ରାଜ୍ୟରେ ଆଜି ୧୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୩୭ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୧୬ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୮ ହଜାରକୁ ଟପିଲା ଏବଂ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲା ।
୦୯ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୬ ଜଣ ଆକ୍ରାନ୍ତ ମୃତ । ପୁରୀ, ଖୋର୍ଦ୍ଧା ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ଗଞ୍ଜାମରେ ମୋଟ୍ କରୋନା ମୃତ ସଂଖ୍ୟା ୧୦୩ କୁ ବୃଦ୍ଧି ହେଲା । ଗଞ୍ଜାମର ମୃତକ ମଧ୍ୟରୁ ୦୪ ଜଣ ପୁରୁଷ ଓ ୦୨ ଜଣ ମହିଳା । ପୁରୁଷ ମୃତକଙ୍କ ବୟସ ୪୦, ୫୦, ୪୬, ୬୦ ବର୍ଷ ଏବଂ ମହିଳା ମୃତକଙ୍କ ବୟସ ୬୦ ଓ ୭୫ ବର୍ଷ । ପୁରୀ ଜିଲ୍ଲାର ମୃତକଙ୍କ ବୟସ ୫୭ ବର୍ଷ । ଯାଜପୁର ଜିଲ୍ଲାର ମୃତକଙ୍କ ବୟସ ୪୦ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ମୃତକ ୫୫ ବର୍ଷୀୟ ପୁରୁଷ । ଆଜି ୦୬ କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୧୨ କୁ ବୃଦ୍ଧି ହେଲା ।
Covid-19 Report For 3rd August
New Positive Cases: 1384
In Quarantine: 889
Local Contacts: 495(Details of local contacts will be shared by concerned District Administration)
DistrictWise Cases
1. Angul: 14
2. Balasore: 37
3. Bargarh: 10
4. Bhadrak: 40
5. Balangir: 5— I & PR Department, Odisha (@IPR_Odisha) August 4, 2020
22. Nawarangpur: 2
23. Nayagarh: 31
24. Nuapada: 3
25. Puri: 34
26. Sambalpur: 82
27. Sonepur: 1
28. Sundargarh: 64New Recoveries: 1119
Cumulative Tested: 570590
Positive: 37681
Recovered: 23073
Active Cases: 14350— I & PR Department, Odisha (@IPR_Odisha) August 4, 2020
ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ୧୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୮୮୯ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୯୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାର ନୂଆ ଅନଲକ ୩ ରେ କେମିତି ଗୋଷ୍ଠୀ ସଂକ୍ରମଣ କୁ ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?
ଆଜିର ନୂଆ ୧୩୮୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୪,୩୫୦, ସୁସ୍ଥ ହୋଇଛନ୍ତି ୨୩,୦୭୩ ଓ ମୃତ ସଂଖ୍ୟା ୨୧୬ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୩୮୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୦୧ ଜଣ କରୋନା ପଜିଟିଭ ଚିହ୍ନଟ । କଟକରୁ ୧୨୧ ଜଣ ଓ ସମ୍ବଲପୁରରୁ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୬୬, ସୁନ୍ଦରଗଡରୁ ୬୪ ଜଣ ଓ କନ୍ଧମାଳରୁ ୬୨ ଜଣ କରୋନା ପଜିଟିଭ ଚିହ୍ନଟ । ଢେଙ୍କାନାଳରୁ ୫୧ ଜଣ ଓ କୋରାପୁଟରୁ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ।
କଳାହାଣ୍ଡିରୁ ୪୭ ଜଣ ଓ ଭଦ୍ରକ ଜିଲ୍ଲାରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ ୩୯ ଜଣ ଓ ଗଜପତିରୁ ୩୮ ଜଣ ପଜିଟିଭ ଚିହ୍ନଟ । ବାଲେଶ୍ୱର ଜିଲ୍ଲାରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ପୁରୀ ଓ ମାଲକାନଗିରିରୁ ୩୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୟାଗଡ଼ରୁ ୩୧ ଜଣ ଓ ମୟୁରଭଞ୍ଜରୁ ୨୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜଗତସିଂହପୁରରୁ ୨୦ ଜଣ, ଅନୁଗୁଳରୁ ୧୪ ଜଣ ଓ କେନ୍ଦ୍ରାପଡାରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୧୦ ଜଣ ଓ ବଲାଙ୍ଗିର ଜିଲ୍ଲାରୁ ୦୫ ଜଣ ପଜିଟିଭ ଚିହ୍ନଟ । ନୂଆପଡା ଓ ଝାରସୁଗୁଡାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ସୋନପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୫୨,୦୫୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୮,୫୬,୭୦୮ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୮୫,୭୩୩, ସୁସ୍ଥ ହୋଇଛନ୍ତି ୧୨,୩୧,୫୫୪ ଓ ୩୮,୯୮୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୫୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।