ରାଜ୍ୟରେ ଆଜି ୪୩୩୦ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ କରୋନା ଆକ୍ରାନ୍ତ ମୃତ୍ୟୁ ।

Odisha Corona reports 4,330 new COVID-19 cases and 10 fresh fatalities, ରାଜ୍ୟରେ ଆଜି ୪୩୩୦ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ କରୋନା ଆକ୍ରାନ୍ତ ମୃତ୍ୟୁ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ରାଜ୍ୟରେ ଆଜି ୪୩୩୦ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୭୯ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୦୦ କୁ ଟପିଲା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୩୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୫୫୬ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୭୪ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୪୩୩୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୪୧,୬୫୭, ଆକ୍ଟିଭ କେସ ୩୭,୪୬୯ ଓ ମୃତ ସଂଖ୍ୟା ୭୦୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୦୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୪୩୩୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୫୪୯ ଜଣ, ପୁରୀରୁ ୨୯୨ ଜଣ ଓ ଟେଷ୍ଟ ପୁଲରୁ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୧୭୮ ଜଣ, ଅନୁଗୁଳରୁ ୧୭୬ ଓ ଜଗତସିଂହପୁରରୁ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ । ଯାଜପୁରରୁ ୧୫୮ ଜଣ, ଝାରସୁଗୁଡାରୁ ୧୫୩ ଜଣ ଓ ମୟୁରଭଞ୍ଜରୁ ୧୫୨ ଜଣ କରୋନା ପଜିଟିଭ ଚିହ୍ନଟ ।

ନବରଙ୍ଗପୁରରୁ ୧୩୩, ସୁନ୍ଦରଗଡରୁ ୧୨୩ ଜଣ ଓ ବାଲେଶ୍ୱରରୁ ୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଓ ସମ୍ବଲପୁରରୁ ୧୦୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କଳାହାଣ୍ଡିରୁ ୧୦୦ ଜଣ, ବରଗଡ଼ରୁ ୯୯ ଜଣ ଓ କୋରାପୁଟରୁ ୯୪ ଜଣ ପଜିଟିଭ ଚିହ୍ନଟ । ରାୟଗଡ଼ାରୁ ୮୫ ଜଣ, ବଲାଙ୍ଗିରରୁ ୭୯ ଓ ଭଦ୍ରକରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

Odisha reports 4,330 new COVID-19 cases, 10 fresh fatalities | Nitidina
Google

ଢେଙ୍କାନାଳରୁ ୬୭ ଜଣ ଓ ମାଲକାନଗିରିରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୬୨ ଜଣ, ନୟାଗଡରୁ ୫୩ ଜଣ ଓ ଗଞ୍ଜାମରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୪୭ ଜଣ ଓ ସୋନପୁରରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୧୬ ଜଣ ଓ ଦେବଗଡରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

୧୦ ମୃତକଙ୍କ ମଧ୍ୟରୁ ପୁରୀ ଓ କଟକ ଜିଲ୍ଲାରୁ ସର୍ବାଧିକ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବଲାଙ୍ଗିର, ଗଞ୍ଜାମ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ।

କଟକ ଜିଲ୍ଲାର ୦୨ ମୃତକ ୬୯ ଓ ୮୪ ବର୍ଷୀୟ ପୁରୁଷ । ପୁରୀରୁ ଜଣେ ୬୦ ବର୍ଷୀୟ ମହିଳା ଓ ଜଣେ ୫୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ । ବଲାଙ୍ଗିରର ୪୦ ବର୍ଷୀୟ, ଗଞ୍ଜାମର ୬୮ ବର୍ଷୀୟ ଓ କଳାହାଣ୍ଡିର ୬୫ ବର୍ଷୀୟ ପୁରୁଷ ମୃତ । ଖୋର୍ଦ୍ଧା ଜିଲ୍ଲାର ୯୨ ଓ ସମ୍ବଲପୁରର ୫୩ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ମୟୁରଭଞ୍ଜର ଜଣେ ୮୦ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ ।

Odisha Corona reports 4,330 new COVID-19 cases and 10 fresh fatalities | Nitidina
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୨,୬୦୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୩୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୪,୦୦,୯୨୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୧୦,୧୦,୮୧୬ ସୁସ୍ଥ ହୋଇଛନ୍ତି ୪୩,୦୨,୫୬୨ ଓ ୮୬,୭୮୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *