ଡେବୋନ କୋନୱେ ଖେଳିଥିବା ୫୯ ବଲରେ ୯୯ ରନର ପାରି ଓ ଇସ ସୋଢିଙ୍କ ଭଲ ବୋଲିଙ୍ଗ(୪ ଓଭରରେ ୨୮ ରନ ଦେଇ ୪ ୱିକେଟ) ଦ୍ଵାରା ନ୍ୟୁଜଲ୍ୟାଣ୍ଡ ସୋମବାରକୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ୫୩ ରନରେ ବିଜୟ ହାସଲ କରିଛି। ଏହି ବିଜୟ ସହ ନ୍ୟୁଜଲ୍ୟାଣ୍ଡ ୫ ମ୍ୟାଚର ସିରିଜରେ ୧-୦ ରେ ଆଗୁଆ ହୋଇଯାଇଛି।

ଖାସ କଥା ଏହାକି ଡେବୋନ କୋନୱେ ଓ ଇସ ସୋଢି ୧୮ ଫେବୁଆରୀରେ ହୋଇଥିବା ଆଇପିଏଲରେ ଅନସୋଲଡ଼ ଯାଇଥିଲେ। ସେହିପରି ଆଇପିଏଲରେ ୧୪.୨୫ କୋଟିରେ ବିକ୍ରି ହୋଇଥିବା ମାକ୍ସୋଏଲ ଏହି ମ୍ୟାଚରେ ଫେଲ ରହିଛନ୍ତି। ସେ ଏକ ରନରେ ଆଉଟ ହୋଇଗଲେ ଓ ଗୋଟେ ଓଭର ବୋଲିଙ୍ଗ କରି ୯ ରନ ଦେଇଛନ୍ତି। ଆଇପିଏଲ ଅକ୍ସନରେ ତାଙ୍କୁ ଆରସିବି ୧୪.୨୫ କୋଟିରେ ଅଲରାଉଣ୍ଡର ରୂପରେ କ୍ରୟ କରିଛି।
ମାକ୍ସୋଏଲଙ୍କ ଏହି ପଖେଳ ଦେଖି ଆରସିବିର ପ୍ରବନ୍ଧନଙ୍କ ମୁଣ୍ଡ ଘୁରାଇ ଦେଇଥିବ। ଆଇପିଏଲରେ ୧୪ କୋଟିରେ ବିକ୍ରି ହୋଇଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଝାଏ ରିଚର୍ଡସନ ୪ ଓଭର ବୋଲିଙ୍ଗ କରି ୩୧ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କୁ ଆଇପିଏଲ ଆକ୍ସନରେ ପଞ୍ଜାବ ଟିମ କିଣିଛି।
କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ। ନ୍ୟୁଜଲ୍ୟାଣ୍ଡ ୫ ଟି ୱିକେଟ ହରାଇ ୧୮୪ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୧୭.୩ ଓଭରରେ ୧୩୧ ରନରେ ଅଲଆଉଟ ହୋଇଗଲେ। ନ୍ୟୁଜଲ୍ୟାଣ୍ଡର ମଧ୍ୟ ଆରମ୍ଭ ଭଲ ରହିନଥିଲା ସେ ୪ ଓଭରରେ ୧୯ ରନରେ ୩ ଟି ୱିକେଟ ହରାଇଦେଇଥିଲା। କୋନୱେ ଯେବେ ଖେଳିବାକୁ ଆସିଲେ ନ୍ୟୁଜଲ୍ୟାଣ୍ଡର ସ୍କୋର ୧୧ ରନରେ ୨ ୱିକେଟ ଗଳିଥିଲା। ଏହା ପରେ କୋନୱେ ପାରି ସାମ୍ଭାଳିଥିଲେ ଓ ଗ୍ଲେନ ଫିଲିପ୍ସ ଓ ଜେମ୍ସ ନିସମଙ୍କ ସହିତ ମିଶି ୭୪ ଓ ୪୭ ରନର ପାର୍ଟନରସିପ କରିଥିଲେ।

କୋନୱେ ୧୯ ତମ ଓଭର ରେ ୮୭ ରନରେ ଖେଳୁଥିଲେ।୨୦ ତମ ଓଭରରେ ସେ ପ୍ରଥମେ ଗୋଟେ ରନ ନେଲେ ଓ ପରେ ଷ୍ଟାଇକ ମିଳିବା ପରେ ଚତ୍ରୁର୍ଥ ବଲରେ ଛକା ମାରିଲେ।ଏହା ପର ବଲରେ ସେ ଚୌକା ମାରିଲେ। ଶେଷ ବଲରେ ଶତକ ମାରିବାର ମୌକା ଥିଲା କିନ୍ତୁ ସେ କେବଳ ଏକ ରନ ହିଁ କରିପାରିଲେ। ଶେଷ ନିଜ ପାରିରେ ୧୦ ଟି ଚୌକା ଓ ୩ ଟି ଛକା ମାରିବାର ନଜର ଆସିଥିଲେ। ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିବା କୋନୱେଙ୍କର ଏହା ଟି-୨୦ ରେ ସବୁଠୁ ଅଧିକ ରନ ଥିଲା।
ଅଷ୍ଟ୍ରେଲିଆ ଆରମ୍ଭରୁ ଖରାପ ପରିସ୍ଥିତିକୁ ପଳାଇଥିଲା। ତାଙ୍କ ଅଧିନାୟକ ଏରୋନ ଫିଞ୍ଚଙ୍କ ୱିକେଟ ପ୍ରଥମ ଓଭରରେ ଗଳିପଡିଥିଲା ଓ ପ୍ରଥମ ମ୍ୟାଚ ଖେଳୁଥିବା ଜୋସ ଫିଲିପଙ୍କର ୱିକେଟ ଦ୍ୱିତୀୟ ଓଭରରେ ଗଳିପଡିଥିଲା।ସ୍କୋର ୨ ୱିକେଟରେ ୮ ରନରେ ଥିଲା। ଦୁହିଁଙ୍କ କ୍ୟାଚ କୋନୱେ ଧରିଥିଲେ।

ନ୍ୟୁଜଲ୍ୟାଣ୍ଡର ଦ୍ରୁତ ବୋଲର ଟିମ ସାଉଦି(୧୦ ରନ ଦେଇ ଦୁଇଟି), ଟ୍ରେଟ ବୋଲଟ (୨୨ ରନ ଦେଇ ଦୁଇଟି), ବଲକୁ ସୁଇଙ୍ଗ କରାଇଲେ। ମ୍ୟାଥୟୁ ୱେଡ଼(୧୨) ଙ୍କୁ ଭି ଆଉଟ କରିଲେ। ନିସମ ଗ୍ଲେନ ମ୍ୟାକ୍ସୋଏଲ(୧) ଙ୍କୁ ଆସୁଆସୁ ଆଉଟ କରି ସ୍କୋର ୪ ୱିକେଟରେ ୧୯ ରନ କରିଦେଇଥିଲେ। ମିଚେଲ ମାର୍ସ(୪୫) ଏକ ଭଲ ପାରି ଖେଳି ଟିମକୁ ପୁନଃ ଭଲ ସ୍ଥିତିକୁ ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲେଗ ସ୍ପିନର ସୋଢି ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ତଳ କ୍ରମକୁ ନଷ୍ଟ କରିଦେଲେ। ସେ ମାର୍ସ, ଷ୍ଟୋଇନିସ(୮), ଏଷ୍ଟନ ଏଗର(୨୩), ଓ ସେମ୍ସଙ୍କ ୱିକେଟ ଅକ୍ତିଆର କରିଥିଲେ।
ଇସ ସୋଢ଼ି ୨୦୨୦ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଭାଗ ଥିଲେ। ଏଥର ଟିମ ତାଙ୍କୁ ରିଲିଜ କରିଦେଇଛି ଓ ଅନ୍ୟ କୌଣସି ଟିମ ମଧ୍ୟ ତାଙ୍କୁ କିଣିନାହିଁ। ତାଙ୍କ ବେସ ପ୍ରାଇଜ ୫୦ ଲକ୍ଷ ଥିଲା। କୋନୱେ ପ୍ରଥମ ଥର ଆଇପିଏଲ ନିଲାମୀରେ ଆସିଥିଲେ ତାଙ୍କ ବେସ ପ୍ରାଇଜମଧ୍ୟ ୫୦ ଲକ୍ଷ ଥିଲା। ତାଙ୍କୁ ମଧ୍ୟ କୌଣସି ଟିମ କିଣିନଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।