ତେବେ ଆଇପିଏଲ ୨୦୨୧ ଜିତିବା ପରେ ସିଏସକେ ଆଇପିଏଲ ୨୦୨୨ ଜିତିବା ପାଇଁ ନିଜର ପ୍ରୟାସ ଆରମ୍ଭ କରି ସାରିଛି। ଏହା ସହିତ ଆଇପିଏଲରେ ଏହି ବର୍ଷ ଦୁଇଟି ନୂତନ ଦଳ ସାମିଲ ହେବାକୁ ଯାଉ ଅଛନ୍ତି। ତେବେ ଯାହା ଫଳରେ ଏହି ବର୍ଷ ମେଗା ଅକ୍ସନ ହେବାକୁ ଯାଉଛି। ଯାହା ଫଳରେ ଏହି ବର୍ଷ ସମସ୍ତ ଖେଳାଳି ମାନଙ୍କ ନିଲାମ ପ୍ରକ୍ରିୟା ହେବାକୁ ଯାଉଛି। ଏହା ସହିତ ପ୍ରାୟ ସମସ୍ତ ଦଳ ନିଜର ଦଳରେ କିଛି ନୂତନ ଖେଳାଳି ମାନଙ୍କୁ ସାମିଲ କରିବା ପାଇଁ ମଧ୍ୟ ନଜର ରଖିଛନ୍ତି।

ତେବେ ସିଏସକେ ନିଜର ଦଳରେ କିଛି ନୂତନ ଖେଳାଳି ମାନଙ୍କୁ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି।ଯେପରିକି ସିଏସକେ ଓଡ଼ିଶାର ବିଜୟ ହଜାର ଟ୍ରଫି ଓ ସୈଦ ମୁସ୍ତାକ ଅଲି ଟ୍ରଫିରେ ଅଧିନାୟକ ଥିବା ଶୁଭ୍ରାଂଶୁ ସେନାପତିଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ଶୁଣିବାକୁ ମିଳିଛି। ଏହା ସହିତ ସେ ବର୍ତ୍ତମାନ ସମସ୍ତ ଘରୋଇ ମ୍ୟାଚ ମାନଙ୍କରେ ବହୁତ ଭଲ ପ୍ରଦର୍ଶନ ମଧ୍ୟ କରି ଆସୁ ଅଛନ୍ତି।
ଯାହା ଫଳରେ ତାଙ୍କ ଉପରେ ସିଏସକେ ନିଜର ନଜର ରଖିବା ସହିତ ତାଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରୟାସ କରି ପାରେ। ତେବେ ସେ ସମସ୍ତ ଘରୋଇ ମ୍ୟାଚ ମାନଙ୍କରେ ବହୁତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତେବେ ସେ ଚାଲିଥିବା ବିଜୟ ହଜାର ଟ୍ରଫିରେ ଓଡ଼ିଶା ତରଫରୁ ପାଞ୍ଚଟି ମ୍ୟାଚ ଖେଳି ୧ ଶତକ ଓ ୨ ଟି ଅର୍ଦ୍ଧ ଶତକ ସହିତ ମୋଟ ୨୭୫ ରନ କରି ସାରିଛନ୍ତି। ଯାହା ଫଳରେ ତାଙ୍କ ଉପରେ ଅନେକ ଦଳ ନିଜର ନଜର ରଖିଥାଇପାରନ୍ତି।
Subhranshu Senapati Called for Selection Trials by the champions CSK in the IPL. Bringing you his batting highlights from the recently concluded Vijay Hazare Trophy & Syed Mushtaq Ali Trophy. @BCCI @ChennaiIPL @cricket_odisha @WasimJaffer14 pic.twitter.com/gBKlFDaDX4
— Odisha Cricket Association (@cricket_odisha) December 18, 2021
ସୈଦ ମୁସ୍ତାକ ଅଲି ଟ୍ରଫିରେ ପାଞ୍ଚଟି ଛକା ଓ ୭ ଟି ଚୌକା ସହାୟତାରେ ୧୩୮ ରନ କରି ସାରିଛନ୍ତି। ତେବେ ତାଙ୍କ ଟି-୨୦ କ୍ୟାରିଅରକୁ ଦେଖିଲେ ସେ ୨୬ ମ୍ୟାଚରେ ୬୩୭ ରନ କରିଛନ୍ତି। ତେବେ ତାଙ୍କର ଭଲ ପ୍ରଦର୍ଶନ ଦେଖି ତାଙ୍କୁ ଚେନ୍ନାଇ ନିଜର ଦଳରେ ସାମିଲ କରିବା ପାଇଁ ପ୍ରୟାସ କରୁଛି ବୋଲି ନିଜେ ଓଡ଼ିଶା କ୍ରିକେଟ ବୋର୍ଡ଼ ସୂଚନା ଦେଇଛି। ଏହା ସହିତ ହୁଏତ ସେ ଆଗାମୀ ଆଇପିଏଲରେ ଖେଳି ପାରନ୍ତି।
ତେବେ ସମସ୍ତ ଦଳ ନିଜର ଦଳରେ ପ୍ରାୟ କିଛି ଭଲ ଖେଳାଳି ସାମିଲ କରିବା ପାଇଁ ନିଜର ପ୍ରୟାସ କରୁଛନ୍ତି। ଯାହା ଫଳରେ ସୈଦ ମୁସ୍ତାକ ଅଲିରେ ଭଲ ପ୍ରଦର୍ଶନ କରିଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଆଗାମୀ ଆଇପିଏଲରେ ସୁଯୋଗ ମିଳିପାରେ ବୋଲି ମଧ୍ୟ ସୂଚନା ମିଳିଛି। ତେବେ ଆଗାମୀ ଆଇପିଏଲ ବହୁତ ଅଧିକ ରୋମାଞ୍ଚକ ହେବାକୁ ଯାଉଛି ବୋଲି ଅନୁମାନ କରା ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।