ଗାଙ୍ଗୁଲିଙ୍କ ହାର୍ଟର ୩ ଟି ଧମନୀ ଅବରୋଧ, ଦିଆଗଲା ଏକ ଷ୍ଟେଣ୍ଟ, କିଛିଦିନ ପରେ ହୋଇପାରେ …

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହୃଦଘାତ ହେବା ପରେ କୋଲକାତାର ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Google

ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଓ ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ‘ହାଲକା’ ହୃଦଘାତ ପରେ ମେଡିକାଲ ରେ ଭର୍ତ୍ତି କରାଯାଇଛି। ୪୮ ବର୍ଷୀୟ ଗାଙ୍ଗୁଲିଙ୍କର ସ୍ଥିତି ସ୍ଥିର ଅଟେ ଓ ସେ ପାଖ ବୁଡ଼ଲେଣ୍ଡସ୍ ଡାକ୍ତରଖାନାରେ ନିଜର ଚିକିତ୍ସା କରାଉଛନ୍ତି। ବର୍ତ୍ତମାନର ଖବର ଅନୁସାରେ ଗାଗୁଲିଙ୍କୁ ଏକ ଷ୍ଟେଣ୍ଟ ଲଗାଯାଇଛି ଓ ତାଙ୍କର ଏନଜିଓପ୍ଲାଷ୍ଟି ସରିଯାଇଛି। ସର୍ଜରି ପରେ ଏବେ ତାଙ୍କର ସ୍ଥିତି ଭଲ ଅଛି। ଗାଙ୍ଗୁଲିଙ୍କୁ ଡାକ୍ତରଖାନାର କ୍ରିଟିକାଲ କେୟାର ୟୁନିଟ(ସିସିୟୁ)ରେ ଭର୍ତ୍ତି କରାଯାଇଛି।ଶୁକ୍ରବାର ସନ୍ଧ୍ୟାର ବ୍ୟାୟାମ ପରେ ସେ ହୃଦୟରେ କଷ୍ଟର ଅନୁଭବ କଲେ ଓ ଆଜି ଦ୍ବିପହରରେ ପୁଣିଥରେ ଏପରି ସମସ୍ୟା ପରେ ପରିବାରର ସଦସ୍ୟମାନେ ତାଙ୍କୁ ମେଡ଼ିକାଲ ନେଇଗଲେ।

ସୌରଭ ଗାଙ୍ଗୁଲିଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ବିବରଣୀ:

ବୁଡ଼ଲେଣ୍ଡସ୍ ଡାକ୍ତରଖାନାର ଡାକ୍ତରମାନେ କହିଲେ କି ଗାଙ୍ଗୁଲିଙ୍କର ତିନୋଟି ଶିରଧମନୀରେ ଅବରୋଧ ହେବାର ମିଳିଛି। ଏଥିରୁ ଗୋଟେ ଧମନୀ ୯୦%ପର୍ଯ୍ୟନ୍ତ ଅବରୋଧ ହୋଇଛି। ସର୍ଜରୀ ପରେ ଏହାର ସ୍ଥିତି ସ୍ଥିର ଅଛି।ଡାକ୍ତରମାନେ କିଛି ଦିନ ମଧ୍ୟରେ ଆଉ ଦୁଇଟି ଷ୍ଟେଣ୍ଟ ପ୍ରତିରୋପଣ କରିବା ଉପରେ ବିଚାର କରିପାରନ୍ତି। ଗାଙ୍ଗୁଲି ଏବେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ହିଁ ରହିବେ।

ପଢନ୍ତୁ ବୁଡ଼ଲେଣ୍ଡସ୍ ଡାକ୍ତରଖାନାର ବୟାନ:

ବୁଡ଼ଲେଣ୍ଡସ୍ ଡାକ୍ତରଖାନା ସୌରଭ ଗାଙ୍ଗୁଲିଙ୍କର ସ୍ୱାସ୍ଥ୍ୟ ବିବରଣୀ ଜାରୀ କରି କହିଛି,”ବିସିସିଆଇ ଅଧ୍ୟକ୍ଷ ଓ ଭାରତୀୟ କ୍ରିକେଟର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନିଜ ଘରର ଜିମରେ ଟ୍ରେଡ଼ମିଲରେ ଦୌଡ଼ିବା ସମୟରେ ହୃଦୟରେ କଷ୍ଟର ସାମ୍ନା କରିବାକୁ ପଡିଥିଲା। ତାଙ୍କ ପରିବାରରେ ଆଇଏଚଡି ଇସ୍କେମିକ ହୃଦରୋଗର ଇତିହାସ ଅଛି। ଯେବେ ତାଙ୍କୁ ଦ୍ୱିପ୍ରହର ୧ଟା ବେଳେ ଡାକ୍ତରଖାନା ଅଣାଗଲା ସେତେବେଳେ ତାଙ୍କର ପଲସ ରେଟ ୭୦ ଓ ୮୦ / ୧୩୦ ଥିଲା । ଦ୍ୱିତୀୟ କ୍ଲିନିକାଲ ମାପଦଣ୍ଡ ସାମାନ୍ୟ ଥିଲା। ଇକୋରୁ ଜଣାପଡିଲା କି ତାଙ୍କର ହୃଦୟରେ ଇନଫେକ୍ସନ ହୋଇଛି ଯଦିଓ ସେ ନର୍ମାଲ ଅଛନ୍ତି। ତାଙ୍କୁ ଆଣ୍ଟିପ୍ଲେଟଲେଟସ ଓ ଷ୍ଟେଟିଂର ଡବଲ ଡୋଜ ଦିଆଯାଇଛି ଓ ଏବେ ପ୍ରାଥମିକ ଏନଜିଓପ୍ଲାଷ୍ଟି ଚାଲୁଅଛି।”

Google
ଗତ ବର୍ଷ ହୋଇଥିଲେ ବିସିସିଆଇର ଅଧ୍ୟକ୍ଷ:

ଗାଙ୍ଗୁଲିଙ୍କୁ ୨୦୧୯ରେ ମୁମ୍ବାଇରେ ବିସିସିଆଇର ସାଧାରଣ ସଭାର ବୈଠକ ସମୟରେ ଅଧ୍ୟକ୍ଷ ବଛାଯାଇଥିଲା ଯାହାସହିତ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ ସମିତି(ସିଓ ଏ)ର ୩୩ ମାସର ବିବାଦାସ୍ପଦ କାର୍ଯ୍ୟାଳୟର ସମାପ୍ତି ଘଟିଲା। ଗାଙ୍ଗୁଲି ବିସିସିଆଇର ୩୯ତମ ଅଧ୍ୟକ୍ଷ ଅଟନ୍ତି। ସେ ସିକେ ଖାନ୍ନାଙ୍କର ଜାଗା ନେଲେ ଯିଏକି ୨୦୧୭ରୁ ବୋର୍ଡର ସର୍ବୋଚ୍ଚ ପ୍ରମୁଖ ଥିଲେ।

ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ଆରମ୍ଭରୁ ୯ ମାସର ଥିଲା କିନ୍ତୁ ସେ ଓ ବୋର୍ଡର ସଚ୍ଚିବ ଜୟ ଶାହ ନିଜ ପଦରେ ସ୍ଥାୟୀ ଅଛନ୍ତି କାରଣ ସୁପ୍ରିମକୋର୍ଟ ଏ ପର୍ଯ୍ୟନ୍ତ ବିସିସିଆଇର ୟାଚିକା ଉପରେ ଫଇସଲା ନେଇନାହିଁ। ଯେଉଁଥିରେ ନୂଆ ସମ୍ବିଧାନରେ ସଂଶୋଧନର ଦାବି କରାଯାଇଛି। ନୂଆ ସମ୍ବିଧାନ ଲୋଢ଼ା ସମିତିର କହିବା ଅନୁସାରେ ପଦାଧିକାରୀଙ୍କର ଆୟୁ ଓ କାର୍ଯ୍ୟକାଳକୁ ସମିତ ରଖେ। ଏହି ପୂର୍ବ କ୍ରିକେଟର ଏହା ପୂର୍ବରୁ ବଙ୍ଗଳା କ୍ରିକେଟ ସଙ୍ଘରେ କେତେକ ପଦରେ ରହିଲେ। ସେ ୨୦୧୪ରେ ସଙ୍ଘର ସଚ୍ଚିବ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *