ଚୀନ ଓ ପାକିସ୍ତାନର ସାମରିକ ଭାବନାକୁ ଦେଖି ଭାରତ ସରକାର ଏବେ ନିଜ ତିନି ସେନାକୁ ମଝବୁତ କରିବା ସହିତ ଆଧୁନିକ କରିବାରେ ଲାଗିଛନ୍ତି। ଭାରତୀୟ ସେନାର ଭିବିଷ୍ୟତର ପରିସ୍ଥିତିକୁ ଓ ଆଵଶ୍ୟକତାକୁ ଦେଖି ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡି.ଆର.ଡି.ଓ) ମୁଖ୍ୟ ବୈଟଲ ଟ୍ୟାଙ୍କ ଅର୍ଜୁନ ମାର୍କ ୧-ଏ (ହେଟର କିଲର) ର ଆଡ଼ଭାନ୍ସ ଭର୍ଶନର ପୋକରଣ ଫିଲ୍ଡ କାଯ୍ୟରିଙ୍ଗ ରେଞ୍ଜରେ ଟ୍ରାଏଲ କରାଯାଇଛି ଯାହା ସଫଳ ହୋଇଛି।

ଅର୍ଜୁନ ଟ୍ୟାଙ୍କର ନୂଆ ଅପଗ୍ରେଡ଼ ଭର୍ସନରେ ଏହା ଅନେକ ଅସ୍ତ୍ର ଶସ୍ତ୍ର ସହ ଫାଇରୀଙ୍ଗ କରିବା ସହ ଏହା ବହୁତ ତୀବ୍ର ଅଟେ। ଏହି ଆଡ଼ଭାନ୍ସ ଅପଗ୍ରେଡ଼ ଭର୍ସନର ଫାଇରିଙ୍ଗ କ୍ଷମତା ଦେଖିବା ପାଇଁ ଭାରତୀୟ ସେନାର ଦୀପଟ ଚିଫ ଅଫ ଷ୍ଟକଲେଫିଟନେଣ୍ଟ ଜନରଲ ଏସ .ଏସ.ହସବନିସ ଓ ଡାଇରେକ୍ଟର ଜନରଲ ଲେଫଟନେଣ୍ଟ ଜେନରଲ ଏସ.ଯେ.ଏସ କହଲୋଙ୍କ ସହିତ ଅନେକ ଉଚ୍ଚ ସୈନ ଅଧିକାରୀ ଉପସ୍ଥିତ ଥିଲେ।
ଅର୍ଜୁନ ଟ୍ୟାଙ୍କର ନୂଆ ଅପଗ୍ରେଡ଼ ଭର୍ସନ ନିଜ ପ୍ରତିଭାକୁ ଏକାଠି କରି ଅନେକ ମିସାଇଲ ଓ ଗୁଳି କ୍ଷେପଣ କରିଛି।କହିରଖିବୁକି ବିତିଯାଇଥିବା ୧୩ ନଭେମ୍ବରକୁ ପ୍ରଧାନମନ୍ତ୍ରୀ ମୋଦି ଜୈସଲମେରର ସୀମା ଅଞ୍ଚଳରେ ଗାଙ୍ଗଵାଲା ପୋଷ୍ଟରେ ଅର୍ଜୁନ ଟ୍ୟାଙ୍କରେ ବସି ସେନାର ଏହି ନୂଆ ଆଡ଼ଭାନ୍ସ ଅପଗ୍ରେଡ଼ ଭର୍ସନରେ ସାମିଲ ହେବାର ସଂକେତ ଦେଇଥିଲେ।

ସୈନ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ଏବେ ଅର୍ଜୁନ ଟ୍ୟାଙ୍କର ଦୁଇଟି ୟୁନିଟ ଅଛି କିନ୍ତୁ ଏହି ଅର୍ଜୁନ ଟ୍ୟାଙ୍କରେ ସେନାର ଆବଶ୍ୟକତା ଅନୁସାରେ ଡି.ଆର.ଡି.ଓ ଦ୍ଵାରା ଅନେକ ଅପଗ୍ରେଡେସନ କରାଯାଉଛି।ଏହି ଅପଗ୍ରେଡ ଟ୍ୟାଙ୍କରେ ଆକ୍ଟିଭ ଲେଜର ଗାଇଦେଡ଼ ମିସାଇଲ ଛଡ଼ାଯିବା ସହିତ ଅଟୋ ଟାର୍ଗେଟରେ ଶତ୍ରୁ କରୁଥିବା କାର୍ଯ୍ୟ ଉପରେ ନଜର ରଖି ଠିକ ସମୟରେ ତାଙ୍କ ଉପରେ ଫାଇରିଙ୍ଗ ମଧ୍ୟ କରିବାର କୌଶଳ ରହିଛି।
ସୂତ୍ର ଅନୁସାରେ ସେନାର ଉଚ୍ଚ ଅଧିକାରୀ ଅର୍ଜୁନ ଟ୍ୟାଙ୍କର ସ୍ବଦେଶୀ ଅପଗ୍ରେଡ ଭର୍ସନର ଫାଇରୀଙ୍ଗ ଦେଖୀ ବହୁତ ଖୁସି ଅଛନ୍ତି ଓ ଏହା ଉପରେ ସନ୍ତୋଷ ଲାଭ କରିଛନ୍ତି। ଏବେ ଭାରତୀୟ ସେନାକୁ ସ୍ବଦେଶୀ ଟ୍ୟାଙ୍କ ଆୟାତ ଉପରେ କମ ନିର୍ଭର କରିବାକୁ ହେବ।
ଏହି ନୂଆ ଅର୍ଜୁନ ଟ୍ୟାଙ୍କରେ ଏହାର ଫାୟାର ପାୱାର କ୍ଷମତାକୁ ବଢାଯାଇଛି। ଏହା ସହିତ ଏଥିରେ ନୂଆ ଟେକ୍ନିକର ଟ୍ରାନ୍ସମିଶନ ଲଗାଯାଇଛି। ଏହି ହଣ୍ଟର କିଲର ନିଜ ଲକ୍ଷକୁ ନିଜେ ଖୋଜିବା ପାଇଁ ସକ୍ଷମ। ଏହା ଅଟୋମେଟିକ ଆଗକୁ ତୀବ୍ର ବେଗରେ ବଢିବା ସହ ଶତ୍ରୁ ମାନେ ଲଗାତର ଲକ୍ଷ ଉପରେ ମଧ୍ୟ ଆକ୍ରମଣ କରିପାରିବ।

ଏହି ଟ୍ୟାଙ୍କରେ କମାଣ୍ଡର ,ଗନର ,ଲୋଡ଼ର, ଓ ଚାଳକର ପୁରା କ୍ରୁ ଭିତରେ ରହିପାରିବ। ଏହି ଚାରିଜଣଙ୍କୁ ଟ୍ୟାଙ୍କ ଯୁଦ୍ଧ ସମୟରେ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ଏହି ଟ୍ୟାଙ୍କର ସବୁଠୁ ଖାସ କଥା ଏହାକି ଏହା ଯୁଦ୍ଧ କ୍ଷେତ୍ରରେ ବିଛାଯାଇଥିବା ଲାଇଲ୍ସକୁ ଚିହ୍ନି ସହଜରେ ଆଗକୁ ବଢିପାରିବ। କାନ୍ଧରେ ଛଡାଯାଉଥିବା ଗ୍ରେନେଡ଼ ଓ ମିସାଇଲ ଏହି ଟ୍ୟାଙ୍କ ଉପରେ କୌଣସି ପ୍ରଭାବ ପକାଇବନି। କେମିକାଲ ଆଟାକରୁ ବଞ୍ଚିବା ପାଇଁ ଏହି ଟ୍ୟାଙ୍କରେ ବିଶେଷ ସେନ୍ସର ଲଗାଯାଇଅଛି।
କେମିକାଲ ଓ ପରମାଣୁ ବମର ଵିସ୍ପୋଟକ ସ୍ଥିତିରେ ଏହାଦେହରେ ଲାଗିଥିବା ଆଲରାମ ବାଜିଉଠିବ। ଏହା ସହିତ ଟ୍ୟାଙ୍କରେ ପବନ ବଢିଯିବ ଯାହା ଦ୍ୱାରା ବାହାର ପବନ ଭିତରକୁ ଆସିବନି। କ୍ରୁ ମେମ୍ବରଙ୍କ ଅକ୍ସିଜେନ ପାଇଁ ଭଲ ଫିଲଟର ଲଗାଯାଇଛି। ଏହା ସହିତ ଏଥିରେ ଅନେକ ନୂଆ ଫିଚର ସାମିଲ କରାଯାଇଛି। ଯାହା ଏହି ଟ୍ୟାଙ୍କକୁ ବହୁତ ମଝବୁତ କରିବା ସହିତ ସଠିକ ପ୍ରହାର କରିବାରେ ଏହାକୁ କୌଣସି ଅଶୁବିଧା ହୋଇନଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।