ଗତ ୫ ବର୍ଷରେ କଳାର ମାଟି ମୟୁରଭଞ୍ଜ ହରାଇଛି ୫ ମହାନ ବ୍ୟକ୍ତିତ୍ୱ, ଏହି ଏହି ମହାନ ଆକ୍ଟର ଅଛନ୍ତି ସାମିଲ

ବ୍ୟୁରୋ ରିପୋର୍ଟ: ମୟୁରଭଞ୍ଜକୁ କଳାର ମାଟି କୁହାଯାଇଥାଏ ଏହାର ଏକ ମୁଖ୍ୟ କାରଣର ହେଉଛି ଏହି ମାଟିରୁ ଅନେକ ମହାନ କଳାକାର ଜନ୍ମ ହୋଇଛନ୍ତି। ଏହି ମାଟି କିନ୍ତୁ ଗତ ୫ ବର୍ଷରେ ୫ ଟି ମହାନ କଳାକାରଙ୍କୁ ହରାଇସାରିଛି। ସେହିମାନେ ହେଉଛନ୍ତି ଏହି ମାଟି ବର୍ଷ ୨୦୧୯ରେ ସଲିମ ମିତ୍ରଙ୍କୁ ହରାଇଥିଲା ଯିଏକି ଘଟଗାଁ ନିକଟରେ ସଡ଼କ ଦୃଘଟଣାରେ ପ୍ରାଣ ହରାଇଥିଲେ। ସେ ଜଣେ ଭଲ କମେଡିଆନ ଥିଲେ । ସେହିପରି ବର୍ଷ ୨୦୨୦ରେ ମହାନ ଅଭିନେତା ବିଜୟ ମହାନ୍ତି,ଅଭିନେତା ଅଜିତ ଦାସ, ଓ ସଙ୍ଗୀତକାର ଶାନ୍ତନୁ ମାହାପାତ୍ରଙ୍କର ମୃତ୍ୟୁ ହୋଇଥିଲା। ବର୍ଷ ୨୦୨୨ ଆରମ୍ଭରେ ମହାନ ଅଭିନେତା ମିହିର ଦାସ ମଧ୍ୟ ପ୍ରାଣ ହରାଇଛନ୍ତି।

Google

ମୟୁରଭଞ୍ଜ କଥା କଣ ବା କହିବା ,ଏହି ମାଟିରୁ ଏତେ ମାତ୍ରାରେ କଳାକାର ବାହାରି ନିଜ ଯୋଗଦାନ ଦେଇଛନ୍ତି ଯାହାର କଳ୍ପନା ନାହିଁ। କହିରଖିବୁକି ଏହି ଜିଲ୍ଲାରୁ ଅଜିତ ଦାସ, ମିହିର ଦାସ, ଉତ୍ତମ ମହାନ୍ତି,ସ୍ୱରାଜ ବାରିକ, ଅସିତ ପତି, ବାବୁସାନ, କମେଡିଆନ ପପୁପମପମ, ସଲିମ ମିତ୍ର, ଭୋଳାନାଥ ଦାସ,ଉମାକାନ୍ତ ଦାସ,ସୁଧୀର ଦାସ ,ପ୍ରମୋଦ ଦାସଙ୍କ ଭଳି ମହାନ କଳାକାର ଏହି ମାଟିରେ ଜନ୍ମ ନେଇଛନ୍ତି। ଆପଣଙ୍କୁ କହିରଖିବୁ ବିଜୟ ମହାନ୍ତି କେନ୍ଦ୍ରାପଡାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ କର୍ମଭୂମି ଥିଲା ବାରିପଦା। ଏହି ମହାନ ବ୍ୟକ୍ତିତ୍ୱଙ୍କୁ ହରାଇ ମୟୁରଭଞ୍ଜ ମାଟି କାନ୍ଦୁଛି।

ଯେବେ ବିଜୟ ମହାନ୍ତିଙ୍କୁ ରାଜ୍ୟ ହରେଇଥିଲା ଅନେକ କଳାପ୍ରେମୀ ଦୁଃଖରେ ଭାଙ୍ଗିପଡିଥିଲା । ମିହୀର ଦାସଙ୍କ ଦୁଃଖ ତା ଠୁ ମଧ୍ୟ ବଳେଇଯାଇଛି। ଏହା ପୂର୍ବରୁ ଚାଲିଯାଇଥିଲେ ଭୋଳାନାଥ ଦାସ, ପ୍ରମୋଦ ଦାସ ଓ ଲକ୍ଷ୍ମୀନାରାୟଣ ଦାସ। ମିହିର ଦାସ ମୟୁରଭଞ୍ଜର ବାରିପଦାରେ ୧୯୫୯ ରେ ଜନ୍ମ ହୋଇ ସେହିଠାରେ ହିଁ ବଢିଥିଲେ। ଏହି ମୟୁରଭଞ୍ଜ ମାଟି ଅନେକ କାଳରୁ କଳାକାରଙ୍କୁ ସୃଷ୍ଟି କରିଚାଲୁଛି।

Google

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *