ଏହି ଗ୍ରହର ଚଳନ ବଦଳିବା ଯୋଗୁ କିଛି ରାଶି ଉପରେ ଭଲ ପ୍ରଭାବ ପଡିବ ତ କିଛି ରାଶିଙ୍କୁ ସତର୍କତା ସହିତ ରହିବାର ଆବଶ୍ୟକ ଅଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହର ଚଳନ ଆମ ଜୀବନରେ ଗମ୍ଭୀର ପ୍ରଭାବ ପଡିଥାଏ,ନଭେମ୍ବର ମାସରେ ୫ଟି ଗ୍ରହ ନିଜର ଚଳନ ବଦଳାଉଛନ୍ତି। ଏହି ଗ୍ରହର ଚଳନ ବଦଳିବା ଦ୍ୱାରା ରାଶି ଉପରେ ଭଲ ପ୍ରଭାବ ପଡିବ ତ କିଛି ରାଶିଙ୍କୁ ସତର୍କତା ସହିତ ରହିବାର ଆବଶ୍ୟକ ଅଛି।
●ଏହି ଗ୍ରହର ହେବ ରାଶି ପରିବର୍ତ୍ତନ:-ସୂର୍ଯ୍ୟ ତୁଳା ରାଶିରୁ ବୃଷ ରାଶିକୁ ଯିବେ।
●ଶୁକ୍ର ଗ୍ରହ ନିଜର ସ୍ୱରାଶି ତୁଳାରେ ପ୍ରବେଶ କରିବେ।
●୩ ନଭେମ୍ବରକୁ ବୁଧ ତୁଳା ରାଶିରେ ଚଳିବେ। ୨୮ ନଭେମ୍ବରକୁ ବୁଧ ବୃଷ ରାଶିରେ ପ୍ରବେଶ କରିବେ।
●ମଙ୍ଗଳ ମିନ ରାଶିରେ ଚଳିବେ।
●ବୃହସ୍ପତି ମକର ରାଶିରେ ପ୍ରବେଶ କରିବେ।

ସୂର୍ଯ୍ୟ: ସୂର୍ଯ୍ୟ ୧୬ ନଭେମ୍ବରକୁ ତୁଳାରୁ ବୃଷ ରାଶିରେ ପ୍ରବେଶ କରିବେ ଏବଂ ୧୫ ଡିସେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ସୂର୍ଯ୍ୟ ଦେବଙ୍କ ବୃଷ ରାଶିରେ ରହିବାଦ୍ୱାରା ସବୁ ରାଶି ଉପରେ ଶୁଭ ପ୍ରଭାବ ପଡିବ। ବୃଷର ସ୍ୱାମୀ ମଙ୍ଗଳ ଅଟେ। ଏହି ରାଶିରେ ସୂର୍ଯ୍ୟଙ୍କ ଆସିବା ବହୁତ ଗମ୍ଭୀର ପ୍ରଭାବ ପକେଇପାରେ।
ଶୁକ୍ର: ଶୁକ୍ର ୧୭ ନଭେମ୍ବର ତୁଳା ରାଶିରେ ପ୍ରବେଶ କରିବେ ଏବଂ ଡ଼ିସେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଶୁକ୍ରଙ୍କୁ ପ୍ରେମ ଏବଂ ପ୍ରଣୟ ବ୍ୟାପାର ମାମଲାରେ ବହୁତ ମହତ୍ୱପୂର୍ଣ୍ଣ ମାନାଯାଇଥାଏ।
ବୃହସ୍ପତି: ୨୦ ନଭେମ୍ବର ମକର ରାଶିରେ ପ୍ରବେଶ କରିବେ ଏବଂ ଏହି ରାଶିରେ ସେ ୬ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ରହିବେ। ମକର ରାଶିର ଜାତକମାନଙ୍କ କ୍ୟାରିୟର ମାମଲାରେ ଭଲ ଖବର ମିଳିପାରେ। ଅନ୍ୟ ରାଶିର ମଧ୍ୟ ଏହାଦ୍ୱାରା ଲାଭ ହୋଇପାରେ।
ବୁଧ: ବୁଧ ୩ ନଭେମ୍ବରକୁ ଶୁକ୍ରର ରାଶି ତୁଳାରେ ଚଳିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କ ଚଳନଙ୍କୁ ବହୁତ ଶୁଭ ମାନାଯାଇଥାଏ। କିଛି ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିପାରେ,୨୮ ନଭେମ୍ବରକୁ ବୁଧ ବୃଷ ରାଶିରେ ପ୍ରବେଶ କରିବେ।

ମଙ୍ଗଳ: ୧୪ ନଭେମ୍ବରକୁ ମଙ୍ଗଳ ମିନ ରାଶିରେ ଚଳିବାକୁ ଯାଉଛନ୍ତି।ଦୀପାବଳି ସମୟରେ ମଙ୍ଗଳର ଏହି ବଦଳି ଆର୍ଥିକ ଦୃଷ୍ଟିରୁ ବହୁତ ଅହଂ ମାନାଯାଉଅଛି। ଏଥିରୁ କିଛି ରାଶିର ଲାଭ ହେବ ଏବଂ କିଛି ରାଶିର କ୍ଷତି ବି ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।