ବ୍ୟୁରୋ ରିପୋର୍ଟ: ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଉ ଆମ ମଧ୍ୟରେ ନାହଁନ୍ତି ମହାନ ସଙ୍ଗୀତଜ୍ଞ ପ୍ରଫୁଲ କର। ଆପଣଙ୍କୁ କହିରଖିବୁ ସେ ପାଖାପାଖି ୬୦ ବର୍ଷ ଧରି ଓଡ଼ିଆ ସିନେମାକୁ ଦେଇଆସିଛନ୍ତି ହଜାର ହଜାର ଲୋକପ୍ରିୟ ଗୀତ। ୭୦ ରୁ ଅଧିକ ଫିଲ୍ମରେ ସଙ୍ଗୀତ ଦେଇଥିବା ଏହି ମହାନ ବ୍ୟକ୍ତିତ୍ୱ ଏବେ ସବୁଦିନ ପାଇଁ ଚିରନିଦ୍ରାରେ ସୋଇଯାଇଛନ୍ତି। ଆମ ଆମକୁ ଶୁଣିବାକୁ ମିଳିବନି”କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ପଧନୁ”।
ଆପଣ ତାଙ୍କର ଅତିପ୍ରିୟ ଗୀତ ରେଡ଼ିଓରୁ ନିଶ୍ଚିନ୍ତ ଶୁଣିଥିବେ ଯାହା ଥିଲା”କମଳ ଦେଶର ରାଜକୁମାର ମୁଁ, ହାତରେ ପୁଷ୍ପଧନୁ,ଲକ୍ଷେ ରାଜାଙ୍କ ମଉଡ଼ ମଣିମୁଁ ,ମୋ ନାଁ ଚନ୍ଦ୍ରଭାନୁ..ମୋ ନାଁ ଚନ୍ଦ୍ରଭାନୁ”।ଏହି ସୁନ୍ଦର ଗୀତ ଦ୍ଵାରା ସେ ଲକ୍ଷ ଲକ୍ଷ ଲୋକଙ୍କ ମନ କିଣିନେଇଥିଲେ।ସେହି ପଦ୍ମଶ୍ରୀ ପ୍ରଫୁଲ କର ଆଜି ଆମକୁ ଶୋକର ଛାୟାରେ ଭସାଇ ଚାଲିଯାଇଛନ୍ତି। ଆପଣଙ୍କୁ କହିରଖିବୁ ତାଙ୍କର ସୁନ୍ଦର ବେଶ ପୋଷାକ ସୁନ୍ଦର ମଧୁର ଗୀତ ଓଡ଼ିଆ ସଙ୍ଗୀତର ଠାଣି ତାଙ୍କୁ ଲୋକପ୍ରିୟ କରାଇଥିଲା। କେବଳ ଶାସ୍ତ୍ରୀୟ ସଙ୍ଗୀତ ନୁହେଁ ସେ ଭଜନ, ମେଲୋଡି ,ଫିଲ୍ମ ଆଦିରେ ସୁନ୍ଦର ଗୀତ ଦେଇ ବେଶ ଲୋକପ୍ରିୟତା ହାସଲ କରିଥିଲେ।
Legendary Odia musician Prafulla Kar passed away at the age of 83 last night at his residence in Bhubaneswar. pic.twitter.com/3cDHCWnzfy
— ANI (@ANI) April 18, 2022
ସେ ସଙ୍ଗୀତରେ ନିର୍ଦେଶନା ସହ ନିଜେ ଗୀତ ଲେଖୁଥିଲେ ଓ ଗାଉଥିଲେ ମଧ୍ୟ। ତାଙ୍କର ଥିଲା ସୁନ୍ଦର ମନୋଭାବ ସେ ନୂତନ ଗାୟକ ମାନଙ୍କ କଳାକୁ ଚିହ୍ନି ତାଙ୍କୁ ଗାଇବାର ସୁଯୋଗ ଦେଉଥିଲେ। ତାଙ୍କ ଆଦର୍ଶରେ ଅନେକ ବଡ଼ ବଡ଼ ଗୀତିକାର ବାହାରିଛନ୍ତି ଓ ସେମାନେ ଖୋଲା ଖୋଲି ଭାବେ ଏହା କହିଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ଜୟଦେବ ସ୍ୱା ସମ୍ମାନନେ ସମ୍ମାନିତ କରାଯାଇଛି। ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କର ଜାଗା ଆଉ ପୁରୁଣ ହୋଇପାରିବ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।