ଟିମ ଇଣ୍ଡିଆ ପାଇଁ ଭଲ ଖବର। ରୋହିତ ଶର୍ମା ଫିଟ ହୋଇଗଲେଣି ଓ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଦୁଇ ଟେଷ୍ଟ ମ୍ୟାଚରେ ଖେଳିପାରନ୍ତି। ସେ ଫିଟ ହୋଇ ନଥିବାରୁ ଅଷ୍ଟ୍ରେଲିଆ ସିରିଜରେ ଖେଳିନଥିଲେ। ଆଜି ରୋହିତଙ୍କ ଫିଟନେସକୁ ନେଇ ନ୍ୟାସନାଲ କ୍ରିକେଟ ଏକାଡେମୀ(ଏନସିଏ) ନିଜର ଫାଇନାଲ ରିପୋର୍ଟ ବିସିସିଆଇକୁ ଦେଇ ଦେଇଛି। ରିପୋର୍ଟ ମୁତାବକ ରୋହିତ ଏବେ ଫିଟ ଅଛନ୍ତି ଓ ଅଷ୍ଟ୍ରେଲିଆ ସିରିଜ ଖେଳିପାରନ୍ତି। ସେ ମୁମ୍ବାଇରେ ଅଛନ୍ତି ଓ ୧୪ ଡ଼ିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବେ।

୧୪ ଡିସେମ୍ବରରେ କରିବେ ଅଷ୍ଟ୍ରେଲିଆ ଗସ୍ତ:-
ରୋହିତଙ୍କ ଫିଟନେସ ଟେଷ୍ଟ ଏନସିଏର ନିର୍ଦ୍ଦେଶକ ରାହୁଲ ଦ୍ରାଭିଡଙ୍କ ନଜରରେ ହେଲା। ଦ୍ରାଭିଡଙ୍କୁ ତାଙ୍କର ଫିଟନେସ ସାର୍ଟିଫିକେଟ ଦେବାର ଦାୟୀତ୍ୱ ଦିଆଯାଇଥିଲା। ଅଷ୍ଟ୍ରେଲିଆ ସରକାର ଙ୍କ ନିୟମ ଅନୁସାରେ ସେ ସିଡ୍ନୀ(୭ ରୁ ୧୧ ଜାନୁଆରୀ) ଓ ବ୍ରେସବେନ(୧୫ ରୁ ୧୯ ଜାନୁଆରୀ) ମ୍ୟାଚ ପାଇଁ ଅଭ୍ୟାସ କରିବା ପୂର୍ବରୁ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ସେ ସିଡ୍ନୀରେ ଓ ପହଞ୍ଚି ସେଠାରେ ୭ ଦିନ ଅଭ୍ୟାସ କରିବେ। ପୂର୍ବ କିଛି ସପ୍ତାହ ହେବ ସମସ୍ତେ ରୋହିତଙ୍କ ଆଘାତକୁ ନେଇ ଭ୍ରମରେ ଥିଲେ। ଅଧିନାୟକ ବିରାଟ କୋହଲି ଏହି ମୁଦା ଉପରେ ସ୍ପଷ୍ଟତାର କମି ଅଛି ବୋଲି କହିଥିଲେ। ଆଇପିଏଲ ସମୟରେ ରୋହିତ ଶର୍ମା ହା ମଷ୍ଟ୍ରିଙ୍ଗର ଶିକାର ହୋଇଥିଲେ। ହେଲେ ଏବେ ପର୍ଯ୍ୟନ୍ତ ବିସିସିଆଇ ତରଫରୁ କିଛି ଅଧିକାରିକ ବୟାନ ଆସିନାହିଁ।
ଖେଳିପାରନ୍ତି ସିଡ୍ନୀ ଟେଷ୍ଟ:-
ଆଜି କାଲି ଦୁନିଆ ସାରା କୋରୋନା ଭାଇରସ ସଂକ୍ରମଣ ମଧ୍ୟରେ ଟିମ ଇଣ୍ଡିଆକୁ ଅଷ୍ଟ୍ରେଲିଆରେ ବାୟୋ ବବୁଲରେ ରଖାଯାଇଛି। ମାନେ ଟିମର ଖେଳାଳି ଅଲଗା ରୁହନ୍ତି। ଏହା ସହ ତାଙ୍କୁ ତାଙ୍କର ଗ୍ରୁପରୁ ବାହାରକୁ ଯିବାର ଅନୁମତି ନାହିଁ।ଅଷ୍ଟ୍ରେଲିଆ ସରକାରଙ୍କ ଗାଇଡ଼ଲାଇନ ମୁତାବକ ସବୁ ଖେଳାଳିଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ହେବ। ଏହାପରେ ହିଁ ତାଙ୍କୁ ବାହାରକୁ ଯିବାର ଅନୁମତି ମିଳିବ। ମାନେ ଯଦି ରୋହିତ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପହଞ୍ଚିଯାଉଛନ୍ତି ତେବେ ୩୦ ଡିସେମ୍ବର ପର୍ଯ୍ୟନ୍ତ ତାଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ। ଏମିତିରେ ଆଶା କରାଯାଉଛି କି ସେ ୭ ଜାନୁୟାରୀରେ ସିଡନୀରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟରେ ଖେଳିପାରନ୍ତି।

ରୋହିତଙ୍କ ଇଞ୍ଜୁରୀ ଉପରେ ଡ୍ରାମା:-
ପୂର୍ବ ମାସ ରୋହିତଙ୍କ ହାମଷ୍ଟ୍ରିଙ୍ଗ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ୨ ଟି ଟେଷ୍ଟରୁ ବାଦ କରାଯାଇଥିଲା। ତାଙ୍କୁ ଆଇପିଏଲରେ ଇଞ୍ଜୁରୀ ହୋଇଥିଲା। ଏହା ପରେ ସେ ଏନସିଏ ଚାଲିଯାଇଥିଲେ। ରୋହିତଙ୍କ ଇଞ୍ଜୁରୀକୁ ନେଇ ବହୁତ ହଙ୍ଗମା ମଚିଗଲା। ବିରାଟ କୋହଲି କହିଲେ ରୋହିତଙ୍କ ଇଞ୍ଜୁରୀ କଥା ଅନ୍ଧାରରେ ରଖାଗଲା। ସେ ଅଷ୍ଟ୍ରେଲିଆ ସିରିଜ କଣ ପାଇଁ ଆସିଲେ ନାହିଁ,ଏହା ମଧ୍ୟ ତାଙ୍କୁ କୁହାଯାଇ ନଥିଲା। ପରେ ବିସିସିଆଇକୁ ବୟାନ ଜାରି କରି ରୋହିତଙ୍କ ଇଞ୍ଜୁରୀ ନେଇ କହିବାକୁ ପଡିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।