କୃଷି, ଗୋପାଳନ, ମାଛ ଚାଷ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଲଗାତାର ତୃତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ତୃତୀୟ ପ୍ରେସମିଟ୍ । ଆତ୍ମନିର୍ଭର ଭାରତ ଯୋଜନାର ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୨୦ ଳକ୍ଷ କୋଟିର ପ୍ୟାକେଜ୍ କୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଳୟ ତଥ୍ୟ ବିସ୍ତୃତ କରିଛନ୍ତି ।
ଆଜି କୃଷି, ଗୋପାଳନ, ମାଛ ଚାଷ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଆଉ ୧୧ ଟି କ୍ଷେତ୍ରରେ ପ୍ୟାକେଜ୍ ର ଘୋଷଣା କରିଛନ୍ତି । ଯୋଜନାରେ କୃଷକଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଚାଷ ଓ ଚାଷୀଙ୍କୁ ସହାୟତା କରିବା ପାଇଁ ଏହି ପ୍ୟାକେଜ୍ ଘୋଷଣା । ଗତ ୨ ମାସରେ ୭୪,୩୦୦ କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ କିଣାଯାଇଛି ।
ଲକ୍ଡାଉନ୍ ବେଳେ MSP ୭୪,୩୦୦ କୋଟି ଚାଷୀ କୁ ଦିଆଯାଇଛି । ବିବିନ୍ନ ଉତ୍ପାଦିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି । ଗତ ୨ ମାସ ମଧ୍ୟ୍ୟରେ ୧୮,୭୦୦ କୋଟି ଟଙ୍କା ଡିବିଟିରେ ଦିଆଯାଇଛି । ପିଏମ୍ କିଷାନରେ ୧୮,୭୦୦ କୋଟି ଟଙ୍କା ଡିବିଟିରେ ଦିଆଯାଇଛି । ଲକ୍ଡାଉନ୍ ସମୟରେ କ୍ଷୀରର ଚାହିଦା ୨୦-୨୫% କମିଯାଇଛି । ଚାଷୀ କୁ ସହାୟତା ପାଇଁ ନୂଆ ଯୋଜନା ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
୫ ହଜାର କୋଟି ଲିକ୍ୟୁଡ଼ିଟି ୨ କୋଟି ଚାଷୀଙ୍କୁ ଫାଇଦା ଦେଇଛି । ପ୍ରାଥମିକ ସମବାୟ ସମିତି ଓ କୃଷକ ସମିତି ପାଇଁ ୧ ଳକ୍ଷ କୋଟିର ସହାୟତା ଘୋଷଣା କରିଛନ୍ତି । ଭିତ୍ତିଭୂମି ନିର୍ମାଣ ଓ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ୧ ଳକ୍ଷ କୋଟି ସହାୟତା । ଶୀତଳ ଭଣ୍ଡାର ଓ ଗୋଦାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ । ଚାଷ ଓ ଚାଷୀଙ୍କୁ ସହାୟତା କରିବା ପାଇଁ ଏହି ପ୍ୟାକେଜ୍ ଘୋଷଣା । ଏହି ୧ ଳକ୍ଷ କୋଟି ସ୍ୱତନ୍ତ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା ।
କୃଷି କ୍ଲଷ୍ଟର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା ବୋଲି କହିଛନ୍ତି । ବିଭିନ୍ନ ଅଞ୍ଚଳରେ ଉତ୍ପାଦନ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର ହେବ । ତେଲେଙ୍ଗାନାରେ ହଳଦୀ ଓ ଆନ୍ଧ୍ରରେ ଲଙ୍କାକୁ ନେଇ କରାଯାଇପାରେ କ୍ଲଷ୍ଟର । କାଶ୍ମୀରରେ କେଶର ଓ କର୍ଣ୍ଣାଟକରେ ରାଗିକୁ ନେଇ ହୋଇପାରେ କ୍ଲଷ୍ଟର । ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ କରାଯାଇଛି । ୧୦ ହଜାର କୋଟିର MFE (Micro Food Enterprise) ଯୋଜନା ଘୋଷଣା କରିଛନ୍ତି ।
ମାଛ ଚାଷ ପାଇଁ ୨୦ ହଜାର କୋଟିର ଯୋଜନା ।
ମାଛ ଚାଷକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରର ସ୍ୱତନ୍ତ୍ର ଯୋଜନା ଘୋଷଣା । ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି ଘୋଷଣା । ମତ୍ସ୍ୟ ପାଳନ ଓ ଚାଷ ପାଇଁ ୧୧ ହଜାର କୋଟି ଅନୁଦାନ କରିଛନ୍ତି । ଫିସିଂ ହାର୍ବର, ମାର୍କେଟ ଓ ମଣ୍ଡି ନିର୍ମାଣ ପାଇଁ ୯ ହଜାର କୋଟି ଅନୁଦାନ କରିଛନ୍ତି । ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଳକ୍ଷ ଟନ୍ ମାଛ ଉତ୍ପାଦନର ଳକ୍ଷ ରହିଛି ବୋଲି କହିଛନ୍ତି । ଏହା ଦ୍ଵାରା ଅତିରିକ୍ତ ୫୫ ଳକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅନ୍ତର୍ଦେଶୀୟ ଓ ସମୁଦ୍ରରେ ମତ୍ସ୍ୟ ଉତ୍ପାଦନକୁ ସହଯୋଗ ହେବ ।

୫୩ କୋଟି ଗୋରୁଗାଈଙ୍କ ପାଇଁ ଟୀକାକରଣ ଯୋଜନା ।
ପଶୁଙ୍କୁ ରୋଗରୁ ରକ୍ଷା କରିବା ପାଇଁ ବ୍ୟାପକ ଟୀକାକରଣ ଯୋଜନା । ୫୩ କୋଟି ଗୋରୁ, ଗାଈ ଓ ମଇଁଷିଙ୍କୁ ଟୀକାକରଣ କରାଯିବ ବୋଲି କହିଛନ୍ତି । ଟୀକାକରଣ ପାଇଁ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ ।
ଡାଏରୀ ପାଇଁ ୧୫ ହଜାର କୋଟି ।
ଗୋପାଳନ ଡାଏରୀ ପାଇଁ ୧୫ ହଜାର କୋଟି ପାଣ୍ଠି ଯୋଗାଣ । ଦୁଗ୍ଧ ପ୍ରସେସିଂ ପ୍ଲାଣ୍ଟ ଓ ଗୋଖାଦ୍ୟ କାରଖାନା ସ୍ଥାପନ ପାଇଁ ଖର୍ଚ୍ଚ ହେବ ।

ଔଷଧୀୟ ଗଛ ପାଇଁ ୪ ହଜାର କୋଟି ।
ଔଷଧୀୟ ଗଛ ଚାଷ ପାଇଁ ୪ ହଜାର କୋଟି ଅନୁଦାନ ଘୋଷଣା । ୧୦ ଳକ୍ଷ ହେକ୍ଟରରେ ମେଡିସିନ ଓ ହର୍ବଲ ଚାଷ ପାଇଁ ଯୋଜନା । ଏହାଦ୍ଵାରା ଚାଷୀଙ୍କ ୫ ହଜାର କୋଟିର ଆୟ ହୋଇପାରିବ ବୋଲି କହିହଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଔଷଧୀୟ ଗଛ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ମଣ୍ଡି ବିକଶିତ କରାଯିବ ।
ମହୁ ଚାଷ ପାଇଁ ୫ ଶହ କୋଟି ।
ମହୁ ଚାଷକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଘୋଷଣା । ମହୁ ଚାଷ ପାଇଁ ୫ ଶହ କୋଟିର ଅନୁଦାନ ଘୋଷଣା କରିଛନ୍ତି । ଏହି ଯୋଜନାରେ ୨ ଳକ୍ଷ ମହୁ ଚାଷୀଙ୍କ ଆୟ ବଢିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ:
ଚାଷୀଙ୍କ ସୁବିଧା ପାଇଁ ସଂଶୋଧନ ହେବ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ । କୃଷି କ୍ଷେତ୍ରରେ ନିବେଶ ବଢାଇବାକୁ ଆଇନରେ ସଂଶୋଧନ ହେବ । ପିଆଜ, ଆଳୁ ଓ ଡାଲି ଜାତୀୟ ଦ୍ରବ୍ୟ କୁ ଆଇନ୍ରୁ ବାଦ୍ ଦିଆଯିବ । ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଲାଭ ପାଇଁ ଆଇନ ବଦଳିବ । ତେବେ ଆପଦକାଳୀନ ସ୍ଥିତି ଓ ମରୁଡି ସମୟରେ କଟକଣା ରହିବ ।
କୃଷି ଜାତ ଦ୍ରବ୍ୟର ଇ-ଟ୍ରେଡିଂ ହେବ ।
ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ ହେବ । ଉଚିତ ମୂଲ୍ୟ ପାଇଁ ଇ-ଟ୍ରେଡିଂ କରିପାରିବେ ଚାଷୀ । ଚାଷ ଓ ଚାଷୀଙ୍କୁ ସହାୟତା କରିବା ପାଇଁ ଏହି ପ୍ୟାକେଜ୍ ଘୋଷଣା ।