ବଲିଉଡର ଅଭିନେତା ସଞ୍ଜୟ ଦତ୍ତ ନିଜର ଫିଲ୍ମ କେଜିଫ ଚ୍ୟାପଟର ୨ ର ସୁଟିଂ ପୁରା କରିସାରିଲେଣି। ସେ ସୁଟିଂର ଅନୁଭବକୁ ଥକା ଦେବା ଭଳି କହିଲେ। ଫିଲ୍ମର ନିର୍ଦେଶକ ପ୍ରଶାନ୍ତ ନିଲ ଫିଲ୍ମ ବିଷୟରେ ଟ୍ୱିଟ କରି ଏହି ବିଷୟରେ କହିଲେ ଓ ସଞ୍ଜୟ ଦତ୍ତଙ୍କୁ ଫାଇଟର ବୋଲି କହିଛନ୍ତି।

ସଞ୍ଜୟ ଦତ୍ତ କ୍ୟାନ୍ସର ସହ ଲଢୁଥିଲେ । ଏହି ବର୍ଷ ଅଗଷ୍ଟରେ ସେ କହିଥିଲେ କି ସେ ତାଙ୍କ ରୋଗ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ନିଜ କାମରୁ ଆରାମ ନେଉଛନ୍ତି। ନଭେମ୍ବର ମାସରେ ସଂଜୟ ଦତ୍ତ ପୁଣି ଫିଲ୍ମ ସୁଟିଂ ପୁରା କଲେ। କେବଳ ସଞ୍ଜୟ ଦତ୍ତ ନୁହେଁ ଆହୁରି ସେଲିବ୍ରେଟି ଅଛନ୍ତି ଯିଏ କ୍ୟାନ୍ସରକୁ ହରାଇ ଫେରିଛନ୍ତି। ଆସନ୍ତୁ ଜାଣିବା ସେହି ସେଲିବ୍ରେଟିଙ୍କ ବିଷୟରେ କିଛି ରୋଚକ କଥା।

ସୋନାଲି ବେନ୍ଦ୍ର:-ଜୁଲାଇ ୨୦୧୮ ରେ ସୋନାଲି ବେନ୍ଦ୍ରଙ୍କୁ ମୋଟାଷ୍ଟିକ କ୍ୟାନ୍ସର ହୋଇଥିଲା। ସେ ତାଙ୍କ ରୋଗ ସମୟରେ ନିଜର କିଛି ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ସହ ସେ ନିଜକୁ ମୋଟିଭେଟ କରିବା ପାଇଁ ନିଜ ଭାବନାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କ ଟ୍ରିଟମେଣ୍ଟ ନ୍ୟୁୟର୍କରେ ହୋଇଥିଲା। ସେହି ବର୍ଷ ଡିସେମ୍ବରରେ ସେ ଟ୍ରିଟମେଣ୍ଟ କରି ଇଣ୍ଡିଆ ଫେରିଆସିଲେ। ତାଙ୍କ ସ୍ୱାମୀ କହିଲେ କି ଟ୍ରିଟମେଣ୍ଟ ତ ହୋଇଗଲା ହେଲେ ଚେକଅଫ ପାଇଁ ଯିବାକୁ ପଡିବ। ସୋନାଲି ଏବେ ସେହି ଲୋକଙ୍କୁ ମୋଟିଭେଟ କରୁଛନ୍ତି ଯିଏ ଏବେ କ୍ୟାନ୍ସର ସହ ଫାଇଟ କରୁଛନ୍ତି।
ମନୀଷା କୋଇରାଲା:-ମନୀଷା କୋଇରାଲା ଆବୋରିୟାନ କ୍ୟାନ୍ସରକୁ ହରେଇଦେଲେ। ୪୨ ବର୍ଷ ବୟସରେ ତାଙ୍କୁ କ୍ୟାନ୍ସର ହୋଇଥିଲା। ବହୁତ ଥେରାପୀ ଓ ଟ୍ରିଟମେଣ୍ଟ ପରେ ସେ ୨୦୧୫ ରେ ଭଲ ହୋଇଥିଲେ। ସେ ଏକ ଫାଇଟର ଭଳି କ୍ୟାନ୍ସର ସହ ଲଢ଼ିଲେ ଓ ଜିତିଲେ। କ୍ୟାନ୍ସର ପରେ ମନୀଷା ଡିୟର ମାୟା,ଲାଷ୍ଟ ଷ୍ଟୋରିଜ,ସଂଜୁ,ପ୍ରସ୍ଥାନମ ଭଳି ଫିଲ୍ମରେ ଦେଖା ଯାଇଥିଲେ।
ଲିସା ରେ:-କସୁର ଫିଲ୍ମରେ ଚର୍ଚ୍ଚାର ଆସିଥିବା ଲିସା ରେ ଙ୍କୁ ୨୦୦୯ ରେ ଜଣା ପଡିଲା କି ସେ ବ୍ଲଡ଼ କ୍ୟାନ୍ସର ସହ ଜଡ଼ିତ ଅଛନ୍ତି। ସେ ଏକ ବର୍ଷ ଟ୍ରିଟମେଣ୍ଟ କଲେ ଓ ୨୦୧୦ରେ କ୍ୟାନ୍ସରକୁ ହରେଇଦେଲେ। ସେ କହିଛନ୍ତି କି ସେ ପୁରା ଏହି ରୋଗରୁ ମୁକ୍ତି ପାଇନାହାନ୍ତି। ୨୦୧୯ ରେ ଆସିଥିବା ୱେବସିରିଜ ଫର ମୋର ସର୍ଟସ ପ୍ଲିଜରେ ଲିସା ରେ ଗ୍ଲାମରସ ଅଭିନୟ କରିଥିଲେ।
ଅନୁରାଗ ବାସୁ:-ନିର୍ଦେଶକ ଅନୁରାଗ ବାସୁ ନିଜର ଭଲ ଫିଲ୍ମ ପାଇଁ ଲୋକପ୍ରିୟ। ୨୦୦୪ ରେ ତାଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଥିଲା। ଡାକ୍ତର କହିଲେ କି ସେ ମାସେ ପର୍ଯ୍ୟନ୍ତ ବଞ୍ଚିପାରିବେ। ହେଲେ ଅନୁରାଗ ନିଜକୁ ମୋଟିଭେଟ କରିଚାଲିଲେ। ସେ ଉପଚାର କରି କ୍ୟାନ୍ସରକୁ ହରେଇଦେଲେ। ଏବେ ଏବେ ତାଙ୍କ ଦ୍ୱାରା ଲୁଡୋ ଫିଲ୍ମ ରିଲିଜ ହୋଇଛି।

ରାକେଶ ରୋସନ:-ଆକ୍ଟର ଓ ଡିରେକ୍ଟର ରାକେଶ ରୋସନ ୨୦୧୮ ରେ କ୍ୟାନ୍ସରରେ ପୀଡିତ ଥିଲେ। ୨୦୧୯ ରେ ସେ କେମିଓ ଥେରାପୀ କରିଥିଲେ। ସେ ଲଢ଼ିଲେ ଓ ହରେଇଲେ କ୍ୟାନ୍ସରକୁ। ହିତ୍ରିକ ରୋସନ ନିଜ ପିତାଙ୍କ ବହୁତ ଫୋଟୋ ସେୟାର କରିଥିଲେ ଯେଉଁଥିରେ ନଜର ଆସିଥିଲା କି ରାକେଶ ଏବେ ଫିଟନେସ ପ୍ରତି ଅଗ୍ରସର ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।