NSA ଡୋଭାଲ କହିଲେ- ଅନ୍ୟର ଇଚ୍ଛାରେ ନୁହେଁ, ବିପଦ ଦେଖି ଯୁଦ୍ଧ କରିବୁ, ସରକାରଙ୍କ ମନ୍ତବ୍ୟ-ବୟାନ ଚୀନ ବିପକ୍ଷରେ ନୁହଁ ।

ହରିଦ୍ଵାରରେ ଏକ କାର୍ଯ୍ୟକ୍ରମରେ ଡୋଭାଲ କହିଲେ କାହା ଇଚ୍ଛାରେ ନୁହେଁ ବରଂ ବିପଦ ଦେଖି ଯୁଦ୍ଧ କରାଯିବ। ଅଜିତ ଡୋଭାଲଙ୍କ ବୟାନରେ ସରକାରଙ୍କ ତରଫରୁ ବୟାନ ବି ଆସିଛି। ସରକାର କହିଛନ୍ତି କି ଡୋଭାଲଙ୍କର ବୟାନ ଚୀନ ପାଇଁ ନଥିଲା।

Google

ରବିବାରକୁ ଦେଶ ଧୂମଧାମରେ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବିଜୟାଦଶମୀ ପାଳିଛି। ଏହି ମୌକାରେ ଭାରତ ତରଫରୁ ଶତ୍ରୁମାନଙ୍କ ପାଇଁ ଇସାରା ଇସାରାରେ ଅନେକ କଡା କଥା କୁହାଯାଇଛି। ଏଲଏସି ରେ ଚିନ୍ତା ସମୟରେ ରାଷ୍ଟ୍ରୀୟ ମନ୍ତବ୍ୟକାରୀ ଅଜିତ ଡୋଭାଲ ଶତ୍ରୁଙ୍କୁ ଯୁଦ୍ଧର ମନ୍ତ୍ର କହିଛନ୍ତି।

ଉତ୍ତରାଖଣ୍ଡର ହରିଦ୍ଵାରରେ ଏକ କାର୍ଯ୍ୟକ୍ରରରେ ଡୋଭାଲ କହିଲେ କାହା ଇଚ୍ଛାରେ ନୁହଁ ବରଂ ବିପଦ ଦେଖି ଯୁଦ୍ଧ କରାଯିବ। ଅଜିତ ଡୋଭାଲଙ୍କ ବୟାନରେ ସରକାରଙ୍କ ତରଫରୁ ବୟାନ ବି ଆସିଛି। ସରକାର କହିଛନ୍ତି କି ଡୋଭାଲଙ୍କର ବୟାନ ଚୀନ ପାଇଁ ନଥିଲା।

ଶତ୍ରୁମାନଙ୍କ ସହିତ ଯୁଦ୍ଧକୁ ନେଇ କଣ କହିଲେ ଅଜିତ ଡୋଭାଲ?:-

ବିଜୟାଦଶମୀ ଅବସରରେ NSA ଅଜିତ ଡୋଭାଲ ଶନିବାରକୁ ଉତ୍ତରାଖଣ୍ଡର ଋଷିକେସ ଠାରେ ଉପସ୍ଥିତ ଥିଲେ। ପାରମାର୍ଥ ନିକେତନ କାର୍ଯ୍ୟକ୍ରମରେ ଡୋଭାଲ କହିଲେ” ଆମେ ଯୁଦ୍ଧ ସେହିଠାରେ ଲଢ଼ିବୁ ଯେଉଁଠି ଆପଣ ଚାହୁଁଛନ୍ତି, ଏହାତ ଜରୁରୀ ନୁହେଁ। ଆମେ ସେଠାରେ ଲଢ଼ିବୁ ଯେଉଁଠି ବିପଦ ଅଛି । ଆମେ ସେହି ବିପଦର ମୁକାବିଲା ସେଠାରେ ହିଁ କରିବୁ। ଏହା ଏକ କଥା କିନ୍ତୁ ଆମେ ଆମ ସ୍ୱାର୍ଥ ପାଇଁ କହିନାହୁଁ। ଆମେ ଯୁଦ୍ଧ ତ କରିବୁ ନିଜ ମାଟିରେ ବି ଓ ବାହାରେବି କିନ୍ତୁ ନିଜ ସ୍ୱାର୍ଥ ପାଇଁ ନୁହେଁ ପରମାର୍ଥ ପାଇଁ”।

Google
ଡୋଭାଲଙ୍କ ବୟାନରେ ସରକାରଙ୍କ ମନ୍ତବ୍ୟ – ଚୀନ ବିପକ୍ଷରେ ନଥିଲା ବୟାନ:-

NSA ଅଜିତ ଡୋଭାଲଙ୍କର ଏହି ବୟାନ ପରେ ସରକାରଙ୍କ ତରଫରୁ ମନ୍ତବ୍ୟ ଆସିଛି କି ଏହି ବୟାନ ଚୀନ ପାଇଁ ନଥିଲା ବରଂ ଏହି ବୟାନ ଭାରତର ଆଧ୍ୟାତ୍ମିକତା ପାଇଁ ଥିଲା। ତଥାପି ଏହି ଵୟାନ ପ୍ରମାଣ କରିଦେଇଛି କି ଭାରତ କୌଣସି ଧମକକୁ ଡରେନାହିଁ ଓ ଯୁଦ୍ଧ ପାଇଁ ସବୁବେଳେ ଭାରତ ପ୍ରସ୍ତୁତ।

ରାଜନାଥ ସିଂ ଓ ସଂଘ ପ୍ରମୁଖ ମଧ୍ୟ ଚୀନକୁ ଦେଲେ କଡା ଜବାବ:-

ଅଜିତ ଡୋଭାଲ ଶନିବାରକୁ ଯେଉଁ କଡା ଜବାବ ଦେଲେ ଏହା ପରଦିନ ଆଉ ଦୁଇ ପ୍ରମୁଖ ମଧ୍ୟ ସେହି କଥା ଉପରେ କଡା ଜବାବ ଦେଇଥିବା ଦେଖାଯାଇଛି। ଚୀନର ସୀମାରେ ପହଁଚି ରାଜନାଥ ସିଂ ମଧ୍ୟ ଡ୍ରାଗନ ପାଇ ଦେଶର ମନ୍ତବ୍ୟ କହିଛନ୍ତି।

Google

ଦଶହରା ଅବସରରେ ରକ୍ଷା ମନ୍ତ୍ରୀ ଦାର୍ଜିଲିଙ୍ଗର ସୁକନାରେ ୩୩ତମ କୋର ମୁଖ୍ୟାଳୟରେ ଯବାନ ମାନଙ୍କ ସହିତ ଶସ୍ତ୍ରପୂଜା କରିଛନ୍ତି। ଏହି ମୌକାରେ ସେନା ଓ ଯବାନ ମାନଙ୍କ ଉପରେ ବିଶ୍ୱାସ ରଖି ରକ୍ଷାମନ୍ତ୍ରୀ ଶତ୍ରୁମାନଙ୍କୁ କଡା ଜବାବ ଦେଇଛନ୍ତି। ରକ୍ଷାମନ୍ତ୍ରୀ କହିଛନ୍ତି” ଭାରତ ଓ ଚୀନ ସୀମାରେ ଯେଉଁ ଦ୍ଵନ୍ଦ ଚାଲିଛି ଭାରତ ତ ଚାହୁଁଛି ତାହା ସମାପ୍ତ ହେଉବୋଲି, ଶାନ୍ତି ବଜାୟୀ ରହୁ ଏହା ହିଁ ଆମ ଉଦେଶ୍ୟ କିନ୍ତୁ ବେଳେବେଳେ ବହୁତ ଖରାପ ହେଇଯାଉଛି।ଓ ମୋର ପୁରା ବିଶ୍ୱାସ ଅଛି କି ଆମ ଦେଶର ଯବାନ ଦେଶର ଏକ ଇଁଚି ମଧ୍ୟ ଶତ୍ରୁମାନଙ୍କୁ ଦେବେନାହିଁ।

ମୋହନ ଭାଗବତ ବି ବିସ୍ତାରବାଦ ପାଇଁ ଚୀନକୁ ଘେରିଛନ୍ତି:-

ଦେଶର ବାଗଡୋର ସମ୍ଭାଳୁଥିବା ବିଜେପିର ବିଚାରକ ସଂସ୍ଥା ଆରଏସଏସର ପ୍ରମୁଖ ମୋହନ ଭାଗବତ ମଧ୍ୟ ବିସ୍ତାରବାଦ ପାଇଁ ଚୀନକୁ ଘେରିଛନ୍ତି। ଦଶହରା ପରେ ଭାଗବତ କହିଛନ୍ତି” ନିଜ ସାମରିକ ବଳ ଦ୍ଵାରା ଆମ ସୀମା ଉପରେ ଯେଉଁ ଅତିକ୍ରମ କରିଛନ୍ତି ଓ ଯେଉଁ ପ୍ରକାର ବ୍ୟବହାର କରିଛନ୍ତି,ଏହିଭଳି ବ୍ୟବହାର କେବଳ ଆମ ସହିତ ନୁହେଁ ପୁରା ଦୁନିଆ ସହିତ କରିଛନ୍ତି। ଏହି କଥା ତ ଦୁନିଆକୁ ଜଣାଅଛି। ତାର ସ୍ୱଭାବ ବିସ୍ତାରବାଦ ଅଟେ କିନ୍ତୁ ପ୍ରତିଥର ଭାରତ ଯାହା କହିଛି ତାକୁ ତାହା ଧମକ ଲାଗିଛି”।

Google
ଇସାରା ଯଥେଷ୍ଟ କି ଲକ୍ଷ୍ୟରେ କିଏ ଅଛି?:-

ଚୀନ ସହିତ ପୂର୍ବରୁ ୬ ମାସ ହେବ ଦ୍ବନ୍ଦ ଚାଲିଛି।ସମାଧାନ ପାଇଁ ୭ ଥର ବୈଠକ ହୋଇସାରିଛି ଓ ୮ ତମ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି। ଅଜିତ ଡୋଭାଲଙ୍କ ବୟାନରେ କାହା ନାମ ନିଆଯାଇନାହିଁ କିନ୍ତୁ ଇସାରା ଯଥେଷ୍ଟ କି ଲକ୍ଷ୍ୟରେ କିଏ ଅଛି?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *