ଚାଲିଗଲା ୨ ଓଡ଼ିଆ ଦାଦନଙ୍କ ପ୍ରାଣ! କାମ ପାଇଁ ଯାଇଥିଲେ, ହେଲେ ଫେରିଲା ଶବ, ଖବର ଓଡିଶାରେ ଭାଇରଲ

କମିନି ଦାଦନ ଦୁଃଖ। ୨ ଓଡ଼ିଆ ଯୁବକ ପରିବାରର ପେଟ ପୋଷିବା ପାଇଁ ଯାଇଥିଲେ ଦାଦନ। ହେଲେ ଦୁଃଖର କଥା ଫେରିଛି ଶବ। ସେମାନଙ୍କ ଭିତରୁ ଜଣେ ଗଂଜାମ ଜିଲ୍ଲାର ଥିବା ବେଳେ ଆଉ ଜଣେ ଗଜପତି ଜିଲ୍ଲାରେ ଅଟନ୍ତି ବୋଲି ଜଣା ଯାଇଛି। ଗଂଜାମ ଜିଲ୍ଲା ନିକଟ ପାତ୍ରପୁର ବ୍ଲକ ସ୍ଥିତ ଜୟନ୍ତିପୁର ଗାଁର ସୁଦର୍ଶନ ପଣ୍ଡା (୨୫)। ତାଙ୍କ ବାପାଙ୍କ ନାମ ଗୁଣନିଧି ପଣ୍ଡା ଏବଂ ମାତାଙ୍କ ନାମ ପ୍ରତିମା ଦେବୀ। ଅନ୍ୟ ଜଣଙ୍କ ନାମ ଉଚିତ ରଇତ (୨୧)। ତାଙ୍କ ଘର ପୁରୁଣାପାଣି ପଂଚାୟତ ନିକଟ କାଳୀଦ୍ୱାର ଗାଁର ଅଟେ। ଯାହାକି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଳକର ବୋଲି ଜଣା ଯାଇଛି।

Google

ସୁଦର୍ଶନ ପଣ୍ଡା ଯେ କି ଲିଫ୍ଟ ମେକାନିକଲ ଭାବରେ ହାଇଦ୍ରାବାଦ ଠାରେ ପାଖା ପାଖି ୪ ବର୍ଷ ହେବ ବଡ଼ ଭାଇ ନାମ ସନ୍ତୋଷଙ୍କ ସହ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ବିଶେଷ ସୁତରୁ ଜଣା ଯାଇଛି ଦୁଇ ଭାଇ ରାତିରେ ଶୋଇଥିଲେ। ହେଲେ ସୁଦର୍ଶନ ଛାତ ଉପରକୁ ଯାଇଥିଲେ ଏବଂ ଏହା ସିସିଟିଭିରୁ ବି ଜଣା ଯାଇଛି ଏବଂ ତାପରେ ତାଙ୍କ ଶବ ତଳୁ ଉଦ୍ଧାର କରାଯାଇଛି। ସ୍ପଷ୍ଟ ହୋଇନାହିଁ କି ସେ ତଳକୁ ଖସିଯାଇ ପ୍ରାଣ ହରାଇଛନ୍ତି ନା ଏହା ପଛରେ ଆଉ କିଛି କାରଣ ଅଛି। ହାଇଦ୍ରାବାଦ ଠାରେ ଶେଷ ସଂସ୍କାର ସମାପ୍ତ ହୋଇଛି।

ହେଲେ ସୁଦର୍ଶନ ଚାଲି ଯିବା ପରେ ତାଙ୍କ ପରିବାର ଏବେ ଦୁଃଖରେ ମ୍ରିୟମାଣ। ତାଙ୍କ ମାଆ ଜଣେ କର୍କଟ ରୋଗୀ। ସେ ଶେଷ ଥର ପାଇଁ ନିଜ ପୁଅକୁ ଦେଖିନପାରି କାନ୍ଦୁଛନ୍ତି। ଦୁଇ ପୁଅ ରୋଜଗାର କରି ଘର ଚଳାଉଥିଲେ। ଏଠି ସହିତ ମା’ଙ୍କ ଚିକିତ୍ସା ପାଇଁ ଦରକାର ହେଉଥିବା ଅର୍ଥ ବି ବହନ କରୁଥିଲେ। ସେଠାକାର ପୋଲିସ କହିଛନ୍ତି କି ଯାଞ୍ଚ ପରେ ଏବଂ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରାଣ ଯାଇଥିବା କାରଣ ଜଣା ଯାଇପାରେ।

Google

ଅପରପକ୍ଷରେ ଉଚିତ ରଇତ ଯିଏ କି ୩ ମାସ ତଳେ ମହାରାଷ୍ଟ୍ରର କରଜତ ଜାଗାକୁ ଯାଇଥିଲେ । ତାଙ୍କର ଦିନକୁ ୮ ଘଣ୍ଟାର କାମ। ସୂତ୍ରରୁ ଜଣା ଯାଇଛି କଂକ୍ରିଟ ସେଟ ନିର୍ମାଣ କରିବା ନିମନ୍ତେ ଭାଇବ୍ରେଟରର ବ୍ୟବହାର କରୁଥିଲେ। ହେଲେ ବିଦ୍ୟୁତ ଆଘାତ ପାଇ ତାଙ୍କର ପ୍ରାଣ ଚାଲିଯାଇଛି ବୋଲି ଜଣା ଯାଉଛି। ତାଙ୍କ ଗ୍ରାମରେ ଶବ ପଂହଁଚିଛି ଏବଂ ପ୍ରାୟ ସମସ୍ତେ ଏବେ ଦୁଃଖିତ ଅଛନ୍ତି।

ପରିବାର ଲୋକ ୧୦ ଲକ୍ଷର କ୍ଷତି ପୁରଣ ଦାବି କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି। ୪୦ ହଜାର ଟଙ୍କା ସତ୍କାର ପାଇଁ ସରପଂଚଙ୍କ ସ୍ୱାମୀ ପ୍ରାଣ ହରାଇଥିବା ଠିକାଦାରଙ୍କ ଫ୍ୟାମିଲିକୁ ଦେଇଥିଲେ। ହେଲେ ଉଚିତ ରଇତଙ୍କ ବାପା ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେ ଏହାର ଯାଞ୍ଚ ଚାହୁଁଛନ୍ତି। ଉଚିତଙ୍କ ଭାଇ ଭଉଣୀ ମଧ୍ୟ ଦୁଃଖିତ ଅବସ୍ଥାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *