ଗୌରବର କଥା:- ଓଡ଼ିଆ ଝିଅ ଖେଳିବେ ଆଇପିଏଲ। ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଭେଲୋସିଟି ଦଳରେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଓଡ଼ିଆ ଅଲରାଉଣ୍ଡର ।

ଆଇପିଏଲକୁ ନେଇ ଓଡିଶା ପାଇଁ ଖୁସି ଖବର ଆସିଛି। ସୁଶ୍ରୀ ଦିବ୍ୟ ଦର୍ଶିନୀ ଆଇପିଏଲରେ ଖେଳିବାକୁ ଯାଉଛନ୍ତି। ଯାହା ଆମ ପାଇଁ ଗୌରବର କଥା। ସେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଭେଲୋସିଟି ଦଳରେ ଖେଳିବେ।

Google

ମହିଳା ଆଇପିଏଲ ପକ୍ଷରୁ ଓଡିଆ ଝିଅ ସୁଶ୍ରୀ ଖେଳିବାକୁ ଯାଉଛନ୍ତି, ଏହା ଏକ ଶୁଭ ଖବର ଅଟେ। ସେ ଆଇପିଏଲରେ ଖେଳିବାର ସଫଳତା ହାସଲ କରିଛନ୍ତି। ଏହି ବର୍ଷ ଆଇପିଏଲ ୟୁଏଇରେ ହେବ ସେଥିପାଇଁ ସେ ୟୁଏଇ ଯିବେ। ନ୍ୟୁଜ ଆସିଛି ଯେ ସେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଭେଲୋସିଟି ଦଳରେ ଖେଳିବେ।

ଏହି ଝିଅ ଆଇପିଏଲରେ ସିଲେକ୍ଟ ହେବା ପରଠାରୁ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି।ପୂର୍ବ ବର୍ଷ ମଧ୍ୟ ସେ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ, ଏଥିରେ ତାଙ୍କର ଚମତ୍କାର ଖେଳ ଦେଖିବାକୁ ମିଳିଥିଲା।

Google

ମୁମ୍ବାଇରେ ପ୍ରଥମ ଥର ମହିଳା ଆଇପିଏଲ ଖେଳାଯାଇଥିଲା। ଏହା ୨୦୧୮ ମସିହାରେ ହୋଇଥିଲା। ଏହା ପୂର୍ବରୁ ସୁଶ୍ରୀ ୧୯ ବର୍ଷରୁ କମ ଦଳରେ ଖେଳିଛନ୍ତି। ଆଶା ଅଛି ଯେ ସେ ଆଇପିଏଲରେ ନିଜର କରିସ୍ମା ଦେଖାଇବେ।

ୟୁଏଇରେ ଏବେ ପୁରୁଷ ଆଇପିଏଲ ଚାଲିଅଛି। ନଭେମ୍ବର ୪ ରୁ ମହିଳା ଆଇପିଏଲ ଆରମ୍ଭ ହେବ। ଏହି ମହିଳା ଆଇପିଏଲରେ ୩ଟି ଦଳ ଅଛନ୍ତି। ସେମାନଙ୍କ ନାମ ହେଉଛି:- ଟେଲବ୍ରେକସ, ଭେଲୋସିଟି ଦଳ ଏବଂ ସୁପରନୋଭାସ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *