ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ରାସ୍ତାକଡ଼ର ଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।
ଆଜି ଦ୍ୱିତୀୟ ଦିନରେ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହଯୋଗୀ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅନୁରାଗ ଠାକୁର । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ରାସ୍ତାକଡ଼ର ଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।
୩ କୋଟି ଚାଷୀଙ୍କୁ ୪.୨ ଳକ୍ଷ କୋଟିର ଋଣ ଯୋଗାଇ ଦିଆଯାଇଛି । କୃଷି ଋଣ ପରିଶୋଧ ଅବଧିକୁ ମାର୍ଚ୍ଚ ୧ ରୁ ୩୧ ମେ’ କୁ ବୃଦ୍ଧି କରାଯାଇଛି । ୨୫ ଳକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟି ଋଣ ଦିଆଯିବ । ମାର୍ଚ୍ଚ ଓ ଏପ୍ରିଲ ମାସରେ ୬୩ ଳକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି । ୬୩ ଳକ୍ଷ ଚାଷୀଙ୍କୁ ମୋଟ ପ୍ରାୟ ୮୬,୬୦୦ କୋଟି ଋଣ ମିଳିଛି ।
ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ SDRF ପାଣ୍ଠିରୁ ଖର୍ଚ୍ଚ ହେବ । SDRF ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟସରକାରଙ୍କୁ କୁହାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । SDRF ରେ ସହରାଞ୍ଚଳ ଗୃହହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି । ସହରାଞ୍ଚଳ ଗୃହହୀନ ଗରିବଙ୍କୁ ୩ ବଖତ ଖାଇବାକୁ ମଧ୍ୟ୍ୟ ଦିଅଯାଉଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
ସହରାଞ୍ଚଳ ଗରିବଙ୍କ ପାଇଁ ୭୨୦୦ ନୂଆ SHG ସୃଷ୍ଟି କରାଯାଇଛି । ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ଅଧିକ ମାନବ ଦିବସ କରାଯାଇଛି । ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇଛି । ମନରେଗାରେ ମଜୁରୀ ୧୮୨ ରୁ ୨୦୨ କୁ ବୃଦ୍ଧି କରାଯାଇଛି । ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
ସମସ୍ତ ପ୍ରବାସୀଙ୍କୁ ଆଗାମୀ ୨ ମାସ ଯାଏ ମାଗଣା ଖାଦ୍ୟଶସ୍ୟ ମିଳିବ । ପ୍ରବାସୀ ଶ୍ରମିକ ରାଷ୍ଟ୍ର ନିର୍ମାଣ ରେ ଲାଗିଛନ୍ତି, ସେମାନଙ୍କ ପରିବାର ପାଇଁ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଗହମ କିମ୍ବା ୫ କିଲୋ ଚାଉଳ ମିଳିବ ଆଉ ପରିବାର ପିଛା ୧ କିଲୋ ଡାଲି ମଧ୍ୟ୍ୟ ମାଗଣାରେ ମିଳିବ । ଏହାକୁ ଲାଗୁକରିବାକୁ ଏବଂ ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରାୟ ୮ କୋଟି ପ୍ରବାସୀଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ । ଏହି ୨ ମାସ ମାଗଣା ଖାଦ୍ୟଶସ୍ୟ ପାଇଁ ୩୫ଶହ କୋଟି ଖର୍ଚ୍ଚ ହେବ । ୨ ମାସ ଯାଏ ମାସିକ ମୁଣ୍ଡପିଛା ମାଗଣା ମିଳିବ ଖାଦ୍ୟଶସ୍ୟ ।
ଦେଶରେ “ଏକ ଦେଶ – ଏକ ରାସନ କାର୍ଡ” ଲାଗୁ ହେବାକୁ ଯାଉଛି
ବହୁତ ଜଲଦି ଦେଶରେ “ଏକ ଦେଶ – ଏକ ରାସନ କାର୍ଡ” ଲାଗୁ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି । ଦେଶର ଯେକୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ । ପ୍ରବାସୀ ଶ୍ରମିକଙ୍କ ରହିବ ପାଇଁ ଆରମ୍ଭ ହେବ ଘରଭଡା ଯୋଜନା । ସୁଲଭ ଦରରେ ପ୍ରବାସୀ ଶ୍ରମିକଙ୍କୁ ଭଡା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡା ଘର ମିଳିବ ।
୧୫ ହଜାରରୁ କମ୍ ଋଣ ଥିବା ଲୋକଙ୍କୁ ୨% ସୁଧ ଛକରାଯିବା ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ । ମୁଦ୍ରା ଶିଶୁ ଯୋଜନା ଅଧୀନରେ ଥିବା ଋଣଗ୍ରହୀତାଙ୍କୁ ଏହି ସୁବିଧା ମିଳିବ । ୩ କୋଟି ଋଣଗ୍ରହୀତାଙ୍କୁ ୧୫ଶହ କୋଟି ରିହାତି ମିଳିବ ବୋଲି କହିଛନ୍ତି ।
ଉଠା ଦୋକାନୀଙ୍କୁ ଆର୍ଥିକ ସୁବିଧା ପାଇଁ ୫ ହଜାର କୋଟିର ବ୍ୟବସ୍ଥା କରାଯାଇଛି । ଉଠା ଦୋକାନୀ ମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ବୋଲି କହିଛନ୍ତି । ସାରା ଦେଶରେ ପ୍ରାୟ ୫୦ ଳକ୍ଷ ଉଠା ଦୋକାନୀ ଲାଭବାନ ହେବେ ବୋଲି କହିଛନ୍ତି । ମଧ୍ୟ୍ୟବିତଙ୍କୁ ଗୃହ ନିର୍ମାଣ ସୁବିଧା ପାଇଁ କ୍ରେଡିଟ ଲିଙ୍କ ସବସିଡି ଅବଧି ବୃଦ୍ଧି କରାଯାଇଛି ।
ଆଦିବାସୀଙ୍କୁ କାମ ଦେବାକୁ କାମ୍ପା ପାଣ୍ଠିକୁ ୬ ହଜାର କୋଟିର ବ୍ୟବସ୍ଥା କରାଯାଇଛି ।
ମାଛ ଚାଷୀଙ୍କୁ ବି ମିଳିବ କିଷାନ କ୍ରେଡିଟ କାର୍ଡ । ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ଯୋଗାଣ କରାଯିବ । ରାଜ୍ୟମାନଙ୍କୁ ତୁରନ୍ତ ୩୦ ହଜାର କୋଟି ଯୋଗାଣ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୩୦ ହଜାର କୋଟି ପାଣ୍ଠି ୩ କୋଟି ଚାଷୀଙ୍କୁ ଲାଭ ଦେବା ବୋଲି କହିଛନ୍ତି । ଅଢେଇ କୋଟି ଚାଷୀଙ୍କୁ ୨ ଳକ୍ଷ କୋଟି ଟଙ୍କାର ରିହାତି ଋଣ ମିଳିବ ବୋଲି କହିଛନ୍ତି ।
ଗୋପାଳନ ଓ ମାଛ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ । ଆଜି ଦ୍ୱିତୀୟ ଦିନରେ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହଯୋଗୀ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅନୁରାଗ ଠାକୁର ।
ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ରାସ୍ତାକଡ଼ର ଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ୩ କୋଟି ଚାଷୀଙ୍କୁ ୪.୨ ଳକ୍ଷ କୋଟିର ଋଣ ଯୋଗାଇ ଦିଆଯାଇଛି ।