ମହାନ କ୍ରିକେଟର ଓ ଭାରତୀୟ ଦଳର ପୂର୍ବ ଅଧିନାୟକ ସଚିନ ତେନ୍ଦୁଲକରଙ୍କୁ ଏବେ କେହିବି ନିଜ ଗୁରୁ କରିପାରିବେ। କ୍ରିକେଟର ଭଗବାନ କୁହା ଯାଉଥିବା ତେନ୍ଦୁଲକର ମାଗଣାରେ ଅନଲାଇନରେ କୋଚିଂ ଦେବେ।ତେନ୍ଦୁଲକର ଲାଇଫ ଇଣ୍ଟରଆକ୍ଟିଭ କକ୍ଷରେ ଏକ ସିରିଜ ଆୟୋଜନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି କକ୍ଷାଗୁଡିକ ଅନଏକାଡେମୀ ଶିଖିବା ଲୋକଙ୍କ ପାଇଁ ମାଗଣାରେ ମିଳିବ।

ଅନଲାଇନ ଲରନିଂ ପ୍ଲାଟଫର୍ମ ଅନଏକାଡେମୀ ଘୋଷଣା କରିଛି କି ଏହି ମାମଲାକୁ ନେଇ ତାଙ୍କର ଓ ତେନ୍ଦୁଲକରଙ୍କ ମଧ୍ୟରେ ଚୁକ୍ତି ହୋଇଅଛି। ଏହି ଚୁକ୍ତିର ଅଂଶ ରୂପରେ,ଅନଏକାଡେମୀ ଲନର୍ସକୁ ଲାଇଭ ଇଣ୍ଟରଆକ୍ଟିଭ କ୍ଲାସର ଏକ ସିରିଜ ମିଳିବ। ଏହା ଜରିଆରେ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଦ୍ଵାରା ଯୁବମାନଙ୍କୁ ପ୍ରଶିକ୍ଷିତ କରାଯିବ। ତାଙ୍କଠାରୁ ଉପଦେଶ ମଧ୍ୟ ନିଆଯାଇ ପାରିବ। ଏହି ସୁବିଧା ସମସ୍ତଙ୍କ ପାଇଁ ପ୍ଲାଟଫର୍ମରେ ମାଗଣା ଅଟେ। ସଚିନ ତେନ୍ଦୁଲକରଙ୍କୁ ଅନଏକାଡେମୀ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ରୂପରେ ବଛା ଯାଇଛି।
ସଚିନ ତେନ୍ଦୁଲକର ଏ ଏନ ଆଇ ସହ କଥାବାର୍ତ୍ତାରେ କହିଲେ,’ମୁଁ ଅନଲାଇନ ନୁଶୁଳ୍କ ଅଧିବେଶନ କରୁଅଛି।କେହିବି ଏଥିରେ ସାମିଲ ହୋଇପାରିବେ। ଏହି ସମ୍ପୂର୍ଣ୍ଣ ବିଚାର ମୋ ଅନୁଭବର ସମ୍ମିଳନୀ କରିବା ବିଷୟରେ ଅଟେ। ମୁଁ ବହୁତ ସାରା ପିଲାଙ୍କ ସହିତ ଶାରୀରିକ ରୂପରେ କଥାବାର୍ତ୍ତା ହୋଇଛି,କିନ୍ତୁ ଡିଜିଟାଲ କଥାବାର୍ତ୍ତା ପ୍ରଥମ ଥର ହେବ। ଏହି ବିଚାର ଏବେ କିଛି ୧୦୦ଜଣ ଯୁବକଙ୍କ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଏହା ଲକ୍ଷଙ୍କ ପାଖକୁ ଯିବ। ଏହା ଆମର ଲକ୍ଷ୍ୟ ଅଟେ ଓ ସମସ୍ତଙ୍କ ପାଖରେ ଏହା ପହଞ୍ଚିବା ଜରୁରୀ ଅଟେ ଓ ମତେ ପ୍ରଶ୍ନ ପଚାରିବାରେ ଯୋଗ୍ୟ ହେବା ଦରକାର।’

ଗତ ସପ୍ତାହରେ,ସଚିତ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଆଇପିଏଲର ୨୦୨୧ ଖେଳାଳୀଙ୍କ ନିଲାମୀରେ ମୁମ୍ବାଇ ଇଣ୍ଡିଆନସ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଫ୍ରାନଚାଇଜଙ୍କ ଦ୍ଵାରା ଚୟନ ହେବା ପରେ ଅର୍ଜୁନ ଉତ୍ସାହ ଜାହିର କରିଥିଲେ। ସେ କହିଲେ,’ସେ ସବୁବେଳେ ମୁମ୍ବାଇ ଇଣ୍ଡିଆନସର ‘ଡାଇ-ହାର୍ଡ’ ଫ୍ୟାନ ରହିଆସୁଛନ୍ତି।’
ମୁମ୍ବାଇ ଇଣ୍ଡିଆନସର ତରଫରୁ ଜାରି ଭିଡିଓରେ ଅର୍ଜୁନ ତେନ୍ଦୁଲକର କହିଥିଲେ,’ମୁଁ ଛୋଟବେଳୁ ହିଁ ମୁମ୍ବାଇ ଇଣ୍ଡିଆନସର ସର୍ବଦା ହିଁ ବଡ଼ ଫ୍ୟାନ ରହିଅଛି। ମୁଁ କୋଚ,ମାଲିକ ଓ ସହାୟକ କର୍ମୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ମୁଁ ଏମଆଇ ପଲଟନରେ ସାମିଲ ହେବା ପାଇଁ ଆଗ୍ରହୀ ଅଛି।’
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।