ବ୍ୟୁରୋ ରିପୋର୍ଟ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଗୋଟିଏ ପଟେ ବଡ଼ ଯୁଦ୍ଧର ଆଶଙ୍କା ଥିବା ବେଳେ ଅନ୍ୟ ପଟେ ବାଲିଷ୍ଟିକ ମିଶାଇଲ ପରୀକ୍ଷଣ କରିଛି ଉତ୍ତର କୋରିଆ। ଦୁଇଟି ମିଶାଇଲ ପରୀକ୍ଷଣ କରିଛି ଉତ୍ତର କୋରିଆ। ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହାର ତଥ୍ୟ ଦିଆ ଯାଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
ଉତ୍ତର କୋରିଆ ୨ଟି ମିଶାଇଲ ପରୀକ୍ଷଣ କରିଛି ଏବଂ ବେଶୀ ତଥ୍ୟ ଜଣା ପଡିନି ବୋଲି ଜାପାନ ସରକାର କହିଛନ୍ତି। ତଦନ୍ତ ଚାଲିଛି ଏବଂ ସମସ୍ତ ତଥ୍ୟ ମିଳିସାରିବା ପରେ ସରକାରୀ ରିପୋର୍ଟସ୍ ରେ ପ୍ରକାଶ କରାଯିବା ବୋଲି ଜାପାନ ସରକାରଙ୍କ ପକ୍ଷରୁ କୁହା ଯାଇଛି। ଅନ୍ୟ ପକ୍ଷରେ ସାଉଥ କୋରିଆ ମଧ୍ୟ ନର୍ଥ କୋରିଆର ମିଶାଇଲ ପରୀକ୍ଷଣ ନେଇ ଅବଗତ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ଅନୁମାନ କରାଯାଉଛି କି ଏହା ବାଲିଷ୍ଟିକ ମିଶାଇଲ ଅଟେ।
North Korea fires eighth missile of 2022 as world focuses on Ukraine https://t.co/gjeO7K0TP7 pic.twitter.com/lfPNV2FEnG
— New York Post (@nypost) February 27, 2022
କହିରଖିବୁ ଯାହା ବିଶେଷ ରିପୋର୍ଟରୁ ଜଣା ଯାଇଛି ପୂର୍ବ ଥର ନର୍ଥ କୋରିଆ ୨୯ ଜାନୁଆରୀରେ ମିଶାଇଲ ପରୀକ୍ଷଣ କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।