ଦିନକ ପରେ ଆସିବ ଅଗଷ୍ଟ ଗାଇଡ଼ଲାଇନ୍ସ , ଏଥର ହେବ କଣ? ସନ୍ଦେହ ଘେରରେ ଓଡିଶାବାସୀ

ବହୁତ ଜଲ୍ଦି ଆଉ ମାତ୍ର ଗୋଟେ ଦିନ ପରେ ଜୁଲାଇ ମାସର କରୋନା ଗାଇଡଲାଇନ ସରୀବାକୁ ଯାଉଛି। ଏବେ ସଂକ୍ରମଣ ହାର ମଧ୍ୟ ଧୀରେ ଧୀରେ କମୁଥିଲେ ମଧ୍ୟ କିଛି ଜିଲ୍ଲା ଯେପରି ଖୋର୍ଦ୍ଧା, କଟକ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ ହାର କମିବାର ନାମ ନେଉନି। ଏହା ପରେ ମଧ୍ୟ ଅଗଷ୍ଟ ମାସରୁ ସରକାର କୋହଳ କରିପାରନ୍ତି ଗାଇଡଲାଇନ।

Google

ଏବେ ଲୋକଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ କଣ ୧ ଅଗଷ୍ଟରୁ ସରକାର କୋହଳ କରିବେ ଗାଇଡଲାଇନ? ଧୀରେ ଧୀରେ କଣ ଅନଲକ ପ୍ରକ୍ରିୟା ଆରମ୍ଭ କରିଦେବେ ସରକାର। ସମସ୍ତେ ଏହା ଜାଣିବା ପାଇଁ ଚାହିଁରହିଛନ୍ତି।ଚିନ୍ତା ବଢ଼ାଇଛି କିଛି ଜିଲ୍ଲାର ସଂକ୍ରମଣ ଯେପରି ପୁରୀ, ଖୋର୍ଦ୍ଧା, କଟକ ଯାହାର ସଂକ୍ରମଣ ସଂଖ୍ୟା ୩୦୦ ଉପରେ ରହୁଛି ପ୍ରତ୍ୟେକ ଦିନ। ଏବେ ସରକାର ସବୁ କିଛି ପରିସ୍ଥିତି ଦେଖି ଲାଗୁକରିବେ କାରଣ ବିଶେଷଜ୍ଞମାନେ ମତ ଦେଇଥିଲେକି ଅଗଷ୍ଟରେ କରୋନାର ତୃତୀୟ ଲହରୀ ଆସିପାରେ।

ଏବେ ରାଜ୍ୟରେ ସଂକ୍ରମଣ ହାର ୨%ରୁ କମ ହୋଇଯାଇଛି ଯାହା ପରେ କମ ସଂକ୍ରମଣ ଅଞ୍ଚଳରେ ମନ୍ଦିର ,ମସଜିତ ଆଦି ଖୋଲିପାରେ। ଯେଉଁ ଜିଲ୍ଲାମାନଙ୍କରେ ୫ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁଥିବା ତାହା ରାତି ୮ ଟା ପର୍ଯ୍ୟନ୍ତ କରିଦିଆଯାଇପାରେ। ସଂକ୍ରମଣ ସମ୍ପୂର୍ଣ କମିନଥିବାରୁ ସପ୍ତାହିକ ଶର୍ଟଡାଉନ ଓ ନାଇଟ କଫ୍ୟୁ ସେହିଭଳି ରହିପାରେ।

Google

ଜୁଲାଇ ମାସରେ ସଂକ୍ରମଣ ହାର କମିବାରେ ଲାଗିଥିଲା ଜୁଲାଇ ୧୫ ରୁ ୩୦ ପର୍ଯ୍ୟନ୍ତ ସଂକ୍ରମଣ ପ୍ରତ୍ୟେକ ଦିନ ୨ ହଜାରରୁ କମ ରହିଛି। ଆଗରୁ ସରକାର ଜିମ,ଛୋଟ ଛୋଟ ବଜାର, ସ୍କୁଲ,କଲେଜ, ବସ ଚଳାଚଳ ଖୋଲିଥିବା ବେଳେ ଏଥର ମନ୍ଦିର, ମସଜିତ, ସିନେମା ହଲ ଆଦି ଖୋଲିପାରନ୍ତି।

ଦେଶରେ ସଂକ୍ରମଣ ପୁଣି ବଢିଯାଇଥିବା ଜଣାପଡିଛି। କାରଣ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୩,୫୦୯ ନୂଆ ସଂକ୍ରମଣ ହୋଇଥିବା ବେଳେ ଚିନ୍ତା ବଢାଇଛି କେରଳ କାରଣ ସେଠାରେ ହିଁ କେବଳ ବାହାରିଛନ୍ତି ୨୨,୦୫୬ ଜଣ ସଂକ୍ରମଣ। ଯାହାକି ମୋଟ ସଂକ୍ରମଣର ୩୭.୧% ଅଟେ। ଏବେ ଏଭଳି ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ରରୁ କେରଳ ଗଲେ ୬ ଜଣିଆ ଟିମ। ସେହିପରି ଦ୍ୱିତୀୟ ସବୁଠୁ ଅଧିକ ସଂକ୍ରମଣ ହୋଇଛନ୍ତି ମହାରାଷ୍ଟ୍ରରେ ଯାହା ହେଉଛି ୬,୮୫୭ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *