ଫେରିଲା ନାଇଟ କର୍ଫ୍ୟୁ ! ପୁଣି ସକାଳ ୫ ଟା ପର୍ଯ୍ୟନ୍ତ ସବୁ ବନ୍ଦ ! ଲାଗିବ ୧୪୪ ଧାରା !

ପ୍ରାୟ ଗତ ଦୁଇ ବର୍ଷରୁ ଲାଗିରହିଛି କରୋନା ମହାମାରୀ ଯାହାକି କେତେକ ଦେଶକୁ କଲବଲ କରୁଛି। ବର୍ଷ ୨୦୧୯ ଡିସେମ୍ବରରେ ପ୍ରଥମ ଥର ଚୀନରେ ଏହି ଭାଇରସ ଦେଖାଯାଇଥିଲା। ଯାହା ପରେ ଦେଖୁ ଦେଖୁ ସଂପୂର୍ଣ ଅନେକ ଦେଶରେ ମାଡିଯାଇଥିଲା। ଏହା ଦ୍ଵାରା ଅନେକ ଲୋକ ହଇରାଣର ସମ୍ମୁଖୀନ ହୋଇଥିଲେ। ଏହାର ନୂଆ ନୂଆ ଭ୍ୟାରିଏଣ୍ଟ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଟୀକାକରଣ ମଧ୍ୟ ଜୋରସୋରରେ ଚାଲିଛି। ଏହା ମଧ୍ୟରେ ଗତ କିଛି ମାସରୁ ଧୀରେ ଧୀରେ ସଂକ୍ରମଣ କମୁଥିବା ସମୟରେ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଚିନ୍ତା ବଢ଼ାଇଦେଇଛି।

ଧୀରେ ଧୀରେ ସଂକ୍ରମଣ ପୁଣି ବଢ଼ିଲାଣି ତେଣୁ ଆଗକୁ ପରିସ୍ଥିତି ଯେପରି ପୂର୍ଵ ପରି ଖରାପ ନହେଉ ଏହା ପାଇଁ କର୍ଣ୍ଣାଟକ ସରକାର ଆଗକୁ ପଦକ୍ଷେପ ନେଇଛନ୍ତି। ଏବେ ମଙ୍ଗଳବାର ଠୁ କର୍ଣ୍ଣାଟକରେ ୧୦ ଦିନିଆ ନାଇଟ କର୍ଫ୍ୟୁ ହେବାକୁ ଯାଉଛି। ଏହି କର୍ଫ୍ୟୁ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ରହିବ। କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କେ .ସୁଧାକର ଏହାର ସୂଚନା ପ୍ରଦାନ କରିଛନ୍ତି।

ଏହି କର୍ଫ୍ୟୁ ୧୦ ଦିନ ପର୍ଯ୍ୟନ୍ତ ରହିବ ଯାହା ଦ୍ୱାରା ଆଗାମୀ ନୂଆବର୍ଷ। ପାଇଁ ଯେପରି ରାତିରେ ପାର୍ଟି ଓ ଲୋକଙ୍କ ଭିଡ଼ ନହେବ। ନଚେତ ସଂକ୍ରମଣକୁ ଅଟକାଯାଇପାରିଭନି ଓ ଏହା ଦ୍ଵାରା ତୃତୀୟ ଲହରୀ ଖୁବ କ୍ଷୟକ୍ଷତି ଘଟାଇବ। ଏହାକୁ ଆଖିରେ ରଖି କର୍ଣ୍ଣାଟକ ସରକାର ଆଗାମୀ ୧୦ ଦିନ ପାଇଁ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛନ୍ତି। ଏହା ସହ କର୍ଣ୍ଣାଟକ ସରକାର ପାର୍ଟି, ଡିଜେ ପୋଗ୍ରାମ ଆଦି ଉପରେ କଡା କଟକଣା ଲଗାଇଛନ୍ତି। ଏହା ସହ ଏବେ ହୋଟେଲ ଇତ୍ୟାଦି ୫୦% ଲୋକଙ୍କୁ ନେଇ ଖୋଲିବ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏହି ନିର୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ପୂର୍ବରୁ ମହାରାଷ୍ଟ୍ର, ଆସାମ, ଉତରପ୍ରଦେଶ ,ମଧ୍ୟପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁକରାଯାଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *