IND VS ENG: ସ୍ଥିର ନାହିଁ ଭାରତର ଓପ୍ନର, ତିନୋଟି ମ୍ୟାଚରେ ୩ ଅଲଗା ଅଲଗା ଯୋଡିକୁ ସୁଯୋଗ ଓ ସମସ୍ତେ ବିଫଳ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଟି୨୦ ସିରିଜରେ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ନିଜ ଓପନିଙ୍ଗ ଯୋଡି ସ୍ଥିର କରିପାରିନାହିଁ। ତିନୋଟି ମ୍ୟାଚରେ ଅଲଗା ଅଲଗା ଯୋଡିକୁ ସୁଯୋଗ ଦିଆଗଲା ଓ ତିନୋଟି ମ୍ୟାଚରେ ହିଁ ଆମକୁ ଭଲ ଆରମ୍ଭ ମିଳିପାରିଲା ନାହିଁ। ତୃତୀୟ ମ୍ୟାଚରେ ଇଶାନ କିଷାନଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ପଠାଗଲା। ଭଲ ପ୍ରଦର୍ଶନ କରିବା ପରେ ବି ଇଶାନଙ୍କୁ ତୃତୀୟ ସ୍ଥାନରେ ପଠାଗଲା। ପାଞ୍ଚଟି ମ୍ୟାଚର ସିରିଜରେ ଏବେ ୨-୧ରେ ଇଂଲଣ୍ଡ ଆଗରେ ଅଛି।

Google

ସିରିଜର ପ୍ରଥମ ମ୍ୟାଚରେ କେଏଲ ରାହୁଲ ଓ ଶିଖର ଧାୱନଙ୍କୁ ଓପନର ଭାବରେ ପଠାଯାଇଥିଲା ବୋଲି ଜଣା ଯାଇଛି। କିନ୍ତୁ ଓପନିଙ୍ଗ ଯୋଡି କେବଳ ୨ ରନର ଭାଗିଦାରୀ କରିପାରିଥିଲା।ଏହି ମ୍ୟାଚରେ ଆମର ଟପ ୩ ବ୍ୟାଟ୍ସମ୍ୟାନ କେବଳ ୫ ରନ କରିପାରିଥିଲେ। ରାହୁଲ ଏକ ଓ ଧୱନ ୪ ରନ କରିଥିଲେ। ବିରାଟ କୋହଲି ଖାତା ଖୋଲି ପାରିନଥିଲେ। ଦ୍ୱିତୀୟ ଟି୨୦ରେ ଧାୱନଙ୍କୁ ବାହାର କରିଦିଆଗଲା। କେଏଲ ରାହୁଲ ଓ ଇଶାନ କିଶନଙ୍କୁ ମୌକା ଦିଆଗଲା। ପୁଣି ଥରେ ଓପନିଙ୍ଗ ଯୋଡି ବିଫଳ ରହିଲା ଓ ରାହୁଲ ଶୂନ୍ୟରେ ଆଉଟ ହେଲେ। ଭାଗିଦାରୀ ମଧ୍ୟ ଶୂନ୍ୟ ରନ ରହିଲା। ଯଦିଓ ଏହି ମ୍ୟାଚରେ ଇଶାନ କିଷାନ(୫୬) ଓ ଅଧିନାୟକ ବିରାଟ କୋହଲି ଅପରାଜିତ ୭୩ ରନ କରି ଦଳକୁ ବିଜୟ ଦେଲେ। ୩ୟ ମ୍ୟାଚରେ ପୁଣି ଓପନିଙ୍ଗ ଯୋଡି ଚେଞ୍ଜ କରାଗଲା। ଏହିଥର ରାହୁଲଙ୍କ ସହିତ ରୋହିତ ଶର୍ମାଙ୍କୁ ପଠାଗଲା। ଏହିଥର ଯୋଡି କେବଳ ୭ ରନ ଯୋଡି ପାରିଲା। ଲୋକେଶ ରାହୁଲ ପୁଣି ଶୂନ୍ୟରେ ଆଉଟ ହେଲେ।ରୋହିତ ଶର୍ମା ୧୫ରନ କଲେ। ସେହିପରି ୩ୟ ସ୍ଥାନରେ ଓହ୍ଲାଇଥିବା ଇଶାନ କିଷାନ ଭଲ ପାରି ଖେଳି ପାରିଲେ ନାହିଁ ଓ ୪ରନ କରି ଆଉଟ ହେଲେ।

Google

ଏହି ସିରିଜକୁ ଦେଶରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି୨୦ ୱାର୍ଲଡ଼ କପର ତୟାରୀ ଭାବରେ ଦେଖା ଯାଉଅଛି। କିନ୍ତୁ ଦଳରେ ଏତେ ପରିବର୍ତ୍ତନ ବହୁତ ଲାଭପ୍ରଦ ହେବ ନାହିଁ। ଏବେ ଚତୁର୍ଥ ମ୍ୟାଚରେ ଦେଖିବାକୁ ହେବ କି ମ୍ୟାନେଜମେଣ୍ଟ କାହାକୁ ଓପନର ଭାବରେ ପଠାଉଛନ୍ତି। କାରଣ ରାହୁଲ ତିନୋଟି ପାଳିରେ କେବଳ ୧ରନ କରିପାରିଛନ୍ତି ଓ ଦୁଇ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ଏମିତିରେ ତାଙ୍କୁ ପରବର୍ତ୍ତୀ ମ୍ୟାଚରୁ ବାହାର କରିପାରନ୍ତି। ଏହାଛଡା ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଓହ୍ଲାଯାଇନାହିଁ। ଗତ ମ୍ୟାଚରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନାହିଁ। ଅର୍ଥାତ ତାଙ୍କୁ ନ ଖେଳିବା ସତ୍ତ୍ୱେ ଦଳରୁ ବାହାର କରିଦିଆଗଲା। ଏହି କଥା ମଧ୍ୟ ଫ୍ୟାନ୍ସମାନଙ୍କୁ ବୁଝା ପଡୁନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *