ଭାରତ ପହଁଚିଲା ବ୍ରିଟେନର ଖତରନାକ କରୋନା ଷ୍ଟ୍ରେନ ! ଜାଣନ୍ତୁ WHO ର ମତ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲା -ୟୁକେରେ ମିଳିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ନିୟନ୍ତ୍ରଣରୁ ବାହାରେ ନୁହେଁ।

Google

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଦିନ ପୂର୍ବରୁ ବ୍ରିଟିନରୁ ଦିଲ୍ଲୀ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି।

ଯେଉଁଠି ଦୁନିଆରେ କରୋନା ଭାଇରସର ସଂକ୍ରମଣ ବଢୁଛି କିନ୍ତୁ ଭାରତରେ ଦିନକୁ ଦିନ ହେଉଥିବା ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଛି କିନ୍ତୁ ବର୍ତ୍ତମାନ ପୁଣି ଦେଶରେ କରୋନାକୁ ନେଇ ଡର ବଢିଗଲାଣି। ଏହାର କାରଣ ହେଉଛି ବ୍ରିଟେନରୁ ମିଳିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ। ଯାହା ଦ୍ୱାରା ସଂକ୍ରମଣ ବଢିବାର ଅନୁପାତ ୭୦ % ହୋଇଯାଇଥାଏ। ସରକାର ସୋମବାରରୁ ବ୍ରିଟେନରୁ ଆସୁଥିବା ଫ୍ଲାଇଟ ଉପରର ପ୍ରତିବନ୍ଧକ ଘୋଷଣା କରିଥିଲେ କିନ୍ତୁ ଗୋଟେ ରାତି ପୂର୍ବରୁ ଆସିଥିବା ୫ ଜଣ ଯାତ୍ରୀ କରୋନା ମିଳିବା ପରେ ଏବେ ପୁଣି ଡର ସାମ୍ନାକୁ ଆସିଛି। କଲିକତାରେ ବି ରବିବାରକୁ ଆସିଥିବା ବ୍ରିଟେନର ଦୁଇ ଜଣ କରୋନା ପଜେଟିଭ ମିଳିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନଆଇ କୋଭିଡ଼ି-୧୯ ନୋଡାଲ ଅଫିସର ସହ କଥା ହୋଇ ଜଣାଇଛନ୍ତି କି ଲଣ୍ଡନରୁ ଗୋଟେ ରାତି ପୂର୍ବରୁ ଦିଲ୍ଲୀ ଏୟରପୋର୍ଟ ଆସିଥିବା ବିମାନରେ ମୋଟ ୨୬୬ ଜଣ ଲୋକ ଥିଲେ। ସେଥିରୁ ୫ ଜଣ ପଜେଟିଭ ମିଳିଛନ୍ତି। ବର୍ତ୍ତମାନ ତାଙ୍କ ସାମ୍ପୁଲକୁ ନେସନାଲ ଫର ଡିଜିଜ କଣ୍ଟ୍ରୋଲ ଲ୍ୟାବକୁ ଯାଞ୍ଚ ପାଇଁ ପଠେଇଦିଆଯାଇଛି। ଏହା ସହିତ ସଂକ୍ରମିତଙ୍କୁ ବି କେୟାର ସେଣ୍ଟରରେ ଅଲଗା ଭାବେ ରଖାଯାଇଛି।

Google

ଏହା ପୂର୍ବରୁ ଲଣ୍ଡନରୁ ମୁମ୍ବାଇ ଆସିଥିବା ଦୁଇଟି ବିମାନର ଯାତ୍ରୀ ମାନଙ୍କୁ ସିଧା ହୋଟେଲ ନିଆଯାଇଥିଲା। ତାଙ୍କୁ ସେଠାରେ କ୍ବାରେଣ୍ଟାଇନ କରାଯାଇଛି। କିଛି ଯାତ୍ରୀ ଏହା ଦ୍ଵାରା ନିଶାର ହୋଇ କହିଛନ୍ତି ତାଙ୍କୁ ଏହା ବିଷୟରେ କୌଣସି ସୂଚନା ଦିଆଯାଇନଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲା ନିୟନ୍ତ୍ରଣରୁ ବାହାର ହୋଇନାହିଁ ପରିସ୍ଥିତି:

ବ୍ରିଟେନରେ କରୋନାର ନୂଆ ରୂପ ଦ୍ଵାରା ବ୍ୟାପିଥିବା ଡ଼ର ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅଟେକି ନୂଆ ଷ୍ଟ୍ରେନକୁ ଅଟକାଇହେବ। ସଂଗଠନର ପ୍ରମୁଖ ମାଇକ ରାୟନ ଜିନବାରେ ପ୍ରେସ କନ୍ଫରେନ୍ସରେ କହିଛନ୍ତି ,”ସ୍ଥିତି କାବୁରୁ ବାହାରେ ନାହିଁ କିନ୍ତୁ ଏହାକୁ ସେହିପରି ଛାଡି ହେବନାହିଁ। ସଂଗଠନ ଅନୁସାରେ ନୂଆ ଷ୍ଟ୍ରେନରେ ଯିଏବି ସଂକ୍ରମଣ ହୋଇଯିବେ ସେ ଆଉ ୧.୫ ଲୋକଙ୍କୁ ସଂକ୍ରମଣ କରିପାରିବେ। ଯେବେକି ବ୍ରିଟେନରେ ପ୍ରଥମରୁ ରହିଥିବା ଷ୍ଟ୍ରେନରେ ରିପ୍ରୋଡକ୍ସନ ୧.୧ ଅଟେ। ଭାଇରସ-ବୈଜ୍ଞାନିକଙ୍କ ଭିତରେ ଏହା ଉପରେ ସମସ୍ତଙ୍କ ସହମତିକି ଆଗକୁ ଆସୁଥିବା ଭାକ୍ସିନ ଅସଫଳ ହେବ ନାହିଁ।

Google
ଆଜିରାତି ବ୍ରିଟେନରୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧ:

ଭାରତରେ ମଙ୍ଗଳବାର ରାତି ୧୨ ଟା ପରେ ବ୍ରିଟେନର କୌଣସି ବିମାନ ଭାରତ ଆସିବ ନାହିଁ। ଏହା ପରେ ଯେଉଁ ବିମାନ ମଧ୍ୟ ଆସୁଛି ସେମାନଙ୍କ ଆରଟି ଫିସିଆଲ ଟେଷ୍ଟ କରାଯାଇ ହିଁ ସେମାନଙ୍କୁ ଘରକୁ ପଠାଯିବ। ଯେଉଁ ଯାତ୍ରୀ ମାନଙ୍କ ରିପୋର୍ଟ ପଜେଟିଭ ଆସିବ ସେମାନଙ୍କୁ କ୍ବାରେଣ୍ଟିନକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଯେଉଁ ମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନେ ୭ ଦିନ ହୋମ କ୍ବାରେଣ୍ଟିନ ରହିବା ଜରୁରି। ପ୍ରଥମେ ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କୁ ସେଠାରେ ଯାଞ୍ଚ କରି ଆସିବାକୁ ପଡିଯାଏ। ଏହା ପରେ ଯାତ୍ରୀ ମାନଙ୍କୁ ସିଧା ହୋମ କ୍ବାରେଣ୍ଟିନକୁ ସ୍ଥାନନ୍ତରିତ କରାଯାଉଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *