ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, କେଉଁ କେଉଁ କାର୍ଯ୍ୟ ଚାଲୁରହିବ ଜାଣନ୍ତୁ।

ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, 2nd Lockdown Odisha, Odisha, Bhubaneswar

ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, କେଉଁ କେଉଁ କାର୍ଯ୍ୟ ଚାଲୁରହିବ ଜାଣନ୍ତୁ।

ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ନିୟମକୁ କିଛିଟା କୋହଳ କରିଛନ୍ତି।

କେଉଁ କେଉଁ କାର୍ଯ୍ୟ ଚାଲୁରହିବ:

ଲକଡାଉନ୍ ବେଳେ କୃଷି କାର୍ଯ୍ୟ ଚାଲୁରହିବ

ସମସ୍ତ ପ୍ରକାର ହୋମ୍ ଡେଲିଭରି ବ୍ୟବସ୍ଥା ଚାଲୁରହିବ

ସମସ୍ତ ଶୀତଳ ଭଣ୍ଡାର ଓ ଗୋଦାମ ଘର ଖୋଲାରହିବ

ମାଛଚାଷ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଚାଲୁରହିବ

ବିଜୁ ପକ୍କାଘର, ନରେଗା, ପ୍ରଧାନମନ୍ତ୍ରୀ ଆବାସ ଓ ପାଇଖାନା ନିର୍ମାଣ ଚାଲୁରହିବ

ଲକଡାଉନ୍ ବେଳେ କୃଷି କାର୍ଯ୍ୟ ଚାଲୁରହିବ:

ରାଜ୍ୟ ସରକାର ଚାଁହୁଛନ୍ତି, ଚାଷ କାମ କରୁଥିବା ଲୋକ ମାନଙ୍କୁ ଲକଡାଉନ୍ ସମୟରେ ଯେମିତି କୌଣସି ଅସୁବିଧା ନହଉ। ସେଥିପାଇଁ ରାଜ୍ୟ ସରକାର କୃଷିକାର୍ଯ୍ୟ ପାଇଁ ଲକଡାଉନ୍ ନିୟମ କୋହଳ କଲେ। ରବି ଫସଲ ଅମଳ କରିବାର ବେଳ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus

ଲକଡାଉନ୍ ସମୟରେ କୃଷିକାର୍ଯ୍ୟ ଯେପରିକି ଅମଳ କରିବା, ତଳି ରୋଇବା, ବୁଣାବୁଣି କରିବା ଆଦି କାମକୁ ଲକଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଚାଷୀମାନେ ବିନା କୌଣସି ଅସୁବିଧାରେ ଏଣିକି ରବିଧାନ ଅମଳ କରିପାରିବେ।

ରବିବାର ସ୍ୱତନ୍ତ୍ର ରିଲିଫ କମିସନର ଶ୍ରୀଯୁକ୍ତ ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏପ୍ରିଲ୍ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ହେବ। ତେବେ କୃଷିକାର୍ଯ୍ୟକୁ ଦୃଷ୍ଟିରେ ରଖି ଲକଡାଉନ୍ ନିୟମକୁ କିଛିଟା ପରିବର୍ତ୍ତନ ଅଣାଯାଇଛି। ସେହିପରି କୃଷି କାର୍ଯ୍ୟରେ ଜଡ଼ିତ ଥିବା ପ୍ରତ୍ୟେକ ଅନୁଷ୍ଠାନ ଏହି ସମୟରେ ଖୋଲାରହିବ ବୋଲି ସେ କହିଛନ୍ତି।

ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture
ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର

୨ୟ ପର୍ଯ୍ୟାୟ ଲକଡାଉନ୍ ସମୟରେ କୃଷିକାର୍ଯ୍ୟ ସମ୍ବନ୍ଧୀୟ ଗମନାଗମନ, ସାର ବିକ୍ରୟ, ବିହନ ବିକ୍ରୟ, ଟ୍ରକ ଓ ଟ୍ରାକ୍ଟର ଆଦି ଚଳାଚଳ ଚାଲୁରହିବ। ଏଥିସହିତ ଡାଲିଜାତୀୟ ସମସ୍ତ ଦୋକାନ ଓ ଗମନାଗମନ ମଧ୍ୟ ଚାଲୁରହିବ।

କୃଷି ଋଣ ପାଇଁ ଆବଶ୍ୟକୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଖୋଲାରହିବ ସେଠାରୁ କୃଷକ ମାନେ କୃଷିଋଣ ପାଇପାରିବେ ବୋଲି ସେ କହିଛନ୍ତି। କୃଷକ ମାନେ ନିଜକୁ ସାମାଜିକ ଦୂରତାକୁ ଅବଲମ୍ବନ କରି ସୁରକ୍ଷାକୁ ମଧ୍ୟ୍ ଧ୍ୟାନ ଦେବାକୁ ପଡିବ।

ସମସ୍ତ ପ୍ରକାର ହୋମ୍ ଡେଲିଭରି ବ୍ୟବସ୍ଥା ଚାଲୁରହିବ:

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ହୋମ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ରାଜ୍ୟରେ ଲୋକମାନେ ଘରେ ବସି ସମସ୍ତ ପ୍ରକାର ଜିନିଷପତ୍ର ପାଇପାରିବେ। ଏ ସମ୍ବନ୍ଧୀୟ ସମସ୍ତ ପ୍ରକାର ଗମନାଗମନକୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରୁ ବାଦ୍ ଦିଆଯାଇଛି।

ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, Home Delivery

ସମସ୍ତ ଶୀତଳ ଭଣ୍ଡାର ଗୋଦାମ ଘର ଖୋଲାରହିବ:

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଉଦ୍ୟାନ, ଫଳ ଓ ପନିପରିବା ସମ୍ବନ୍ଧୀୟ ସମସ୍ତ ଅନୁଷ୍ଠାନ ମଧ୍ୟ ଖୋଲାରହିବ। ଏହାସହ ଜଡ଼ିତ ଯନ୍ତ୍ରପାତି ଦୋକାନ, ଯନ୍ତ୍ରପାତି ମରାମତି ଦୋକାନ ଓ ଏସବୁର ବିକ୍ରୟ କେନ୍ଦ୍ରଗୁଡ଼ିକ ଖୋଲା ରହିବ। ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ଓ ଗୋଦାମ ଘର ମଧ୍ୟ ଖୋଲାରହିବ ବୋଲି ଶ୍ରୀଯୁକ୍ତ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, Cold Storage

ମାଛଚାଷ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଚାଲୁରହିବ:

ଲକଡାଉନ୍ ସମୟରେ ମତ୍ସ୍ୟ ଚାଷକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଲକଡାଉନ୍ ସମୟରେ ସମସ୍ତ ପ୍ରକାର ମତ୍ସ୍ୟଚାଷ ଜନିତ କାର୍ଯ୍ୟ ଚାଲୁରହିବ। ମାଛଧରା ବନ୍ଦର, ମାଛର ନିଲାମ, ମାଛ ଜାଲ ବିକ୍ରୟ ଓ ମରାମତି କେନ୍ଦ୍ର ଆଦି ଖୋଲାରହିବ। ସେହିପରି ପଶୁପାଳନ କାର୍ଯ୍ୟ ମଧ୍ୟ ଚାଲୁରହିବ। ବାହାରେ ବୁଲୁଥିବା ଗାଇଗୋରୁମାନଙ୍କୁ ଖାଇବା ଯୋଗାଇ ଦିଆଯିବ।

ଲକଡାଉନ୍, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦, କରୋନା ଭାଇରସ୍ ମୁକାବିଲ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture

ବିଜୁ ପକ୍କାଘର, ନରେଗା, ପ୍ରଧାନମନ୍ତ୍ରୀ ଆବାସ ପାଇଖାନା ନିର୍ମାଣ ଚାଲୁରହିବ:

ଏଥିସହିତ ଲକଡାଉନ୍ ସମୟରେ ଗାଁ ମାନଙ୍କରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନରେଗା, ବିଜୁ ପକ୍କା ଘର ଯୋଜନା ଓ ସ୍ୱଚ୍ଛ ଭାରତ ଅଧିନରେ ପାଇଖାନା ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁରହିବ। ଏହି ସମସ୍ତ କାମ ପାଇଁ ଲକଡାଉନ୍ ନିୟମକୁ କୋହଳ କରାଯାଇଛି।

ଏହାବାଦ୍ ବୋରୱେଲ୍ ନିର୍ମାଣ, ଟ୍ୟୁବୱେଲ ନିର୍ମାଣ କାର୍ଯ୍ୟ ମଧ୍ୟ ଯଥାସମ୍ଭବ ଚାଲୁରହିବ। ଲକଡାଉନ୍ ସମୟରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତ କାର୍ଯ୍ୟ ଚାଲୁରହିବା ବୋଲି ଏସଆରସି ସୂଚନା ଦେଇଛନ୍ତି।

ଲକଡାଉନ୍, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦, କରୋନା ଭାଇରସ୍ ମୁକାବିଲ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture

ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ମଧ୍ୟ ଲକଡାଉନ୍ ନିୟମ ମଧ୍ୟରୁ ବାଦ୍ ଦିଆଯାଇଛି। ଜିଲ୍ଲାର ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ମହିଳାମାନଙ୍କୁ ଏକାଠି କରି କିଛି ବି କାମ କରିପାରିବେ ବୋଲି କୁହାଯାଇଛି।

କରୋନା ରୁ ମୁକ୍ତି ପାଇଁ ରାଜ୍ୟ ସରକାର ଏମିତି ବହୁତ ପଦକ୍ଷେପ୍ ନେଇଛନ୍ତି।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *