ଇଂଲଣ୍ଡ ବିରୁଦ୍ଧରେ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲର ୱିକେଟ ପାଇଁ ଲଢେଇ କରୁଥିଲେ।ତେବେ ବିରାଟ କୋହଲି ପାର୍ଟ ଟାଇମ ବୋଲର ରୋହିତ ଶର୍ମାଙ୍କୁ ଚାହା ପୂର୍ବରୁ ବଲ ଦେଲେ। ଆଇପିଏଲ ହ୍ୟାଟ୍ରିକ ନେଇଥିବା ରୋହିତ ଚେନ୍ନାଇରେ ୱିକେଟ ନେବାରେ ଅସଫଳ ରହିଲେ। ସେ ୧୨ଟି ବଲରେ ୭ ରନ ଦେଲେ।ରୋହିତଙ୍କର ବୋଲିଂ ସେହି ମୁହୂର୍ତ୍ତକୁ ତାଜା କରିଦେଲା ଯେବେ ପାର୍ଟ ଟାଇମର୍ସମାନେ ବୋଲିଂ କରୁଥିଲେ। ଟେଷ୍ଟ ମ୍ୟାଚରେ କେଉଁ ପାର୍ଟ ଟାଇମ ବୋଲରମାନେ ବୋଲିଂ କରିଛନ୍ତି ଏକ ଦୃଷ୍ଟି ପକେଇବା।

ମହେନ୍ଦ୍ର ସିଂହ ଧୋନୀ: ଇଂଲଣ୍ଡର ୨୦୧୧ର ଗ୍ରସ୍ତରେ ଧୋନୀ ବୋଲିଂର ଦାୟିତ୍ତ୍ୱ ନିଜ ହାତରେ ନେଇଥିଲେ। ସେ ଲଡ଼ସ୍ ଟେଷ୍ଟରେ ୧୦ ଓଭର ପକାଇଥିଲେ। କୌତୁହର କଥା ଏହା କି ଦେ କେଭିନ ପିଟରସନଙ୍କୁ ଷ୍ଟମ୍ପ ଆଗରେ କାବୁ କଲେ,ଡିଆରଏସ ପାଇଁ ନିର୍ଣ୍ଣୟ ଧୋନିଙ୍କ ବିରୁଦ୍ଧରେ ଗଲା।ଟେଷ୍ଟ କ୍ୟାରିୟରରେ ଧୋନି ୧୬ ଓଭର ପକାଇଛନ୍ତି ଓ ତାଙ୍କୁ ଗୋଟିଏ ମଧ୍ୟ ୱିକେଟ ମିଳି ନାହିଁ।

ବିରାଟ କୋହଲି: ଦ୍ୱିତୀୟ ଟେଷ୍ଟ ସିରିଜରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ କିଛି ଓଭର ପକାଇଥିଲେ, କିନ୍ତୁ ବ୍ୟାଟ୍ସମ୍ୟାନ୍ ତାଙ୍କୁ ବାରମ୍ବାର କଷ୍ଟ ଦେଉଥିଲେ। ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ କୋହଲି ନିୟମିତ ରୂପରେ କିଛି ଓଭର ପକାଉଥିଲେ। ୨ ବର୍ଷର ବିରତି ପରେ ଭାରତୀୟ ଅଧିନାୟକ ପୁଣିଥରେ ବୋଲିଂ ପାଇଁ ଓହ୍ଲାଇଲେ। ୨୦୧୭ରେ ଶ୍ରୀଲଙ୍କା ବିରୁଦ୍ଧରେ ୩ଟି ଟେଷ୍ଟର ସିରିଜରେ ୨ ଓଭର ପକାଇଥିଲେ କିନ୍ତୁ ହେଲେ ୱିକେଟ ପାଇ ନଥିଲେ।
ଗୌତମ ଗମ୍ଭୀର: ପୂର୍ବ ଭାରତୀୟ ଓପନର ନିଜ ଭଲ କ୍ୟାରିୟରରେ ୨ ଓଭର ଭଲ ବୋଲିଂ କରିଛନ୍ତି। ନିୟମିତ ଓପନରଙ୍କ ପାଇଁ ଏହା ଅପବାଦ ଭଳି ହିଁ ରହିଲା। ୨୦୧୨ରେ ନାଗପୁରରେ ଇଂଲଣ୍ଡ ବିରୁଦ୍ଧରେ ଧୋନୀ ଡ୍ର ହୋଇଥିବା ମ୍ୟାଚରେ ଗମ୍ଭୀରଙ୍କୁ ୨ ଓଭରର ଦାୟିତ୍ତ୍ୱ ଦେଲେ। ସେ ସ୍ପିନ ବୋଲିଂ କଲେ ଓ କେବଳ ୪ ରନ ଦେଲେ। ଗମ୍ଭୀର ଦିନିକିଆରେ ମଧ୍ୟ ଏକ ଓଭର ପକାଇଛନ୍ତି।

ରାହୁଲ ଦ୍ରାବିଡ଼: କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ପୂର୍ବ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ୧୭ ବର୍ଷ ଲମ୍ବା ନିଜ କ୍ୟାରିୟରରେ କୋଡିଏ ଓଭର ବୋଲିଂ କରିଛନ୍ତି। ବହୁତ ଅନ୍ୟ ପାର୍ଟ ଟାଇମ ବୋଲରଙ୍କ ଭଳି ଦ୍ରାବିଡ଼ ମଧ୍ୟ ଏକ ୱିକେଟ ନେଇଛନ୍ତି। ତାଙ୍କ ଔଷତ ୩୯ ଓ ଇକୋନାମୀ ୧.୯୫ ରହିଥିଲା। ଦ୍ରାବିଡ଼ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକ ୱିକେଟ ନେଲେ। ଏହି ଟେଷ୍ଟ ମ୍ୟାଚରେ ସବୁ ୧୧ ଖେଳାଳି ବୋଲିଂ କରିବାର ନଜର ଆସିଥିଲେ। ଦ୍ରାବିଡ଼ ରିଡ଼ଲେ ଜେକପସଙ୍କୁ ଆଉଟ କଲେ। ଜେକପସ ୨୦୬ ବଲରେ ୧୧୮ରନ ବନେଇଥିଲେ।

ଭିଭିଏସ ଲକ୍ଷ୍ମଣ: ‘ମିଷ୍ଟର ବିଶ୍ଵସନୀୟ’ଙ୍କ ନାମରେ ପ୍ରସିଦ୍ଧ ରହିଥିବା ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ ଲକ୍ଷ୍ମଣ ମଧ୍ୟ ଟେଷ୍ଟ ୱିକେଟରେ ବୋଲିଂ କରିଛନ୍ତି ଓ ୨ଟି ୱିକେଟ ଅକ୍ତିଆର କରିଛନ୍ତି। ଲକ୍ଷ୍ମଣ ନିଜ କ୍ୟାରିୟରରେ ୩୨୪ଟି ବଲ ପକାଇଛନ୍ତି ଓ ୧୨୬ ରନ ଦେଇଛନ୍ତି। ଏହା ମଧ୍ୟରେ ତାଙ୍କ ଔଷତ ୬୩ ଓ ଇକୋନୋମୀ ୨.୩୩ ରହିଛି। ଯଦିଓ,ଲକ୍ଷ୍ମଣ ଦିନିକିଆରେ କେବେବି ବୋଲିଂ କରିନାହାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।