ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ୧୭ ଜଣଙ୍କ ଚାଲିଗଲାଣି ଜୀବନ ।

ମାଲକାନଗିରି ପେଡକୋଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଅଜଣା ରୋଗ ବ୍ୟାପିଛି । ୩ ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହାକୁ ମିଶାଇ ଗତ ତିନି ମାସରେ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ର ଜଣାପଡିଛି। ସମସ୍ତ ମୃତକଙ୍କ ଭିତରେ ସମାନ ଲକ୍ଷଣ ଦେଖିବାକୁ ମିଲୁଛି । ପ୍ରଥମେ ପାଦ ଫୁଲି ଯିବା ସହ ଜ୍ୱର ହେଉଥିଲା। ସମସ୍ତ ମୃତକଙ୍କ ବୟସ ୧୮ରୁ ୨୫ ବର୍ଷ ଭିତରେ ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ କେନ୍ଦୁଗୁଡ଼ାରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆକ୍ରାନ୍ତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ସୁସ୍ଥ ହୋଇ ସାରିବା ପରେ ଘରକୁ ଫେରିଛନ୍ତି ତାପରେ ସେମାନଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଗାଁ ଲୋକ। ରୋଗର କାରଣ ଜଣା ପଡୁ ନଥିବା ବେଳେ ଲୋକ ଗୁଣିଆର ସାହାର ନେଉଛନ୍ତି।

ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ୧୭ ଜଣଙ୍କ ଚାଲିଗଲାଣି ଜୀବନ
ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ

ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି , ଏହା ଏକ ପ୍ରକାର କିଡ୍‌ନୀ ରୋଗ। ଏଠିକାର ପାଣି ଯୋଗୁଁ ରୋଗ ବ୍ୟାପିଛି ବୋଲି କୁହାଯାଉଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *