କରୋନା ଭାଇରସ୍ ମୁକାବିଲା – ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ

କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus

କରୋନା ଭାଇରସ୍ ମୁକାବିଲା – ଏଣିକି ମାସ୍କ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ

କରୋନା ମହାମାରୀ ଆଇନରେ ଦଣ୍ଡ ବ୍ୟବସ୍ଥାକୁ କଠୋର କରିଛନ୍ତି ରାଜ୍ୟ ସରକାର । ପ୍ରଥମ ତିନି ଥର ଯାଏଁ ମାସ୍କ ପିନ୍ଧିବା ନିୟମ ଉଲ୍ଲଙ୍ଘନ କଲେ ୨୦୦ ଟଙ୍କା ଲେଖାଏଁ ଜୋରିମାନାର ପ୍ରାବଧାନ କରାଯାଇଛି । ତା’ପର ଠାରୁ ୫୦୦ ଟଙ୍କା ତଣ୍ଡ ଗଣିବେ ଉଲ୍ଲଙ୍ଘନକାରୀ ।

ରାଜ୍ୟରେ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ଏଣିକି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିବା ବେଳେ ନିହାତି ମାସ୍କ ପିନ୍ଧିବେ, ନ ପିନ୍ଧିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ।

କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus

ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ

କରୋନା ମହାମାରୀ ଆଇନରେ ଦଣ୍ଡ ବ୍ୟବସ୍ଥାକୁ କଠୋର କରିଛନ୍ତି ରାଜ୍ୟ ସରକାର । ପ୍ରଥମ ତିନି ଥର ଯାଏଁ ମାସ୍କ ପିନ୍ଧିବା ନିୟମ ଉଲ୍ଲଙ୍ଘନ କଲେ ୨୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ । ତା’ ପର ଠାରୁ ୫୦୦ ଟଙ୍କା ଜୋରିମାନା ଗଣିବେ ଉଲ୍ଲଙ୍ଘନକାରୀ ।

ଯଦି କେହି ଆଇନର ଉଲଂଘନ କରେ, ଉଲ୍ଲଙ୍ଘନକାରୀଙ୍କୁ ଦୁଇ ବର୍ଷ ଯାଏ ଜେଲ୍‌ ଦଣ୍ଡ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus

ମାସ୍କ ନ ପିନ୍ଧି ଘରୁ ବାହାରିଲେ ଫାଇନ୍ ଲାଗିବା ନିୟମ ଜାରି ହେବାରୁ ଏବେ ଅଧିକାଂଶ ସ୍ଥାନରେ ଲୋକେ ମାସ୍କ ପିନ୍ଧୁଥିବା ଦେଖାଯାଇଥିଲା । କିଛି ଲୋକ ବିଭିନ୍ନ ଆଳ ଦେଖାଇ ଖସି ଯାଉଥିବା ବେଳେ ଆଉ କେତେକ ପାଖରେ ମାସ୍କ ରଖି ମଧ୍ୟ ପିନ୍ଧୁ ନ ଥିବା ଦେଖାଯାଇଥିଲା ।

ରାସ୍ତା ଘାଟରେ ଚେକିଂ ଚାଲିଥିଲା ବେଳେ ବି ମାସ୍କ ନ ପିନ୍ଧିଥିଲେ ଛଡ଼ାଯିବନାହିଁ ବୋଲି ପୋଲିସ ସଫା ସଫା କହି ଦେଇଛି । ରାଜଧାନୀ ଭୁବନେଶ୍ୱର ରେ ପୋଲିସର ପ୍ରଚାର ଗାଡ଼ି ବୁଲି ବୁଲି ଏହାକୁ ପ୍ରଚାର କରୁଛି ।

ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପରିବା ଦୋକାନୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ବ୍ୟବସାୟୀଙ୍କୁ ମାସ୍କ ପିନ୍ଧାଇ ସଚେତନ କରାଇଥିଲେ ପୋଲିସ୍‌ କର୍ମୀମାନେ । ଲକଡାଉନ ପାଇଁ ପୂରା ସହରରେ ନାକାବନ୍ଦୀ ଲାଗିଛି । ସବୁ ଜାଗାରେ କଡ଼ାକଡ଼ି ଭାବେ ଚେକିଂ କରୁଛି ପୋଲିସ ।

ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ଏଜି ଏବଂ ବାଣୀବିହାର ପରି ପ୍ରମୁଖ ଜାଗାରେ ପୋଲିସ ପୁରା କଡା ନଜର । କେବଳ ପାସଧାରୀ ଓ ଜରୁରୀ ସେବାରେ ଲାଗିଥିବା ଗାଡ଼ିକୁ ଯିବାକୁ ମିଳୁଛି ଅନୁମତି । ରାଜଧାନୀ ର ବାସିନ୍ଦା ପୋଲିସର ସଚେତନତା ସହ ୨୪ ଘଣ୍ଟିଆ ଡ୍ୟୁଟିକୁ ଧନ୍ୟବାଦ ଦେଉଛନ୍ତି ଓ ସହଯୋଗ ବି କରୁଛନ୍ତି ।

କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus
ପୋଲିସ ଜଣେ ବଳକ କୁ ମାସ୍କ ପିନ୍ଧାଉଛନ୍ତି

କଟକ ସମତେ ରାଜ୍ୟ ରେ ଅନ୍ୟ ଜିଲ୍ଲା ରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି । ପୋଲିସ ସଦାବେଳେ ପ୍ରଚାର ଗାଡି ନେଇ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଛି ।

ବିଗତ ତିନି ଦିନ ଧରି ପୋଲିସର କଡ଼ା ଆଭିମୁଖ୍ୟ ପରେ ବଦଳି ଯାଇଛି ଓଡିଶାବାସୀଙ୍କ ହାବଭାବ । ଅଧିକାଂଶ ଲୋକେ ମୁହଁରେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି । ପିଲା ଠାରୁ ବୟସ୍କ ସମସ୍ତେ ମାସ୍କ କିମ୍ବା ରୁମାଲରେ ମୁହଁକୁ ଢାଙ୍କୁଛନ୍ତି ।

ଓଡିଶାରେ ଏବେ ରାସ୍ତାଘାଟରେ ଆଉ ବେଶୀ ଗହଳିଚହଳି ଦେଖିବାକୁ ମିଳୁନି । ପରିବା କିମ୍ବା ଗ୍ରୋସରୀ କିଣିବା ବେଳେ ଲୋକମାନେ ସାମାଜିକ ଦୂରତା ନିୟମକୁ ମାନୁଛନ୍ତି । ବର୍ତ୍ତମାନ ବ୍ୟବସାୟୀଙ୍କ ଠାରୁ ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ସଚେତନ ହୋଇଛନ୍ତି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *