ବିଦେଶରୁ କରୋନା ଆକ୍ରାନ୍ତ ଓଡିଆ ଯୁବକ ସତ୍ୟ ସୁତାରଙ୍କ ଭାବବିହ୍ବଳ ମେସେଜ୍, ‘ଯଦି ମୁଁ ବିଦେଶରେ ମରିଯାଏ, ଯେତେ ଡେରି ହେଉ ପଛେ ଜନ୍ମମାଟିକୁ ଆଣିବ’

ପ୍ରାୟ ଗତ ଦୁଇ ବର୍ଷ ହେବ କେତେକ ଲୋକ କରୋନା ମହାମାରୀରେ କଲବଲ ହେଉଛନ୍ତି। ଏହା ମଧ୍ୟରେ ବିଦେଶରେ ରହୁଥିବା ଜଣେ ଓଡ଼ିଆ ଯୁବକ ହୃଦୟ ବିଦାରକ କଥା କହିଛନ୍ତି। କହିରଖିବୁ ସିଂହାପୁରରେ ଫୁଡ୍‌ ଏମ୍ପାୟାର ହୋଲ୍ଡିଂ ଲିମିଟେଡ୍‌ କମ୍ପାନୀର ନିର୍ଦେଶକ ଥିବା ସତ୍ୟ ସୁତାର ଯାହାଙ୍କୁ ଆପଣ ପ୍ରାୟ ନିଶ୍ଚୟ ଜାଣିଥିବେ। କାରଣ ଓଡ଼ିଆ ଭାଷା ସଂକୃତିକୁ ନେଇ ସେ ସର୍ଵଦା ଭିଡ଼ିଓ ମାଧ୍ୟମରେ ଦର୍ଶାଇଥାନ୍ତି।କିନ୍ତୁ ଦୁଃଖଦ କଥା ସେ କରୋନାରେ ସଂକ୍ରମଣ ହେବା ପରେ ଚିକିତ୍ସିତ ହେଉଛନ୍ତି।

Google

ଏବେ ସେ ମେଡିକାଲରେ ମୃତ୍ୟୁ ସହ ଲଢେ଼ଇ କରୁଥିବା ସମୟରେ ଓଡିଶା ସରକାରଙ୍କୁ ଏକ ହୃଦୟ ବିଦାରକ କଥା କହିଛନ୍ତି। ସେ କହିଛନ୍ତି,”ସବୁ କାମ ଜୀବନରେ ହେଇପାରିନଥାଏ। ଏହା ସହ ଯଦି ମୁଁ ଏହି କରୋନାରେ ଚିକିତ୍ସା ସମୟରେ ଏହି ବିଦେଶରେ ମରିଯାଏ ତେବେ ଆପଣଙ୍କୁ ଅନୁରୋଧ ତେବେ ସମୟ ଲାଗୁନା କାହିଁକି କିନ୍ତୁ ଆପଣ ମୋ ମୃତ ଶରୀରକୁ ନିଶ୍ଚିନ୍ତ ମୋ ଜନ୍ମମାଟିକୁ ଆଣି ସଂସ୍କାର କରିବେ ସେତେଦିନ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିବି”।

ଏହା ସହ ସେ ନିଜ ମାଙ୍କ ପାଇଁ ମଧ୍ୟ ଲେଖିଛନ୍ତି,”ବୋଉ ତୁ ଜାଣୁ ମୋର ଇଚ୍ଛା ବିଷୟରେ ଓ ମୁଁ ବିଦେଶରେ ଯେଉଁ ଟଙ୍କା କମାଇଛି ତାହାର ବ୍ୟାଙ୍କରେ ତୁ ମଧ୍ୟ ନୋନିନ ଅଛୁ। ଯଦି ମୁଁ ମରିଯାଏ ତେବେ ମୋ ଶରୀର ଜନ୍ମ ମାଟିକୁ ଆଣିବା ପାଇଁ ତୁ ସରକାରଙ୍କୁ ସେହି ପଇସାରୁ ଅଧେ ଦେବୁ ଓ ବାକି ପଇସାରେ ମୋର ଇଚ୍ଛାକି ପ୍ରତ୍ୟେକ ବର୍ଷ ମାଟ୍ରିକ ଟପରଙ୍କୁ ଦେବା ପାଇଁ ତୁ ସଂଘ ମାନଙ୍କୁ ଦେବୁ।ଏହା ସହ ସୁଧ ଟଙ୍କାରେ ୧୯ ଜଣ ସର୍ବାଧିକ ମାର୍କ ରଖିଥିବା ମାଟ୍ରିକ ପିଲାଙ୍କୁ ପୁରସ୍କାର ଦେବୁ। ମୋ ଜନ୍ମ ମାଟି ପାଇଁ କିଛି ଏବେ ପର୍ଯ୍ୟନ୍ତ କରିନି ତେଣୁ ପ୍ରତ୍ୟେକ ବର୍ଷ ଉଚ୍ଚ ଶିକ୍ଷାପାଇଁ ଅର୍ଥ ଆବଶ୍ୟକ କରୁଥିବା ପିଲାଙ୍କୁ ମଧ୍ୟ ସାହାଯ୍ୟ କରିବୁ”।

Google

ସତ୍ୟ ଓଡିଶାବାସୀଙ୍କ ପାଇଁ କହିଛନ୍ତି,”ସମସ୍ତଙ୍କ ଜୀବନରେ ମୃତ୍ୟୁ ଆସିବା ନିଶ୍ଚିନ୍ତ ତେଣୁ ମୋର ପାଳି କେବେ ପଡିଯିବ କିଏ ଜାଣେ। କିନ୍ତୁ ମୋର ଇଚ୍ଛାଥିଲାକି ନିଜ ଜନ୍ମ ମାଟିପାଇଁ କିଛି କରିବି ଯେପରି ମୋ ଓଡିଶା ଅଧିକ ବିକାଶ କରିପାରିବ। ମୁଁ ଆଗକୁ ଜନ୍ମ ମାଟିକୁ ଯାଇ ବହୁତ କିଛି କରିବା ପାଇଁ ଆଶା ରଖିଥିଲି ଯଦି ମରିଯାଏ ତାହା ହୋଇପାରିବ ନାହିଁ ବୋଲି ଦୁଃଖ ଲାଗୁଛି”।

ସେ ଆଗକୁ କହିଛନ୍ତି,”ମୁଁ ଏବେ କରୋନାରେ ସଂକ୍ରମଣ ହୋଇ ଗୁରୁତରଆହତ ଅବସ୍ଥାରେ ଚିକିତ୍ସା ହେଉଛି। ଏବେ ଠିକ ଅଛି କିନ୍ତୁ ଆଗକୁ କଣ ହେବ କିଏ ଜାଣେ। ୧୦ ବର୍ଷ ହୋଇଗଲାଣି ଜନ୍ମ ମାଟି ଛାଡିବାର ଭାବିଥିଲି ୧୦-୧୫ ବର୍ଷ ବିଦେଶରେ କିଛି ଅର୍ଥ କମାଇ ଜନ୍ମ ମାଟି ପାଇଁ କିଛି କରିବି”ଶେଷରେ ସେ ବନ୍ଦେ ଉତ୍କଳ ଜନନୀ କହି ବୟାନ ଶେଷ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *