କ୍ରିକେଟକୁ ଫେରିଲେ ଶ୍ରୀଶାନ୍ତ, ଏହି ଦଳ ତରଫରୁ ଖେଳିବେ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏସ ଶ୍ରୀଶାନ୍ତଙ୍କୁ କେରଳର ୨୬ ଖେଳାଳୀ ମାନଙ୍କ ସୂଚିରେ ସାମିଲ କରାଯାଇଛି।

Google

ଭାରତୀୟ ପୂର୍ବ ଦ୍ରୁତ ବୋଲର ଏସ ଶ୍ରୀଶାନ୍ତଙ୍କୁ ଆଗାମୀ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳର ୨୬ ଖେଳାଳୀ ମାନଙ୍କ ସୂଚରେ ସାମିଲ କରାଯାଇଛି। ଯିଏକି ଲମ୍ବା ସମୟ ପରେ ପ୍ରତିଦ୍ୱନ୍ଧି କ୍ରିକେଟ ଖେଳିବା ପାଇଁ ଫେରିଛନ୍ତି। ଶ୍ରୀଶାନ୍ତଙ୍କୁ ଇଣ୍ଡିଆନ ପ୍ରିମୀୟର ଲିଗ ଆଇପିଏଲରେ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ତାଙ୍କୁ ଖେଳରୁ ବାସନ୍ଦ କରିଦେଇଥିଲା। କେରଳର ମଙ୍ଗଳବାରକୁ ଜାରି ହୋଇଥିବା ସୂଚିରେ ଏହି ୩୭ ବର୍ଷୀୟ ଖେଳାଳୀ ସହିତ ସଞ୍ଜୁ ସୈମସନ, ସଚିନ ବେବି, ଜଲଜ ସକ୍ସେନା, ରବିନ ଉଥାପା ଓ ବାସୀଲ ଥମ୍ପିଙ୍କ ଭଳି ଖେଳାଳି ଅନୁଭବି ଖେଳାଳୀ ଅଛନ୍ତି।

ଶ୍ରୀଶାନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଏହି ବର୍ଷ ସେପ୍ଟେମ୍ବରକୁ ଶେଷ ହୋଇଯାଇଛି। ସୂତ୍ର ଅନୁସାରେ ସେ ୨୦ ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଲାଗିବାକୁ ଥିବା ଟିମ ଶିବିରରେ ଭାଗ ନେବେ। ଏହା ପୂର୍ବରୁ ସେ କେରଳ କ୍ରିକେଟ ବୋର୍ଡ ତରଫରୁ ଆୟୋଜିତ ଟି-୨୦ ଶୃଙ୍ଖଳା ପାଇଁ ଏକ ଟିମରେ ବଛାଯାଇଥିଲେ। ସେ ଶେଷଥର ପାଇଁ ୨୦୧୧ରେ ଭାରତ ପକ୍ଷରୁ ଖେଳିଥିଲେ। ସେ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ର ଦିନିକିଆ ବିଶ୍ୱକପ ଜିତିଥିବା ଭାରତୀୟ ଟିମର ଅଂଶ ରହିଛନ୍ତି।

Google

କୋଭିଡ଼-୧୯ ମହାମାରି ପାଇଁ ଟି-୨୦ ଟୁର୍ଣ୍ଣାମେଣ୍ଟ ଡେରିରେ ଆରମ୍ଭ ହେଉଛି। ଏହା ୨୦୨୦-୨୧ ବର୍ଷର ବିସିସିଆଇର ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି।

କହିରଖିବୁକି ଶ୍ରୀଶାନ୍ତଙ୍କ ଉପରେ ଲାଗିଥିବା ଜୀବନସାରା ବ୍ୟାନକୁ ହଟାଯାଇ ସାତ ବର୍ଷ କରିଦିଆଯାଇଥିଲା। ତାଙ୍କର ଏହି ୭ ବର୍ଷର ବ୍ୟାନ ସେପ୍ଟେମ୍ବର ୨୦୨୦ରେ ସରିଯାଇଛି। ୨୦୦୭ ଟି-୨୦ ବିଶ୍ୱ କପ ଓ ୨୦୧୧ ଏକଦିବସିୟ ବିଶ୍ୱକପ ଟିମର ଅଂଶ ରହିଥିବା ଶ୍ରୀଶାନ୍ତ ନିଜ କ୍ରିକେଟ କ୍ୟାରିୟର ରେ ୨୭ ଟେଷ୍ଟ ,୫୩ ଦିନିକିଆ ଓ ୧୦ ଟି ଟି-୨୦ ମ୍ୟାଚର ଅନୁଭବ ଅଛି।

ସମ୍ଭାବିତ ଖେଳାଳୀ ମାନଙ୍କ ସୂଚୀ: ରବିନ ଉଥାପା, ଜଲଜ ସକ୍ସେନା, ସଞ୍ଜୁ ସୈମସନ, ବିଷ୍ଣୁ ବିନୋଦ, ରାହୁଲ ପି, ମହମ୍ମଦ ଅଜୁରଦିନ, ରୋହନ କୁତୁମେଲ, ସଚିନ ବେବି, ସଲମାନ ନିଜାର, ବାସୀଲ ଥମ୍ପି, ଏସ ଶ୍ରୀଶାନ୍ତ, ଏମଡ଼ି ନିଧେସ, କେଏମ ଆସିକ, ବାସୀଲ ଏନପି, ଅକ୍ଷୟ ଚନ୍ଦ୍ରନ, ସିଜୋମୋନ ଜୋସେଫ, ମିଧୁନ ଏସ, ଅଭିଷେଖ ମୋହନ, ବସ୍ଚଲ ଗୋବିନ୍ଦ, ଆନନ୍ଦ ଜୋସେଫ, ବୋନପ ମନୋହରଣ, ମିଧୁନ ପିକେ, ସରିରୂପ, ଅକ୍ଷୟ କେସି, ରୋଜିଥ, ଅରୁଣ ଏମ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।