦେଶମାନ ଜାରି କରିଛନ୍ତି। ଏହି ନିର୍ଦେଶନାମା ୧ ଡିସେମ୍ବରରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁରହିବ। ନୂଆ ଗାଇଡ଼ଲାଇନରେ କଣ୍ଟେନମେଣ୍ଟ ଯୋଜକୁ ନେଇ ଖାସ ଐତିହାସିକ ନିୟମ ଲାଗୁହୋଇଛି। ପଢନ୍ତୁ ୧୦ ଖାସ କଥା।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବୁଧବାରକୁ କୋଭିଡ଼-୧୯ ସଂକ୍ରମଣକୁ ଦେଖି କଣ୍ଟେନମେଣ୍ଟ ଯୋନ ପାଇଁ ନୂଆ ଗାଇଡ଼ଲାଇନ ଜାରିକରିଛନ୍ତି। ସାବଧାନ ପାଇଁ ଜାରୀ ହୋଇଥିବା ନୂଆ ଗାଇଡ଼ଲାଇନରେ ସବୁ ଅଞ୍ଚଳରେ ନିୟମକୁ ଠିକ ସେ ପାଳନ ପାଇଁ ଆଦେଶ ଦିଆଯାଇଛି। ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରସାସିତ ଅଞ୍ଚଳରେ ସବୁ ନିୟମକୁ ପାଳନ ପାଇଁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନରେ କେବଳ ଆବଶ୍ୟକ ଗତିବିଧି ପାଇଁ ଛୁଟି ଦିଆଯାଇଛି।
ରାଜ୍ୟ ଓ କେନ୍ଦ୍ରସାସିତ ଅଞ୍ଚଳକୁ ନିର୍ଦେଶ ଦିଆଯାଇଛି କି କରୋନାର କମିଥିବା ସଂଖ୍ୟାକୁ ସେହିପରି ରଖାଯାଉ ଓ ସଂକ୍ରମଣକୁ ଅଟକାଇବା ପାଇଁ ଯାହା ପଦକ୍ଷେପ ଆବଶ୍ୟକ ତାହା ଲାଗୁକରାଯାଉ। ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ନୂଆ ଗାଇଡ଼ଲାଇନ ୧ ଡିସେମ୍ବରରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁରହିବ। ନୂଆ ଗାଇଡ଼ଲାଇନରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ବା ଖୋଲା ଦିଆଯାଇନାହିଁ।ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିବନ୍ଧକ ଅଛି।
ପଢନ୍ତୁ ନୂଆ ଗାଇଡ଼ଲାଇନର ୧୦ ଖାସ କଥା:
୧- ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ଓ ସିନେମା ଉପରେ ପ୍ରତିବନ୍ଧକ ରହିବ। ସିନେମା ହଲରେ ଏବେ ପର୍ଯ୍ୟନ୍ତ କେବଳ ୫୦% ଲୋକ ଯାଇପାରିବେ। ସୁଇମିଙ୍ଗ ପୁଲରେ ବର୍ତ୍ତମାନ କେବଳ ଖେଳାଳୀ ମାନଙ୍କୁ ଆସିବାର ଅନୁମତି ଅଛି।
୨- ବିଜନେସ ହଲରେ କେବଳ ବିଜନେସ ସହିତ ଜଡିତ ଲୋକ ଯାଇପାରିବେ। ଏହା ଛଡା କୌଣସିବି ସାର୍ଵଜନିକ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ଭାଗନେଇ ପାରିବେନାହିଁ।
୩- କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ ଗତିବିଧି ପାଇଁ ମଞ୍ଜୁରୀ ମିଳିବ। ଜିଲ୍ଲା ପୋଲିସ ଓ ନଗରନିଗମ ପ୍ରଶାସନ ନିୟମର ପାଳନ କରାଇବା ପାଇଁ ଦାୟୀ ହେବ।ଲାଗୁହୋଇଥିବା ନିୟମ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କଡା ରୂପରେ ପାଳନ କରାଯିବ।

୪- ନୂଆ ଗାଇଡ଼ଲାଇନ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କୋଭିଡ଼ି-୧୯ ସ୍ଥିତିର ଆକଳନ ଆଧାରରେ କେବଳ କଣ୍ଟେନମେଣ୍ଟ ଯୋଜରେ ରାତ୍ରିକାଳୀନ କର୍ଫୁ ଲାଗୁହୋଇପାରିବ। କଣ୍ଟେନମେଣ୍ଟ ଯୋନ ବାହାରେ କୌଣସି ଲକଡାଉନ ଲାଗୁ କରିବା ପୂର୍ବରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ଅନୁମତି ନେବାକୁ ହେବ।
୫- ଅଫିସରେ ସୋସିଆଲ ଡ଼ିଷ୍ଟାନ୍ସ ପାଳନ କରାଇବ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦାୟୀ ହେବ। ଯେଉଁ ରାଜ୍ୟରେ ସଂକ୍ରମଣ ହାର ୧୦% ସେହି ରାଜ୍ୟରେ ଅଫିସରେ ଅଲଗା ଅଲଗା ସମୟ ଜାରି କରାଯାଇ ଅନ୍ୟ ଉପାୟ ଲାଗୁକରାଯାଇ ସୋସିଆଲ ଡ଼ିଷ୍ଟାନ୍ସର ପାଳନ କରାଯିବ।
୬- ଆବଶ୍ୟକତା ପଡିଲେ ଘରେ ଘରେ ନଜର ରଖାଯିବ।ଏହା ଛଡା ଦିଆଯାଇଥିବା ପ୍ରୋଟୋକଲ ଆଧାରରେ ଟେଷ୍ଟିଙ୍ଗ କରାଯିବ।
୭- ସଂକ୍ରମଣ ହୋଇଥିବା ଲୋକର ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସୁଚି ଜାରିକରାଯିବ ଓ ତାଙ୍କ ଟ୍ରେସିଙ୍ଗ କରାଯାଇ ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରଖାଯିବ।
୮- କୋଭିଡ଼ -୧୯ ରେ ସଂକ୍ରମଣ ବ୍ୟକ୍ତିକୁ ଜଲ୍ଦି ନିର୍ଧାରିତ ନିୟମ ଆଧାରରେ ହୋମ ଆଇସୋଲେସନ ବା ମେଡ଼ିକାଲ ଫେସିଲିଟି ଆଇସୋଲେଟ କରାଯିବ।

୯- ସବୁ ଜାଗାରେ କୋଭିଡ଼ିର ଅନୁରୂପ ଜିନିଷ ଯେପରି ମାସ୍କ, ସୋସିଆଲ ଡ଼ିଷ୍ଟାନ୍ସ ଓ ହାତ ଧୋଇବା ଜରୁରୀ ଅଟେ।
୧୦- ରାଜ୍ୟ ଭିତରେ ବା ଅନ୍ୟ ରାଜ୍ୟକୁ ଯିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଏହା ଛଡା ବୟସ୍କ ବ୍ୟକ୍ତି ,ଅନ୍ୟ ରୋଗରେ ପୀଡିତ ଲୋକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବା ପାଇଁ କୁହାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।