କିଛି ଲୋକଙ୍କୁ ସମୟ ସହିତ ବଦଳିବା ପାଇଁ ବହୁତ କଷ୍ଟ ହେଇଥାଏ। ଖାସ କରିକି ସେହି ଲୋକ ଯେଉଁମାନେ ବହୁତ ଅଧିକ ବୟସ୍କ ହେଇଥାନ୍ତି କିନ୍ତୁ ଆଜି ଆମେ ଆଜି ଭାବେ ପରିଚିତ ଜଣେ ମହିଳାଙ୍କ ବାବଦରେ କହିବାକୁ ଯାଉଛୁ ଯିଏ ୧୦୦ ବର୍ଷ ବୟସ୍କ ହେଇଥିବା ସତ୍ତ୍ୱେ ବି ବହୁତ ମଡର୍ଣ ଅଟନ୍ତି ଆଉ ନିଜକୁ ସମୟ ସହିତ ବଦଳେଇବାରେ ବିଶ୍ୱାସ ରଖନ୍ତି। ସେ ବହୁତ ଫିଟ ଆଉ ହେଲଦୀ ଅଛନ୍ତି ଆଉ ଏହାର ରହସ୍ୟ ସେ କୁହନ୍ତି କି ସେ ଜୀବନ ବଞ୍ଚିବା ତତ୍ଯା ଜୀବନ ଦେବାରେ ବିଶ୍ୱାସ ରଖନ୍ତି। ‘ଆଜି’ ନିଜ ନାତି ତଥା ନାତୁଣୀ ମାନଙ୍କ ସହ ବସନ୍ତି ଆଉ ମଜା ମସ୍ତି ବି କରନ୍ତି ଆଉ ତା ସହ ବି ସେମାନଙ୍କ କଥା ଏକ ସାଙ୍ଗ ପରି ଶୁଣନ୍ତି ତଥା ତାର ସମାଧାନ ବି କରନ୍ତି। ତ ଆସନ୍ତୁ ଭେଟ କରେଇବା ଆପଣଙ୍କୁ ୧୦୦ ବର୍ଷ ମାତ୍ର ହୃଦୟରୁ ୨୫ବର୍ଷର ‘ଜେଜେମା’ ଙ୍କ ସହ।

କୁହାଯାଏ କି ଯେଉଁ ଘରେ ବଡ଼ ଲୋକ ମାନଙ୍କର ଛାୟା ଥାଏ ସେଠାରେ ଭଗବାନ ବାସ କରନ୍ତି। ସେମାନଙ୍କର ଆଶୀର୍ବାଦ ଭଗବାନଙ୍କ ଠାରୁ କିଛି କମ ନୁହଁ। ମାତ୍ର ବହୁତ ଲୋକ ନିଜର ନ୍ୟୁନତ୍ତମ ଚିନ୍ତାଧାରା ପାଇଁ ବଡ଼ ଲୋକ ମାନଙ୍କୁ ଘରୁ ବାହାର କରିଦିଅନ୍ତି କାରଣ ସେମାନେ ପୁରୁଣା ଚିନ୍ତାଧାରା ବୋଲି ଭାବିକି।
ଆମେ ଆପଣଙ୍କ ପାଖକୁ ନେଇଆସିଛୁ ଜଣେ ଏପରି ମହିଳା ଯେ ୧୦୦ ବର୍ଷର ହେଇକି ବି ବହୁତ ମଡର୍ଣ ଚିନ୍ତାଧାରା ର ଅଟନ୍ତି ଆଉ ବହୁତ ଖୋଲା ମସ୍ତିସ୍କର। ଏହି ମହିଳା ‘ଆଜି’ ନାମରେ ପରିଚିତ ହେଇଛନ୍ତି ଆଉ ସୋସିଆଲ ମିଡିଆରେ ଏହାର ବହୁତ ଚର୍ଚା ଚାଲିଛି। ଫେସବୁକ ପେକ ହୁମ୍ସ ଅଫ ବମ୍ବେରେ ‘ଆଜି’ ର ଷ୍ଟୋରି ବହୁତ ଭଲ ଭାବେ ଭାଇରାଲ ହେଉଛି।
୧୯୨୦ରେ ଜନ୍ମ ହେଇଥିବା ଆଜି , ମହାତ୍ମା ଗାନ୍ଧୀଙ୍କ ସହ ଆନ୍ଦୋଳନର ଜଣେ ଭାଗ ଥିଲେ। ସେ ହିଟଲରଙ୍କର ତାନାଶାହାକୁ ବି ବହୁତ ପାଖରୁ ଦେଖିଛନ୍ତି। ସେ ବହୁତ ସମୟରେ ନିଜ ପରିବାର ସହ ନିଜର କାହାଣୀ ସେୟାର କରିଥାନ୍ତି।

୧୦୦ବର୍ଷ ବୟସରେ ବି ଆଜି ବହୁତ ଫିଟ ଆଉ ଆକ୍ଟିଭ ଅଛନ୍ତି। ଯାହା ବାବଦରେ ପଚାରିବା ଦ୍ୱାରା ସେ କୁହନ୍ତି ” ମୁଁ ବାସ ଗୋଟେ ଜିନିଷ ରେ ବିଶ୍ୱାସ କରେ କି ବଞ୍ଚ ଆଉ ବଞ୍ଚିବାକୁ ଦିଅ। ସମୟ ସହିତ ନିଜକୁ ବଦଳେଇବାରେ ମୁଁ ବିଶ୍ୱାସ ରଖେ।” ଏହା ହି କାରଣ କି ତାଙ୍କ ଛୋଟ ଛୋଟ ନାତି ନାତୁଣୀ ମାନେ ବି ତାଙ୍କ ସହ ନିଜର ସମସ୍ତ କଥା ସେୟାର କରିଥାନ୍ତି।
ଆଜିଙ୍କର ୫ଜଣ ଛୁଆ ଆଉ ୧୦ଜଣ ନାତି ନାତୁଣୀ ଅଛନ୍ତି ଯାହାଙ୍କ ସହ ସେ ସମସ୍ତ ତ୍ୟୋହାର ସେଲିବ୍ରେଟ କରନ୍ତି। ଏପରିକି ତାଙ୍କ ସହ ପିଜ୍ଜା ପାର୍ଟିରେ ବି ମଜା ନିଅନ୍ତି।
ସେ କୁହନ୍ତି କି ତାଙ୍କ ସାଥି ମହିଳା ମାନେ ତାଙ୍କୁ ଅଧିକ ଫରୱାର୍ଡ ମାନନ୍ତି ଆଉ କୁହନ୍ତି କି ସେ ଛୁଆ ମାନଙ୍କୁ ବିଗାଡୁଛନ୍ତି ମାତ୍ର ସେ ଏହା ଉପରେ ଜମା ବିଶ୍ୱାସ କରନ୍ତି ନାହିଁ ଆଉ କୁହନ୍ତି କି ପିଲା ମାନଙ୍କ ସହ ଆମକୁ ବଦଳିବା ଦରକାର।

ଆଜିଙ୍କର ଏହି ଖୋଲା ଚିନ୍ତାଧାରା ପାଇଁ ତାଙ୍କୁ କିଛି ଲୋକ ଠିକ ମାନନ୍ତି ଆଉ ସମାଲୋଚନା ବି କରନ୍ତି। ଲୋକ ମାନଙ୍କର ତଥା ଘର ଲୋକଙ୍କର ବିରୋଧ ସତ୍ତ୍ୱେ ବି ଆଜି ତାଙ୍କ ନାତିଙ୍କର ଇଣ୍ଟର କାଷ୍ଟ ମ୍ୟାରେଜ କରେଇଥିଲେ। ପରେ ସବୁ ଠିକ ହେଇଗଲା।
ଏହି ପରିବାର ଖୁସି ଖୁସି ସବୁ ଜିନିଷ ପାଳନ କରନ୍ତି। ଛୋଟ ବଡ଼ ସବୁ ପର୍ବ ପର୍ବାଣୀ ମାନଙ୍କରେ ବି ସମସ୍ତେ ସାଙ୍ଗରେ ରୁହନ୍ତି ଆଉ ସେଲିବ୍ରେଟ କରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।