ଆଇପିଏଲ ୨୦୨୦ରେ ମ୍ୟାଚ ଫିକ୍ସିଂ? ହେଲା ବଡ଼ ଖୁଲାସା,ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବିସିସିଆଇର ଏସିୟୁ ଆଇପିଏଲ ୨୦୨୦ଆରମ୍ଭ ହେବା ପୂର୍ବରୁ ଖେଳାଳୀ ଓ ଅଧିକାରୀମାନଙ୍କ ପାଇଁ ଅନଲାଇନ ସେମିନାର ଆୟୋଜିତ କରିଥିଲେ। ଯେଉଁଥିରେ ସେ ପ୍ରଶଂସକ କିମ୍ବା ଶୁଭଚିନ୍ତକଙ୍କର ଦାବି କରିଥିବା ଲୋକଙ୍କ ବିଷୟରେ କହିଥିଲେ। ତାଙ୍କୁ କୁହାଯାଇଥିଲା କି କିପରି ସେ କଥିତ ପ୍ରଶଂସକଙ୍କ ସୋସିଆଲ ମିଡିଆରେ ଧୋକା ଦେଇପାରିବେ।

Google

ଆଇପିଏଲ ୨୦୨୦ ସମୟରେ ଏକ ଭାରତୀୟ କ୍ରିକେଟରଙ୍କ ଠାରୁ କଥିତ ଭାବରେ ଅବୈଧ ଉପାୟରେ ସମ୍ପର୍କ କରିବାର ମାମଲା ଆଗକୁ ଆସିଛି। ଦିଲ୍ଲୀର ଏକ ନର୍ସ ଉପରେ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଦଳର ଗୋପନୀୟ ସୂଚନା ମାଗିବାର ଦୋଷ ଲାଗିଛି। ଏପରି ସେ ଏଥିପାଇଁ କରିଥିଲେ,କାହିଁକିନା ସେ ଆଇପିଏଲର ମୁକବିଲାରେ ଗୋଲି ଲଗାଇବାକୁ ଚାହୁଁଥିଲେ। କୋରନା ଭାଇରସ କାରଣରୁ ଆଇପିଏଲ ୨୦୨୦ ୟୁଏଇରେ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୦ ନଭେମ୍ବର ଯାଏ ଚାଲିଥିଲା।

ଇଣ୍ଡିଆନ ଏକ୍ସପ୍ରେସର ଖବର ମୁତାବକ,ଆଇପିଏଲ ୨୦୨୦ ମଧ୍ୟରେ ୩୦ ସେପ୍ଟେମ୍ବରକୁ ଦକ୍ଷିଣ ଦିଲ୍ଲୀର ଏକ ହସ୍ପିଟାଲରେ କାମ କରୁଥିବା ଏକ ନର୍ସ କ୍ରିକେଟରଙ୍କୁ ତଥ୍ୟ ମାଗିଥିଲେ। କେତେ ବର୍ଷ ପୂର୍ବରୁ ଭାରତୀୟ ଟିମର ପ୍ରତିବନ୍ଧିତ୍ୱ କରିଥିବା କ୍ରିକେଟର ମାମଲାର ତଥ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଆଣ୍ଟି କରପସନ ୟୁନିଟ (ଏ ସି ୟୁ)କୁ ଦେଇଥିଲା। ସୂତ୍ର ମୁତାବକ ନର୍ସ ଓ କ୍ରିକେଟରଙ୍କ ଭେଟ ତିନି ବର୍ଷ ପୂର୍ବେ ଅନଲାଇନରେ ହୋଇଥିଲା। ନର୍ସ ନିଜକୁ ଡାକ୍ତର ଓ କ୍ରିକେଟର ଫ୍ୟାନ ବୋଲି କହିଥିଲେ। ସେ କ୍ରିକେଟରଙ୍କୁ କହିଥିଲେ କି ସେ ଦିଲ୍ଲୀରେ ରୁହନ୍ତି ଓ ଏକ ହସ୍ପିଟାଲରେ ଡାକ୍ତର ଅଟନ୍ତି।ଏହା ମଧ୍ୟ ଜଣାପଡିଛି କି କ୍ରିକେଟର ନିକଟରେ ତାଙ୍କୁ ସମ୍ପର୍କ କରିଥିଲେ ଓ କୋରନା ଭାଇରସ ବିପକ୍ଷରେ ସତର୍କତା ପାଇଁ ତାଙ୍କୁ ଉପଦେଶ ମାଗିଥିଲେ।

Google

ବିସିସିସାଇ ଏସିୟୁ ପ୍ରମୂଖ ଅଜିତ ସିଂ ମଧ୍ୟ ମାମଲାର ପୁଷ୍ଟି କରିଛନ୍ତି। ସେ କହିଛନ୍ତି କି ଏହି କେସ ଏବେ ବନ୍ଦ ହୋଇଗଲାଣି। ସେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି କି,”ଖେଳାଳି ଆମକୁ ଆଇପିଏଲ ସମୟରେ ବିବରଣୀ ଦେଇଥିଲେ। ଆମେ ଯାଞ୍ଚ କଲୁ ଓ ଏବେ ମାମଲା ବନ୍ଦ ଅଛି।ଖେଳାଳିଙ୍କୁ ସମ୍ପର୍କ କରିଥିବା ମହିଳା ଅନପ୍ରେସନଲ(କୌଣସି ସଟା ସହ ଲିଙ୍କ ନ ରଖିବା) ଥିଲେ। ତାଙ୍କର କୌଣସି ସଟାବାଜ ଲୋକଙ୍କ ସହ ସମ୍ପର୍କ ନାହିଁ।”

ସେ କହିଲେ,”ଆମେ ପୁରା ମାମଲାର ଯାଞ୍ଚ କରିଛୁ।ଆରୋପୀ ଖେଳାଳିଙ୍କୁ ଜାଣିଥିଲେ। ଖେଳାଳିଙ୍କ ଠାରୁ ଆମେ ପୁରା ବିବରଣୀ ନେଇଛୁ। ଆମେ ତାଙ୍କୁ ପଚାରିବାକୁ ଡକାଇଲୁ ହେଲେ କିଛି ମିଳିଲା ନାହିଁ। ଏହି ମାମଲା ବନ୍ଦ ଅଛି।”ବିସିସିସାଇ ସୂତ୍ର ଅନୁସାରେ ଖେଳାଳି ଏସିୟୁଙ୍କୁ କହିଥିଲେ କି ସେ ମହିଳାଙ୍କୁ କେବେ ଦେଖାକରିନାହାନ୍ତି।କେବଳ ସୋସିଆଲ ମିଡିଆରେ ହିଁ କଥା ହୋଇଛନ୍ତି।

Google

ଏହି ମାମଲା ସେବେ ସାମ୍ନାକୁ ଆସିଲା ଯେବେ ଏହାର ଏକ ମାସ ପରେ ଅନ୍ୟ ଖେଳାଳି ଏସିୟୁ ସହ ସମ୍ପର୍କ କରିଥିଲେ କି ସେ ଏକ ପରିଚିତ ଆଇପିଏଲକୁ ନେଇ ସମ୍ପର୍କ କରିଥିଲେ। ଏହାକୁ ସଂଢିଗ୍ଧ ପାଇ ସେହି ଖେଳାଳି ଟିମ ପ୍ରବନ୍ଧନକୁ କହିଥିଲେ। ଏସିୟୁ ଆଇପିଏଲ ୨୦୨୦ ଆରମ୍ଭ ହେବା ପୂର୍ବରୁ ଖେଳାଳି ଓ ଅଧିକାରୀଙ୍କ ନିମନ୍ତେ ଅନଲାଇନ ସେମିନାର ଆୟୋଜନ କରିଥିଲେ।

ଯେଉଁଥିରେ ସେ ପ୍ରଶଂସକ କିମ୍ବା ଶୁଭଚିନ୍ତକଙ୍କର ଦାବି କରିଥିବା ଲୋକଙ୍କ ବିଷୟରେ କହିଥିଲେ। ତାଙ୍କୁ କୁହାଯାଇଥିଲା କି କିପରି ସେ କଥିତ ପ୍ରଶଂସକଙ୍କ ସୋସିଆଲ ମିଡିଆରେ ଧୋକା ଦେଇପାରିବେ। ୨୦୧୩ରେ ଆଇପିଏଲରେ ସ୍ପର୍ଟ ଫିକ୍ସିଂ ମାମଲା ଆସିଥିଲା। ଏହାପରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରାୟାଲସକୁ ଦୁଇ ବର୍ଷ ପାଇଁ ବ୍ୟାନ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *