କୁହାଯାଏ କି ଡାକ୍ତର ଭଗବାନଙ୍କ ସହ ସମାନ ଅଟନ୍ତି, କିନ୍ତୁ କେତେଥର ପୃଥିବୀର ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଦ୍ଵାରା ମଧ୍ୟ ଭୁଲ ହୋଇଯାଏ। ଏମିତି ହିଁ ଏକ ଭୁଲର ଦଣ୍ଡ ଏକ ମା ଗତ ୮ ବର୍ଷରୁ ଭୋଗୁଛନ୍ତି କିନ୍ତୁ ଏବେ ଏବେ ନ୍ୟାୟାଳୟ ତାଙ୍କୁ ୭୪କୋଟିର ଭରପାଇ ଦେଇଛନ୍ତି। ପ୍ରକୃତରେ, ଆମେରିକାର ସିଏଟେଲରେ ୟେସେନିଆ ପାଚେକୋ ନାମକ ଏକ ମହିଳାଙ୍କୁ ଏକ ନର୍ସ ଗର୍ଭନିରୋଧକ ଇଂଜେକସନ ବଦଳରେ ଫ୍ଲୁର ଇଂଜେକସନ ଲଗେଇଦେଇଥିଲେ। ଭୁଲ ଇନଞ୍ଜେକ୍ସନ ଲଗେଇବା ପରେ ସେ ଏକ ଦିବ୍ୟାଙ୍ଗ ପିଲାକୁ ଜନ୍ମ ଦେଲେ। କେତେ ବର୍ଷରୁ ଏହି କେସ ବିଚାରଧୀନ ଥିଲା । ଏବେଯାଇ ଏହି ଦମ୍ପତିଙ୍କୁ ନ୍ୟାୟ ମିଳିଲା ଓ ବିଚାରପତି ପିଲା ପାଇଁ ୫୫କୋଟି ଟଙ୍କା ଦେବାକୁ ଆଦେଶ ଦେଲେ,ଯେବେକି ୧୮କୋଟି ଟଙ୍କା ଦମ୍ପତିଙ୍କ ଭରପାଇ ପାଇଁ ଦେବାକୁ କୁହାଯାଇଛି।

ଆମେରିକାର ସିଏଟେଲରେ ରହୁଥିବା ମହିଳା ୟେସେନିଆ ପାଚେକୋ ନିଜ ସ୍ୱାମୀ ଓ ୨ପିଲାଙ୍କ ସହ ହସଖୁସିରେ ନିଜ ଜୀବନ କାଟୁଥିଲେ। ଦମ୍ପତିଙ୍କୁ ଆଗକୁ ଆଉ ପିଲା ଦରକାର ନଥିଲା, ଏଥିପାଇଁ ପାଚୋକୋ ପ୍ରତି ୩ ମାସରେ ଗର୍ଭନିରୋଧକ ଇନଞ୍ଜେକ୍ସନ ଲଗାଉଥିଲେ।
ୟେସେନିଆ ପାଚେକୋଙ୍କୁ ଏହି ବିଷୟରେ କୌଣସି ଧାରଣା ନଥିଲା। କିଛି ସମୟ ପରେ ତାଙ୍କୁ ଜଣାପଡିଲାକି ସେ ଗର୍ଭବତୀ ଅଛନ୍ତି,ଏହି ବିଷୟରେ ଜାଣିକରି ପତି-ପତ୍ନୀ ଦୁହେଁ ଚକିତ ହୋଇଯାଇଥିଲେ।
ନର୍ସଙ୍କର ଭୁଲ ଇନଞ୍ଜେକ୍ସନର ପ୍ରଭାବ ଏହା ହେଲାକି ୟେସେନିଆ ପାଚେକୋ ଏକ ଦିବ୍ୟାଙ୍ଗ ଝିଅକୁ ଜନ୍ମଦେଲେ।ତାଙ୍କ ଝିଅଙ୍କୁ ନିଉରୋଲୋଜିକଲ ଡିସଅଡର ସହ କହିବା,ଦେଖିବା ଓ ବୁଝିବାରେ ମଧ୍ୟ ବହୁତ ଅସୁବିଧା ଅଛି।
ନିଜସହ ହୋଇଥିବା ଏହି ଭୁଲର ବିରୁଦ୍ଧରେ ୟେସେନିଆ ପାଚେକୋ କୋର୍ଟକୁ ଗଲେ । ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ଚାଲୁଥିବା ଏହି ନ୍ୟାୟର ଲଢେଇରେ ଏବେ ୟେସେନିଆ ଏବଂ ତାଙ୍କ ସ୍ୱାମୀଙ୍କର ଜିତ ହୋଇଛି।
ଆମେରିକାର ବିଚାରପତି ୟେସେନିଆଙ୍କ ପକ୍ଷରେ ନିଷ୍ପତି ଶୁଣେଇ ତାଙ୍କୁ ୭୪ କୋଟି ଟଙ୍କାରୁ ଅଧିକ ଭରପାଇ ଦେବାର ଆଦେଶ ଦେଇଛନ୍ତି। କାହିଁକିନା ୟେସେନିଆଙ୍କୁ ସରକାର ମେଡିକାଲ ଇନଞ୍ଜେକ୍ସନ ଲଗାଇଥିଲା ଏଥିପାଇଁ କୋର୍ଟ ୭୪ କୋଟିର ଜୋରିମାନା ଆମେରିକା ସଂଘକୁ ଦେବା ପାଇଁ ଆଦେଶ ଦେଇଛନ୍ତି।

ଏହା ମଧ୍ୟରୁ ୫୫ କୋଟି ଦିବ୍ୟାଙ୍ଗ ଝିଅକୁ ଚିକିତ୍ସା, ପାଠପଢ଼ା ଏବଂ ଅନ୍ୟ ଖର୍ଚ୍ଚ ପାଇଁ ଏବଂ ୧୮କୋଟି ଟଙ୍କା ଦମ୍ପତିଙ୍କୁ ଭରପାଇ ଦେବା ପାଇଁ କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।