ବଡ଼ ଖବର: ଶୀଘ୍ର ଉଚ୍ଛେଦ ହେବ ତିନୋଟି ଯାକ କୃଷି ଆଇନ,କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଖୁସି ଖବର ଆଣିଛନ୍ତି। କୃଷକମାନେ ଚାହୁଁଥିଲେ କି ତିନୋଟି ଯାକ କୃଷି ଆଇନ ଉଚ୍ଛେଦ ହେଉ ଓ ଆଗକୁ ସେଇଆ ହେବାକୁ ଯାଉଛି ବୋଲି ଜଣା ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଜଲ୍ଦି ଉଚ୍ଛେଦ କରିବେ ବୋଲି ୯ ରେ ବାର୍ତ୍ତା ଦେଲା ବେଳେ କହିଛନ୍ତି।

Google

ପ୍ରଧାନମନ୍ତ୍ରୀ ମୋଦି ଏହା ପାଇଁ ଦୁଃଖ ପ୍ରକାଶ କରି କହିଛନ୍ତି କୃଷକ ମାନେ ଯଦି ଏହା ଚାହୁଁନାହାନ୍ତି ତେବେ ଏହାକୁ ଜଲ୍ଦି ଉଚ୍ଛେଦ କରାଯିବ। ଆମେ ଲୋକଙ୍କୁ ବଝେଇବା ପାଇଁ ସମ୍ପୂର୍ଣ ଅସମର୍ଥ ଅଟୁ। ଆଗକୁ ହେବାକୁ ଥିବା ସଂସଦୀୟ ଅଧିବେଶନରେ ଏହା କିପରି ଉଚ୍ଛେଦ କରାଯିବ ତାହା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି କୃଷକ ମାନଙ୍କୁ ଆଜିର ବଡ଼ ଦିନରେ ଆଉ ଆନ୍ଦୋଳନ ନକରି ନିଜ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି। ମୋଦି କହିଥିଲେ,”ମୁଁ ଦୁଃଖୀତ ଓ ଅନ୍ତରରୁ ସବୁ ଦେଶବାସୀଙ୍କୁ କ୍ଷମା ମାଗୁଛୁ କି ଆମେ କୃଷକ ମାନଙ୍କୁ ବୁଝେଇପାରିଲୁନି। ଏବେ ଏହାକୁ ଆମେ ଜଲ୍ଦି ଉଛେଦ କରିବୁ ଓ ଚଳିତ ଅଧିବେଶନରେ ମଧ୍ୟରେ ଏହା ସରିବ”। ସେ ଏହା ମଧ୍ୟ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ହେବା ପରଠୁ କୃଷକଙ୍କୁ ହିଁ ଅଧିକ ଗୁରୁତ୍ୱ ଦେଇଆସିଛି।

Google

ସେ କବିଥିଲେ ମୁଁ କେବଳ କୃଷକଙ୍କ ମଙ୍ଗଳକାମନା ପାଇଁ ହିଁ ଏପରି କରିଥିଲି। ସର୍ଵଦା କୃଷକଙ୍କର କିପରି ଉନ୍ନତି ହେବ ତାହା ବିଷୟରେ ଭାବିଆସୁଛି। ସେ ଏହା ମଧ୍ୟ କହିଥିଲେ ଆଗକୁ ଅଧିକ ଚେଷ୍ଟା ଦ୍ଵାରା ମୁଁ ଦେଶର ବିକାଶ କରିବି। ଆପଣଙ୍କୁ କହିରଖିବୁ ଗତବର୍ଷ ସେପ୍ଟେମ୍ବରରେ ଏହି ତିନୋଟି କୃଷି ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ କୃଷକମାନେ ଏହାକୁ ଚାହୁଁନାହାନ୍ତି ଯାହା ପାଇଁ ଏକ ବର୍ଷ ଅନେକ କୃଷକ ଏହାକୁ ଉଛେଦ ନେଇ ଆନ୍ଦୋଳନ କରୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *